ନାବIଳକକୁ ବାଇକ ଦେଇ ୨୬୦୦୦ ଫାଇନ ଦେବାକୁ ପଡିବ ଗାଡ଼ି ମାଲିକଙ୍କୁ ।ଏଭଳି ଏକ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ପIଲଲହଡା ଉପଖଣ୍ଡ ରେ ।ରବିବାର ସ୍ଥାନୀୟ ଝିମିରିପାଳି ପାଖ ଜାତୀୟ ରାଜପଥ ୧୪୯ରେ ପIଲଲହଡା ପୋଲିସ ଏବଂ ତାଳଚେର ପରିବହନ ବିଭାଗ ପକ୍ଷରୁ ମିଳିତ ଭାବେ ଯାନବାହନ ଯାଞ୍ଚ ଚାଲିଥିବା ବେଳେ ଜଣେ ନାବାଳକ ଏକ ପ୍ଲାଟିନା ମୋଟର ସାଇକେଲ ଓଆର୧୯ ଜେ ୫୬୩୫ କୁ ଚଳାଇ ଆସୁଥିବାର ଦେଖି ତାଙ୍କୁ ଅଟକାଇ ଡ୍ରାଇଭିଂ ଲାଇସେନ୍ସ ସହ ଗାଡି କାଗଜ ପତ୍ର ମାଗିଥିଲେ।କିନ୍ତୁ ନାବାଳକ ଜଣକ କୌଣସି କାଗଜପତ୍ର ଦେଖାଇ ନ ପIରିବାରୁ ନୂତନ ମୋଟର ଆକ୍ଟ ଅନୁଯାୟୀ ତାଳଚେର ଏମ୍.ଭି.ଆଇ ୨୬୦୦୦ଟଙ୍କା ଫାଇନ କରିଥିବା ଜଣାପଡ଼ିଛି I ସଂଗେ ସଂଗେ ଫାଇନ ଟଙ୍କା ଦେଇ ନ ପାରିବରୁ ପୋଲିସ ଗାଡିଟିକୁ ଜବତ କରି ଥାନାକୁ ନେଇ ଆସିଛନ୍ତି I ଜବତ ଗାଡି ମାଲିକ ସ୍ଥାନୀୟ ସିଡିଙ୍ଗ ଗ୍ରାମର ଅନିଲ କୁମାର ଜେନା ଏବଂ ନାବାଳକ ଜଣକ ଅନିଲ ଙ୍କ ପଡୋଶୀ ବୋଲି ଜଣା ପଡିଛି I