Webportal

ବିବାହ ଏକ ମାସ ପରେ ସ୍ତ୍ରୀ ଅନ୍ୟ ପୁରୁଷ ସହ ଫେରାର

sanitry
0 117

ବିବାହ ଏକ ମାସ ପରେ ସ୍ତ୍ରୀ ଅନ୍ୟ ପୁରୁଷ ସହ ଫେରାର

ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଘଟଣା

ସ୍ତ୍ରୀ ଅଲଗା ଯୁବକ ସହିତ ଫେରାର ହୋଇଯାଇଥିବା ସ୍ୱାମୀ ଆଣିଲେ ଅଭିଯୋଗ

ସୂଚନା ଅନୁଯାୟୀ ସିମୁଳିଆ ଥାନା କଞ୍ଚାପଡ଼ା ପଞ୍ଚାୟତ ଅନ୍ତର୍ଗତ ବୀରବ୍ରହ୍ମପୁର ଗ୍ରାମର ରମେଶ ସାହୁଙ୍କ ପୁତ୍ର ଜ୍ଞାନ ରଞ୍ଜନ ସାହୁ ସହିତ ଆଜକୁ ୧ମାସ ହେବ ଭଦ୍ରକ ଜିଲ୍ଲା ଲଷ୍ମୀଦାସପୁର ଵିଷ୍ଣୁ ମୋହନ ସାହୁଙ୍କ ଝିଅ ରଶ୍ମିତା ସାହୁଙ୍କ ସହିତ ବୈଦିକ ରୀତିନୀତିରେ ମେ ୩୧ତାରିଖରେ ଏକ ମନ୍ଦିରରେ ବିବାହ ହୋଇଥିଲା।

ଚଳିତ ମାସ ୫ ତାରିଖ ଦିନ ସ୍ୱାମୀ ଜ୍ଞାନ ରଞ୍ଜନ ସାହୁ ଓ ସ୍ତ୍ରୀ ରଶ୍ମିତା ସାହୁ ଦୁହେଁ ବାପା ଘରକୁ ବୁଲିବା ପାଇଁ ଲଷ୍ମୀଦାସପୁରକୁ ଯାଇଥିଲେ।

ସେଠାରେ ରାତି ପ୍ରାୟ ୯ଟା ବେଳେ ରଶ୍ମିତା ଅନ୍ୟ ଯୁବକ ସହ କେଉଁ ଆଡ଼େ ଚାଲିଯାଇଥିଲେ। ସ୍ୱାମୀ ଓ ଶଶୂର ଘର ଲୋକେ ତାଙ୍କ ଝିଅକୁ ବହୁତ ଖୋଜା ଖୋଜି କରିବା ପରେ ସ୍ବାମୀ ବାଧ୍ୟ ହୋଇ ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି।

ସ୍ତ୍ରୀକୁ ଖୋଜି ଆଣିବା ପାଇଁ ସ୍ୱାମୀ କାନ୍ଦି କାନ୍ଦି ଅନୁରୋଧ କରୁଥିବା ନଜର ଆସୁଛନ୍ତି।

Square Ad 1
Leave A Reply

Your email address will not be published.