ଦୀର୍ଘଦିନ ର ବ୍ୟବଧାନ ପରେ ଅନୁଗୁଳ ଜିଲ୍ଲା ମହୋତ୍ସବ ର ଆୟୋଜନ ପ୍ରଶାସନ ପକ୍ଷରୁ କରାଗଲା।ପୂର୍ବ ବର୍ଷ ଗୁଡିକର ଆୟୋଜନ ସହିତ ତୁଳନା କଲେ ଚଳିତ ବର୍ଷର ଆୟୋଜନ ଅନେକ ନକାରତ୍ମକ ଛାପ ଛାଡିବାକୁ ଯାଉଛି।
ପ୍ରଥମେ ତ ଜିଲ୍ଲା ପ୍ରଶାସନ ସର୍ବପ୍ରଥମ କାମକୁ ଏଡାଇଗଲା।ତାହା ହେଲା ସରକାରୀ ଭାବେ ସାମ୍ବାଦିକ ମାନଙ୍କୁ କୌଣସି ସୂଚନା ଦିଆଗଲା ନାହିଁ,ଯେଉଁମାନେ କି ଲୋକଙ୍କ ପାଖରେ ସବିଶେଷ ସୂଚନା ପହଞ୍ଚାଇ ଥାଆନ୍ତି।ଏହାର ଉଦ୍ଦେଶ୍ୟ ପ୍ରଶାସନିକ ଅଧିକାରୀ ମାନେ କହିପାରିବେ।ତାହା ନ କରି ଜିଲ୍ଲା ପ୍ରଶାସନ କେବଳ ସାମାଜିକ ଗଣମାଧ୍ୟମରେ ନିଜେ ନିଜେ ପ୍ରଚାର କଲେ। ଏହା ସହିତ କୌଣସି ଏକ ଭୟରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଚେଷ୍ଟା କରି ହାତଗଣତି ସାମ୍ବାଦିକଙ୍କୁ ଖବର ସଂଗ୍ରହ କରିବାକୁ ଡାକିବା ପାଇଁ ଏକ ତାଲିକା ପ୍ରସ୍ତୁତ କଲେ, କିନ୍ତୁ ସେହି ତାଲିକାରୁ ମଧ୍ୟ ଶେଷ ମୁହୂର୍ତ୍ତରେ କିଛି ନାଁ କୁ ଡକା ଗଲାନାହିଁ।ଇଏ କି ପ୍ରକାର ଆଚରଣ ବୁଝି ହେଉନାହିଁ।ସମସ୍ତ ଅଧିକୃତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଖବର ସଂଗ୍ରହ କରିବା ପାଇଁ ସୁଯୋଗ ମିଳିବା ଉଚିତ, ଯାହାକି ସମ୍ବିଧାନ ଦ୍ୱାରା ପ୍ରଦତ୍ତ ଅଧିକାର।
ଆଉ ଏକ ଅବ୍ୟବସ୍ଥା ହେଲା ଟ୍ରାଫିକ ସଞ୍ଚାଳନ,ଯେଉଁଠି ପାଇଁ ସହର ବାସୀ ଅନେକ ଅସୁବିଧା ର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଲଗାତାର ଲାଗିବାକୁ ଥିବା ମଶାଲ ମଧ୍ୟ ଲିଭିଗଲା।
ବର୍ଷା ଯୋଗୁଁ ୟେଲୋ ସଚେତନତା ଜାରି କରାଯାଇଥିବା ସତ୍ୱେ ମହୋତ୍ସବ ଆୟୋଜନ କରାଗଲା ଓ ବର୍ଷା ତାହାର ପ୍ରଭାବ ଦେଖାଇଲା।ବ୍ୟୟବହୁଳ ଆୟୋଜନ ହୋଇଥିବା ବେଳେ ଯାନ୍ତ୍ରିକ ତୃଟି ପାଇଁ ଲୋକେ ଠିକରେ କିଛି ଶୁଣି ପାରି ନ ଥିଲେ।
ପୂର୍ବଥର ଅପେକ୍ଷା ଚଳିତ ଥର ପ୍ରାୟ ପାଞ୍ଚ ଗୁଣା ଖର୍ଚ୍ଚ ହେଉଥିବାର ସୂଚନା ମିଳୁଛି।ମହୋତ୍ସବ ନାଁରେ ଗୀତସଙ୍ଗୀତ କାର୍ଯ୍ୟକ୍ରମ ପାଇଁ ଏତେ ଖର୍ଚ୍ଚ ନ କରି ରାସ୍ତା ମରାମତି, ଖୋଲାରେ ରହୁଥିବା ଲୋକଙ୍କ ସୁବିଧା ଆଦି ପ୍ରତି ଅଗ୍ରାଧିକାର ଦେଇଥିଲେ ଜିଲ୍ଲାବାସୀ ଉପକୃତ ହୋଇଥାନ୍ତେ।
ଆମକୁ ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାପାଳଙ୍କୁ କିଛି ଅସାଧୁ ଅଫିସର ଏବଂ ସାମ୍ବାଦିକ ଭୁଲ ତଥ୍ୟ ଦେଉଛନ୍ତି, ଯାହା ଉପରେ ଜିଲ୍ଲାପାଳ ବିଶ୍ୱାସରେ ନିର୍ଭର କରୁଛନ୍ତି।ଏହା ଦ୍ଵାରା ସାମାଜିକ ଗଣମାଧ୍ୟମରେ ମଧ୍ୟ ଜିଲ୍ଲା ପ୍ରଶାସନ କୁ ଅନେକ ଆଲୋଚନା ର ସମ୍ମୁଖୀନ ହେବାକୁ ପଢୁଛି।
ଆଉ ଏକ ଅନୁସନ୍ଧାନ କହୁଛି ଯେ କିଛି ସାମ୍ବାଦିକ ଜିଲ୍ଲା ପ୍ରଶାସନ ର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଡରରେ ସଠିକ ଖବର ପରିବେଷଣ କରୁନାହାନ୍ତି ତ ଆଉ କିଛି ପ୍ରଶାସନ କୁ ଖୋସାମତି କରି ନିକଟବର୍ତ୍ତୀ ହେବା ପାଇଁ ସଠିକ ଖବର ପରିବେଷଣ କରୁନାହାନ୍ତି।