Webportal

ଭଲ ଶାସନ ଚାଲିଥିବ: କିନ୍ତୁ ଭଲ ଶାସନ ଚାଲିବା ଆବଶ୍ୟକ

sanitry
0 80

ଆମକୁ ଶାସନ କରୁଥିବା କେନ୍ଦ୍ର ଓ ରାଜ୍ୟ ସରକାର ଲଗାତାର ଭାବେ ସଂଖ୍ୟାଗରିଷ୍ଟ୍ ଭୋଟରଙ୍କ ଦ୍ବାରା ଏକାଧିକ ଅବଧି ପାଇଁ ନିର୍ବାଚିତ ହୋଇ ଆସୁଛନ୍ତି। ତେଣୁ ତାଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ଅର୍ଥ ସେମାନଙ୍କୁ ନିର୍ବାଚିତ କରିଥିବା ଭୋଟର ମାନଙ୍କ ବୁଦ୍ଧି ଉପରେ ସନ୍ଦେହ ପ୍ରକାଶ କରିବା। ତେଣୁ ଆମକୁ ମାନିନେବାକୁ ହେବ ଯେ ଆମେ ଏକ ଭଲ ଶାସନ ବ୍ୟବସ୍ଥା ମଧ୍ୟରେ ଅଛୁ।

ଏବେ ଦେଖାଯାଉଛି ସରକାରୀ ଭାବେ ସାଧାରଣ ଲୋକଙ୍କୁ ଅନେକ ଦରକାରୀ ଅଦରକାରୀ ସୁବିଧା ଓ ଅନୁଦାନ ଦିଆଯାଉଛି। ଏହା ଫଳରେ ଲୋକଙ୍କ କାର୍ଯ୍ୟ କ୍ଷମତା ବା ପ୍ରଡକ୍ତିଭିଟୀ କମି ଯାଉଛି। ଯାହା ଫଳରେ ଦେଶ ଓ ରାଜ୍ୟ ଉଭୟ ବିକାଶ କ୍ଷେତ୍ରରେ ପଛେଇ ଯାଉଛନ୍ତି।

ପ୍ରତି ଦାୟିତ୍ବବାନ ସରକାରର କର୍ତ୍ତବ୍ୟ ହେଲା ଯେମିତି କେହି ଜନସାଧାରଣ ଅର୍ଥାଭାବରୁ ଖାଦ୍ୟ, ଶିକ୍ଷା ଓ ଚିକି୍ସା ର ମୌଳିକ ସୁବିଧାରୁ ବଂଚିତ ନ ହୁଅନ୍ତି ସେ ଦିଗରେ ଧ୍ୟାନ ଦେବା। ତା ସହିତ ଲୋକଙ୍କୁ ସ୍ବାବଲମ୍ବୀ କରାଇବା ପାଇଁ ପଦକ୍ଷେପ ନେବା। ଯା ଫଳରେ ସେମାନେ ବିଭିନ୍ନ ସରକାରୀ ଅନୁଦାନ ଯଥାଶୀଘ୍ର ତ୍ୟାଗ କରି ନିଜେ ନିଜର ଆବଶ୍ୟକତା ପୂରଣ କରି ପାରିବେ। ଏହା ଫଳରେ ସରକାରଙ୍କ ଦ୍ଵାରା ଅନୁଦାନରେ ଦିଆ ଯାଉଥିବା ଅର୍ଥ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ଖର୍ଚ୍ଚ ହେଇପାରିବା ସହ ଲୋକଙ୍କ କାର୍ଯ୍ୟ ବା ଉତ୍ପାଦନ କ୍ଷମତା ଯଥେଷ୍ଟ ବୃଦ୍ଧି ପାଇବ ଯାହା କି ରାଜ୍ୟ ତଥା ଦେଶର ଉନ୍ନତି ପାଇଁ ଜରୁରୀ।

ତେଣୁ ଦେଶ ପ୍ରଦେଶ ଓ ଲୋକଙ୍କ ହିତରେ ସରକାର ମାନଙ୍କୁ ଉଚିତ୍ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ତାହା ହେଲେ ଶାସନ ଠିକ୍ ଭାବେ ଚାଲିଛି ବୋଲି କହିହେବ।

Square Ad 1
Leave A Reply

Your email address will not be published.