Webportal

ଭାରତରେ ପୁଣି ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା; ଗତ ୨୪ ଘଣ୍ଟାରେ ସାରା ଦେଶରେ ୧୩ ହଜାରରୁ ଅଧିକ ମାମଲା ଚିହ୍ନଟ

sanitry
0 85

ଭାରତରେ ପୁଣି ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ୧୩ ହଜାରରୁ ଅଧିକ ମାମଲା ଚିହ୍ନଟ । ଏଥିରେ ୨୩ ଜଣଙ୍କ ମୃତ୍ୟୁ ହୋଇଛି। ନୂଆ ସଂଖ୍ୟାରୁ ଦେଶରେ ଆକ୍ଟିଭ କେସ୍ ସଂଖ୍ୟା ଥରକେ ୬୮ ହଜାର ଟପିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ୮ ହଜାର ୧୪୮ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସଂକ୍ରମଣ ହାର ବୃଦ୍ଧି ଯୋଗୁ ଭାରତରେ ପଜିଟିଭିଟି ହାର ୨.୭୩ ପ୍ରତିଶତକୁ ପହଞ୍ଚିଛି। କରୋନା ଭାଇରସ ମହାମାରୀରେ ସଂକ୍ରମିତ ମୋଟ ଲୋକଙ୍କ ସଂଖ୍ୟା ଦେଶରେ ୪,୩୨,୮୩,୭୯୩ ହୋଇଯାଇଛି।

୧୧୩ ଦିନରେ ପ୍ରଥମ ଥର ଯେଉଁ ଦିନ ମାତ୍ର ୨୪ ଘଣ୍ଟାରେ ୧୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ଆଉ ୨୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଫଳରେ ମୋଟ ମୃତକଙ୍କ ସଂଖ୍ୟା ୫,୨୪,୮୪୦କୁ ପହଞ୍ଚିଛି। ମନ୍ତ୍ରାଳୟଙ୍କ ଅନୁସାରେ ଦେଶରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୬୮, ୧୦୮କୁ ପହଞ୍ଚିଛି। ଯାହା ମୋଟ ମାମଲାର ୦.୧୬ ପ୍ରତିଶତ। ଗତ ୨୪ ଘଣ୍ଟାରେ ଆକ୍ଟିଭ ମାମଲା ସଂଖ୍ୟାରେ ୫୦୪୫କୁ ବୃଦ୍ଧି ହୋଇଛି।

Square Ad 1
Leave A Reply

Your email address will not be published.