ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳର ଘଟଣା।ଜଣେ ବିଧବା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ସଫଳ ନହେବାରୁ କଇଁଚିରେ ଚୁଟି କାଟି ତାଙ୍କ ସମ୍ମାନ ହାନି ଭଳି ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଘଟଣା ଅନୁସାରେ ଗତ ଶନିବାର ଦିନ ହୋଲି ଥିବାବେଳେ ରେମୁଣା ବ୍ଲକ ବରୁଣସିଂ ପଞ୍ଚାୟତ କବୁତି ଗ୍ରାମରେ ଥିବା ସ୍ବର୍ଗତଃ ଗୌତମ ଦାସଙ୍କ ପତ୍ନୀ ସଂଜୁଲତାଙ୍କ ପ୍ରତି ଏଭଳି ଅନ୍ୟାୟ ହୋଇଛି। ସ୍ବାମୀଙ୍କ ପରେ ସଂଜୁଲତା ବାପଘରେ ନିକଟରେ ଘରକରି ରହୁଥିଲେ।ସେ ରଙ୍ଗ ଖେଳିସାରି ଫେରୁଥିବା ସମୟରେ ସେହି ଗ୍ରାମର ଅବସରପ୍ରାପ୍ତ ସୈନିକ ତଥା ୧୨ ନମ୍ବର ୱାର୍ଡର ୱାର୍ଡମେମ୍ବର ଲକ୍ଷ୍ମୀଧର ଦାସ ତାଙ୍କୁ ପଣାରେ ଭାଙ୍ଗ ମିଶାଇ ପିଇବାକୁ ଦେଇଥିଲେ।ପରେ ନିଜ ଘରକୁ ନେଇ ଧର୍ଷଣ କରିବାକୁ ଉଦ୍ୟମ କରିଥିଲେ।ଏଥିରେ ସଫଳ ନେହେବାରୁ ଉକ୍ତ ମହିଳାଙ୍କ ଚୁଟି କାଟି ଅପମାନିତ କରିଥିଲେ।ମହିଳା କଷ୍ଟେମଷ୍ଟେ ନିଜକୁ ମୁକୁଳାଇ ଘରକୁ ଯାଇ ଭାଇଙ୍କୁ ଏବାବଦରେ ଅବଗତ କରାଇଥିଲେ। ଘଟଣା ନେଇ ଯେତେବେଳେ ସଂଜୁଲତାଙ୍କ ପରିବାର ଯାଇ ଲକ୍ଷ୍ମୀଧରଙ୍କୁ ଡାକିଥିଲେ ଏକଥାକୁ ସେ କର୍ଣ୍ଣପାତ କରିନଥିଲେ। ଗତକାଲି ସଂଜୁଲତା ମଧ୍ୟାହ୍ନ ସମୟରେ ଖନ୍ତାପଡ଼ା ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ସୋମବାର ଗଣ ମାଧ୍ୟମ ପ୍ରତିନିଧିଙ୍କ ଆଗରେ ପ୍ରତିକ୍ରିୟା ରଖିଛନ୍ତି।ଏପରିକି ପୁଲିସ ଜାଣି ଶୁଣି ଆପୋଷ ବୁଝାମଣା କରିବାକୁ ଉସକାଉଥିବାର ସେ ସ୍ପଷ୍ଟ ସୂଚନା ଦେଇଛନ୍ତି।ଘଟଣା ସମ୍ପର୍କରେ ଲକ୍ଷ୍ମୀଧରଙ୍କୁ ପଚାରିବାରୁ ସେ କହୁଛନ୍ତି ମୁଁ ସେଦିନ ଘରେ ନଥିଲି। କୌଣସି କାମ ପାଇଁ ବାହାରକୁ ଯାଇଥିଲି।ଏହା ମିଥ୍ୟା ବୋଲି କହିବା ସହିତ ତାଙ୍କ ଚୁଟି କିଏ କାଟିଛି ମୁଁ ଜାଣି ନାହିଁ ବୋଲି କହିଛନ୍ତି।ସେହିପରି ଖନ୍ତାପଡ଼ା ଥାନା ଅଧିକାରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ କହିଛନ୍ତି ଯେ ଆପୋଷ ବୁଝାମଣା ହେବାର ଅଛି । ତାସହିତ ଉଭୟ ପକ୍ଷରୁ ଅଭିଯୋଗ ହୋଇଛି।ତଦନ୍ତ ପରେ ଯାହାହେବ।ତେବେ ଜଣେ ବିଧବା ମହିଳାଙ୍କ ପ୍ରତି ଅସଦାଚାରଣ କରିବା ଏବଂ ଏଥିରେ ବିଫଳ ହେବାରୁ ତାଙ୍କ ଚୁଟି କାଟି ତାଙ୍କୁ ସଭ୍ୟ ସମାଜରେ ଅପମାନିତ କରାଯିବା ପରେ ମଧ୍ୟ ପୁଲିସ ପ୍ରଶାସନ ନିରବ ରହିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।