ଢେଙ୍କାନାଳ ଜିଲ୍ଲା ଖଡଗପ୍ରସାଦ ସ୍ତିତ ବ୍ରାହ୍ମଣୀ ପବ୍ଲିକ ସ୍କୁଲରେ ଆଜି ୨୧ତମ ବାର୍ଷିକ କ୍ରୀଡା ସମାରୋହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଉଦଯାପିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବ୍ରାହ୍ମଣୀ ପବ୍ଲିକ ସ୍କୁଲର ଚେୟାରମ୍ୟାନ, ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ଶ୍ରୀଯୁକ୍ତ ଗଙ୍ଗାଧର ସାମଲ, ସମ୍ମାନିତ ଅତିଥି ଭାବେ ଟାଟାଷ୍ଟିଲର ସି ଏସ୍ ଆର ମୁଖ୍ୟ ଶ୍ରୀଯୁକ୍ତ ଦିବ୍ୟହାସ୍ ରାଏ, ବିଦ୍ୟାଳୟର ସଦସ୍ୟ ତଥା ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ନରେନ୍ଦ୍ର ସାହୁ ଯୋଗଦାନ କରିଥିଲେ । ଶ୍ରୀଯୁକ୍ତ ସାମଲ ପ୍ରଦୀପ ପ୍ରଜ୍ଵଳନ କରିବା ସହ ସ୍ବାଗତ ଭାଷଣରେ କ୍ରୀଡ଼ାର ଆଭିମୁଖ୍ୟ ବ୍ୟକ୍ତ କରିବା ସାଙ୍ଗ କୁ ବିଦ୍ୟାଳୟ ପାଇଁ ଏକ ଷ୍ଟାଡିଅମ୍ କରିବା ପାଇଁ କଥା ରଖିଥିଲେ। ଭବିଷ୍ୟତରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଲମ୍ପିକ୍ କ୍ରୀଡ଼ାରେ ଅ°ଶ ଗ୍ରହଣ କରି ପାରିବାର ଦକ୍ଷତା ରଖିଛନ୍ତି ବୋଲି ପ୍ରକାଶ କରିଥିଲେ। ଟାଟା ଷ୍ଟିଲର ସି ଏସ୍ ଆର୍ ମୁଖ୍ୟ ଶ୍ରୀ ରାଏ ଛାତ୍ରଛାତ୍ରୀ ମାନଙ୍କର କୀଡାପ୍ରୀତି ଦେଖି ବହୁତ ପ୍ରଶଂସା କରିଥିଲେ। ଏହାପରେ ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ରୀଡ଼ାରେ ଅଂଶ ଗ୍ରହଣ କରିଥିଲେ। କ୍ରୀଡ଼ା ଶେଷରେ ଛାତ୍ରଛାତ୍ରୀ ମାନେ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ। ଅତିଥି ମାନେ କୃତୀ ପ୍ରତିଯୋଗୀ ମାନ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।କ୍ରୀଡ଼ା ଧ୍ବଜ ଅବତରଣ କରାଯାଇ କ୍ରୀଡା ସମାରୋପ ଘୋଷଣା କରାଯାଇଥିଲା। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ନାରାୟଣ ପଣ୍ଡା ମହୋଦୟ ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।