Webportal

ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ସମାଜ ସେବୀଙ୍କ ଆହ୍ୱାନ

sanitry
0 134

ସାରା ବିଶ୍ୱ ଏବେ ଅଶାନ୍ତ ହୋଇ ପଡିଛି। ରୁଷ ଏବଂ ୟୁକ୍ରେନ ଯୁଦ୍ଧରେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ, ପାଶ୍ଚାତ୍ୟ ଦେଶ ଗୁଡିକ ମଧ୍ୟରେ ବିବାଦ ଯୋଗୁଁ ଯୁଦ୍ଧ ଭଳି ପରିସ୍ଥିତି, ଭାରତ ଓ ଚାଇନା ବିବାଦ ଯୋଗୁଁ ସୀମାରେ ଅଶାନ୍ତ ଏବଂ ଭାରତରେ ମଣିପୁର ଭଳି ରାଜ୍ୟରେ ହିଂସା ଏମିତି କେତେ କଣ ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ମଣିଷ ଅଶାନ୍ତ ବାତାବରଣ ଭିତରେ କାଳାତିପାତ କରୁଛି। ଏସବୁରୁ ମୁକ୍ତି ପାଇଁ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହେବା ଆବଶ୍ୟକ ବୋଲି ବିଶିଷ୍ଟ ସମାଜସେବୀ ଅନିରୁଦ୍ଧ ସାହୁ ଆହ୍ୱାନ ଦେଇଛନ୍ତି। ଶାନ୍ତି ପାଇଁ ସେ ବିଭିନ୍ନ ମନ୍ଦିର ଯାଇ ପୂଜାପାଠ କରିବା ସହ ହୋମ ଯଜ୍ଞ ଆଦି କରୁଛନ୍ତି। ଅନିରୁଦ୍ଧ ଭାରତୀୟ ନୌସେନାରେ କାମ କରୁଥିଲେ। ଯେତେବେଳେ ଶ୍ରୀଲଙ୍କାରେ ଅଶାନ୍ତି ସୃଷ୍ଟି ହୋଇଥିଲା ସେତେବେଳେ ଭାରତ ଶ୍ରୀଲଙ୍କାକୁ ଶାନ୍ତି ସେନା ପଠାଇ ଥିଲା। ସେହି ଶାନ୍ତି ସେନାରେ ଅନିରୁଦ୍ଧ ଜଣେ ସୈନିକ ଭାବେ ଯାଇଥିଲେ। କିନ୍ତୁ ହଠାତ ଜାହାଜରେ ଏକ ଦୁର୍ଘଟଣା ଯୋଗୁ ସେ ଅକର୍ମଣ୍ୟ ହୋଇ ଚାକିରିରୁ ଅବ୍ୟାହତି ନେଲେ। ସେହି ଦିନରୁ ସେ ନିଜ ଘର ଛେଣ୍ଡିପଦା ବ୍ଲକ ଦୁର୍ଗାପୁର ଗାଁରେ ରହି ସମାଜ ସେବା କରି ଆସୁଛନ୍ତି। ତାଙ୍କର ଏହି କାମ ପାଇଁ ସେ ବିଭିନ୍ନ ଅନୁଷ୍ଠାନରୁ ଶ୍ରେଷ୍ଠ ସମାଜ ସେବୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି। କରୋନା ସମୟରେ ରୋଗୀ ମାନଙ୍କୁ ଡାକ୍ତରଖାନା ପଠାଇବା, ପୋଲିସ ଓ ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କୁ ଖାଦ୍ୟ ଓ ପାନୀୟ ଜଳ ବ୍ୟବସ୍ଥା କରିବା ଆଦି କାମ କରି ବେସ ପ୍ରସଂଶା ଅର୍ଜନ କରିଛନ୍ତି। ମାନବ ଅଧିକାର ସଙ୍ଗଠନ ଦ୍ୱାରା କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଆଜି ପର୍ଯ୍ୟନ୍ତ ଅନିରୁଦ୍ଧ ନିଃସ୍ୱାର୍ଥପର ଭାବରେ ସମାଜ ସେବା କରି ଆସୁଛନ୍ତି। ଏବେ ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ପୂଜାପାଠ କରୁଛନ୍ତି। ତାଙ୍କର ଏଭଳି ପ୍ରୟାସ ଯୋଗୁ ତାଙ୍କୁ ସବୁଆଡୁ ପ୍ରସଂଶା ମିଳୁଛି।

Square Ad 1
Leave A Reply

Your email address will not be published.