Webportal
Adarasha College

ବ୍ଲାକରୋଜ୍ ବୁଡ଼ି ମାମଲା: ସିବିଆଇ ନେଇପାରେ ତଦନ୍ତ ଦାୟିତ୍ୱ

ବ୍ବଢ଼ିଲା ବବି ଦାସଙ୍କ ଅଡ଼ୁଆ

sanitry
0 57

ବ୍ଲାକରୋଜ୍ ବୁଡ଼ି ମାମଲା: ସିବିଆଇ ନେଇପାରେ ତଦନ୍ତ ଦାୟିତ୍ୱ, ବଢ଼ିଲା ବବି ଦାସଙ୍କ ଅଡ଼ୁଆ।ବବିଙ୍କ ପରିବାର ସଦସ୍ୟଙ୍କ ମାଲିକାନାରେ ଥିବା କମ୍ପାନୀ ମେସର୍ସ ରେକ୍ଟର ମାଇନ୍ସ ଆଣ୍ଡ ମିନେରାଲସ ପ୍ରାଇଭେଟ୍ ଲିମିଟେଡର ଲୁହାପଥରକୁ ଏହି ମଙ୍ଗୋଲୀୟ ଜାହାଜ ‘ଏମଭିବ୍ଲାକରୋଜ୍‌’ ଚୀନ ନେଇ ଯାଉଥିଲା ବୋଲି ଜଣାପଡ଼ିଛି।ଦୀର୍ଘ ୧୫ବର୍ଷ ପରେ ପାରାଦୀପ ସମୁଦ୍ରରେ ଏମଭି ବ୍ଲାକରୋଜ୍ ଜାହାଜ ବୁଡ଼ି ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର ହେବାର ସମ୍ଭାବନା ରହିଛି। ପାରାଦୀପ ସାମୁଦ୍ରିକ ଥାନାରେ ରୁଜୁ ଏହି ବ୍ଲାକରୋଜ୍ ବୁଡ଼ି ଘଟଣାର ତଦନ୍ତ ପ୍ରକ୍ରିୟାକୁ ସିବିଆଇକୁ ହସ୍ତାନ୍ତର କରିବା ନିମନ୍ତେ ଆଇନ ଅନୁସାରେ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ଗୃହ ବିଭାଗ ଚଳିତ ଅଗଷ୍ଟ ୩ତାରିଖରେ ପୁଲିସ ଡିଜି ଓ କ୍ରାଇମବ୍ରାଂଚ ଏଡିଜିଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ କରିଥିବା ଅଭିଯୋଗ ଆଧାରରେ ଗୃହ ବିଭାଗ ଏଭଳି ଚିଠି ଲେଖିଛି। ଆଉ ବ୍ଲାକରୋଜ୍ ଜାହାଜ ବୁଡ଼ି ଘଟଣା ସିବିଆଇକୁ ହସ୍ତାନ୍ତର ହେବାର ସମ୍ଭାବନା ଥିବାବେଳେ ଏହା ବିଜେଡି ନେତା ପ୍ରଣବପ୍ରକାଶ ଦାସ ଓରଫ ବବିଙ୍କ ଅଡ଼ୁଆ ବଢ଼ାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି । ବବିଙ୍କ ପରିବାର ସଦସ୍ୟଙ୍କ ମାଲିକାନାରେ ଥିବା କମ୍ପାନୀ ମେସର୍ସ ରେକ୍ଟର ମାଇନ୍ସ ଆଣ୍ଡ ମିନେରାଲସ ପ୍ରାଇଭେଟ୍ ଲିମିଟେଡର ଲୁହାପଥରକୁ ଏହି ମଙ୍ଗୋଲୀୟ ଜାହାଜ ‘ଏମଭିବ୍ଲାକରୋଜ୍‌’ ଚୀନ ନେଇ ଯାଉଥିଲା ବୋଲି ଜଣାପଡ଼ିଛି

Onida Ad
Square Ad 1
Leave A Reply

Your email address will not be published.