ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅଞ୍ଚଳର ହରିହରପୁର ର ଏକ ଇଟାଭାଟି ରେ ବିଦ୍ୟୁତ ଆଘାତରେ ଇଟା ଭାଟି ମାଲିକଙ୍କ ପୁଅ ଚାଳିଶ ବର୍ଷୀୟ ଅନନ୍ତ ଚରଣ ସାହୁ ଓ ଇଟାଭାଟି ଶ୍ରମିକ ପଇଁତିରିଷ ବର୍ଷୀୟ ମଞ୍ଜରୀ ମୁଣ୍ଡା ମୃତ୍ୟୁ ବରଣ କରିଛନ୍ତି।ସନ୍ଦେହ କରାଯାଉଛି ଯେ ଗତକାଲି ଅନନ୍ତ ମାଟି ଖୋଲିବା ସମୟରେ ଭିତରେ ଥିବା କେବୁଲ କଟିଯାଇ ବିଦ୍ୟୁତ ଆଘାତ ଦେଇଥିଲା ଓ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଶ୍ରମିକଙ୍କୁ ମଧ୍ୟ ସମ ଦଶା ଭୋଗିବାକୁ ପଡିଥିଲା,ଯେଉଁଠି ପାଇଁ ଉଭୟ ମୃତ୍ୟୁ ବରଣ କରିଥିଲେ।ନିକଟରେ କେହି ନ ଥିବାରୁ ଆଜି ସକାଳେ ଘଟଣା ସମ୍ପର୍କରେ ଜଣା ପଡ଼ିଲା ଓ ପୋଲିସ ଶବ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛନ୍ତି।