Webportal

ବିଦ୍ୟୁତ ତାର ଛିଣ୍ଡି ଅଘଟଣ

sanitry
0 161

ଅନୁଗୁୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପିତାବଳି ଛକ ନିକଟରେ ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ୧ଟମଇଁଷି ଓ ୨ ଟି ପୋଢ଼ର ମୃତ୍ୟୁ ହୋଇଥିବା ବେଳେ ପୋଢ଼ ଚରାଳି ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣାରୁ ପ୍ରକାଶ ଯେ ପରଙ୍ଗ ଗ୍ରାମର ମଧୁସୂଦନ ପାତ୍ରଙ୍କର ପୋଢ଼ ଓ ମଇଁଷି ରବିବାର ପିତାବଳି ଛକ ନିକଟରେ ଥିବା ପଡ଼ିଆରେ ଚରୁଥିଲେ ।ଉକ୍ତ ପଡିଆ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ଅପରାହ୍ନ ସାଢେ ଗୋଟାଏ ବେଳେ ଛିଣ୍ଡିପଡିବାରୁ ପୋଢ଼ ଓ ମଇଁଷିଙ୍କ ଉପରେ ପଡିଯାଇଥିଲା । ଫଳରେ ଘଟଣା ସ୍ଥଳରେ ୩ ଟି ପୋଢ଼ ଓ ମଇଁଷିଙ୍କର ମୃତ୍ୟୁ ହୋଇଥିବା ବେଳେ ସୌଭାଗ୍ୟ ବଶତଃ ପୋଢ଼ ଚରାଉଥିବା ବ୍ୟକ୍ତି ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ତେବେ ଉକ୍ତ ସ୍ଥାନରେ ଦୀର୍ଘ ଦିନ ହେବ ବିଦ୍ୟୁ୍ତ ତାର ଝୁଲି ରହିଥିବା ସେସୁ ବିଭାଗିୟ ଯନ୍ତ୍ରୀ ଓ ଏସଡିଓଙ୍କ ଦୃଷ୍ଟି ଆକର୍ଷଣ ପରେ ମଧ୍ୟ କୈାଣସି ପଦକ୍ଷେପନେଇ ନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତିବ୍ର ଉତ୍ତେଜନା ପ୍ରକାଶ ପାଇଛି । ବିଦ୍ୟୁତ ବିଭାଗର ଅବହେଳାକୁ ଦାୟୀ କରି ତୁରନ୍ତ ସେସୁ ବିଭାଗ ମଧୁସୂଦନଙ୍କୁ କ୍ଷତିପୂରଣ ଯୋଗାଇ ଦେବା ନେଇ ସ୍ଥାନୀୟ ଲୋକ ଦାବି କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ବିଦ୍ୟୁତ ବିଭାଗିୟ କର୍ମଚାରୀଙ୍କ ଅବହେଳାରୁ କିଛି ମାସ ପୂର୍ବରୁ ଏହିଭଳି ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ଛେଣ୍ଡିପଦା ଥାନା ବସନ୍ତପୁର ଗାଁର ଦୁଇଟି ପୋଢ଼ ମରିଥିଲେ ।

Square Ad 1
Leave A Reply

Your email address will not be published.