Webportal
Adarasha College

ଭାରତ ବନ୍ଦ ବାହାନାରେ ଅନୁଗୁଳ ସହରରେ ଆତଙ୍କରାଜ

ଲୋକଙ୍କ ପ୍ରଶ୍ନ କି କାମକୁ ଗଣତନ୍ତ୍ର ଓ କି କାମକୁ ପୋଲିସ ;ବନ୍ଦ ପାଳନ ପାଇଁ ଅପର୍ଯ୍ୟାପ୍ତ ଅର୍ଥ ଦେଉଛି କିଏ

sanitry
0 54

ବନ୍ଦ ବାହାନାରେ ଅନୁଗୁଳ ସହରରେ ଆତଙ୍କରାଜ।କି କାମକୁ ଗଣତନ୍ତ୍ର ଓ କି କାମକୁ ପୋଲିସ।ବନ୍ଦ ପାଳନ ପାଇଁ ଅପର୍ଯ୍ୟାପ୍ତ ଅର୍ଥ ଦେଉଛି କିଏ।ଯଦି ବିଶ୍ଵର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର ବୋଲାଉଥିବା ଆମ ଦେଶରେ ସାଧାରଣ ଲୋକଙ୍କୁ ଗାଳି ଆଉ ମାଡ଼ ମାରି ବନ୍ଦ ପାଳନ କରାଯାଉଛି ଓ ପୋଲିସ ଏକଦମ ଚୁପ ରହିଛି ତେବେ ନିରୀହ ଜନତା ପାଇଁ ଗଣତନ୍ତ୍ର ଓ ପୁଲିସ ର ମାନେ କଣ ମୌଳିକ ଅଧିକାର ର ରକ୍ଷା ନୁହେଁ ଆଉ କିଛି। ଅପର୍ଯ୍ୟାପ୍ତ ଅର୍ଥ ଦେଉଛି କିଏ ନୀରିହ ଯୁବକଙ୍କୁ ବନ୍ଦ କରିବା ପାଇଁ ଜୋର ଜବରଦସ୍ତ କରିବାକୁ। ଏହା ନିଶ୍ଚୟ ଉଚ୍ଚସ୍ତରୀୟ ତଦନ୍ତ ର ବିଷୟ।ଆଜି ଏସସି ଏସଟି ବା ଅନୁସୂଚିତ ଜାତି ଓ ଜନଜାତି ସର୍ବଭାରତୀୟ ସମନ୍ଵୟ କମିଟିର ଆହ୍ଵାନ କ୍ରମେ ଅନୁଗୁଳ ଜିଲ୍ଲା ଏସସି ଏସଟି ସମନ୍ଵୟ କମିଟି ପକ୍ଷରୁ ଅନୁଗୁଳ ଜିଲ୍ଲାରେ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ କରିବା ପାଇଁ ଏହି କମିଟି ଅନୁଗୁଳ ଜିଲ୍ଲାପାଳଙ୍କୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଯେମିତି ବିଦେଶରୁ ଆତଙ୍କବାଦୀଙ୍କ ପାଇଁ ବିପୁଳ ଅର୍ଥ ଆସିଲେ ସେହି ଅର୍ଥ ବଳରେ ସେମାନେ ଆତଙ୍କରାଜ ଚଳାଇଥାନ୍ତି ଠିକ ସେଇଆ ଅନୁଭବ ହେଲା ଆଜି ଅନୁଗୁଳରେ ବନ୍ଦ କରାଉଥିବା ବ୍ୟକ୍ତିଙ୍କୁ ଦେଖି। ବାରମ୍ବାର ସେମାନେ ପ୍ରାୟ ୨୦-୨୫ ଜଣିଆ ଗୋଷ୍ଟିରେ ଯାଇ ଶବ୍ଦକୋଷ ରେ ବୋଧହୁଏ ନ ଥିବା ଅଶ୍ଳୀଳ ଭାଷାରେ ଖାସ କରି ଦୋକାନୀ ମାନଙ୍କୁ ଗାଳି କରିବା ସହ ଆକ୍ରମଣ କରିବା ପାଇଁ ଆଗେଇ ଯାଉଥିଲେ। ପ୍ରାଣ ହରାଇବା ଭୟରେ ବିଚରା ଦୋକାନୀ ଦୋକାନର ଜିନିଷ ବାହାରେ ଛାଡି ଦେଇ ଦୋକାନ ତରବରରେ ବନ୍ଦ କରି ପକାଉଥିଲେ। ଦୋକାନୀ ମାନଙ୍କ କହିବା ଅନୁଯାୟୀ ପୂର୍ବରୁ ଯେତେଥର ବନ୍ଦ ଡାକରା ଦିଆଯାଇଥିଲା ସେମାନଙ୍କୁ ଆସି ବନ୍ଦ କରିବା ପାଇଁ କୁହା ଯାଇଛି ଓ ସେମାନେ ତୁରନ୍ତ ବନ୍ଦ କରିଦିଅନ୍ତି। ସେମାନେ ନିଶ୍ଚିତ ଭାବରେ ଭୟରେ ବନ୍ଦ କରି ଦେଉଥିବେ। ଏହା କେତେବେଳେ ଅଲଗା ଆଲୋଚନାର ପ୍ରସଙ୍ଗ। ଆସନ୍ତୁ ଆଜିର ପ୍ରସଙ୍ଗ ନେଇ କଥାହେବା। ଆଜି ସେହି ଦୋକାନୀ ମାନଙ୍କ କହିବା ଅନୁଯାୟୀ ବନ୍ଦ ଡାକରା କୁ ସମର୍ଥନ କରୁଥିବା ଲୋକେ ସିଧାସଳଖ ଆସି ଶବ୍ଦକୋଷ ଓ ତା ବାହାର ର ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ମାଡ଼ ମାରିବା ପାଇଁ ମଧ୍ୟ ଆଗେଇ ଆସୁଥିଲେ। ଦୋକାନୀ ମାନଙ୍କ କହିବା ହେଲା ଯେ ତାଙ୍କର ଦୋଷ କଣ। ସେମାନେ ତ ଥରେ କହିଥିଲେ ନିଜ ନିଜ ଦୋକାନ ବନ୍ଦ କରି ଦେଇଥାନ୍ତେ। ତାଙ୍କୁ ମାଡ଼ ଗାଳି କାହିକି କରାଗଲା। ଏହାତ ସ୍ଵାଭାବିକ ଯେ ଜଣେ ତାକୁ ବାଧ୍ୟ ନ କରାଗଲେ ନିଜ ଇଚ୍ଛାରେ ନିଜର ଦୋକାନ ବନ୍ଦ କରି ନିଜର ସେହି ଦିନର ରୋଜଗାର କାହିଁକି ବୁଦେଇବ। ଆଜିର ଯୁଗ ତ ସେମିତି ମହଙ୍ଗା ମାଡ଼ର। ବନ୍ଦ କରିବାକୁ ଆସୁଥିବା ବ୍ୟକ୍ତି ମାନେ ଭଡ଼ାଟିଆ ଗୁଣ୍ଡା ଓ ସେମାନଙ୍କୁ ଏହି କାମ ପାଇଁ ପ୍ରଚୁର ଅର୍ଥ ଦିଆଯାଇଛି ବୋଲି ସ୍ପଷ୍ଟ ଜଣା ପଡୁଥିଲା। ବଡ ପ୍ରଶ୍ନ ଉଠୁଛି ଯେ ନୀରିହ ଅନୁସୂଚିତ ଜାତି ଓ ଜନଜାତିର ଯୁବକ ମାନଙ୍କୁ ଏତେ ଟଙ୍କା ଦେଇ କିଏ ବନ୍ଦ ଆଳରେ ଆତଙ୍କବାଦୀ ଭଳି ବ୍ୟବାହର କରିବାକୁ ଉସ୍କାଉଛି। କାରଣ ସୁପ୍ରୀମକୋର୍ଟ ଙ୍କ ଆଦେଶ ସପକ୍ଷରେ କେନ୍ଦ୍ର ସରକାର ନ ଥିବାରୁ ସଂସଦରେ ଆଇନ ଆଣି ଏହି ଆଦେଶକୁ ଅକାମୀ କରାଯିବାର ଜଣାପଡ଼ୁଛି। ତା ବାଦ ଯଦି ଆର୍ଥିକ ସ୍ୱଚ୍ଛଲ ଥିବା ବ୍ୟକ୍ତିଙ୍କ ବଦଳରେ ଜଣେ ଦରକାରୀ ବ୍ୟକ୍ତି ଆରକ୍ଷଣ ପାଉଛି ତେବେ ତ ଖୁସିର ବିଷୟ। କିନ୍ତୁ ଏହି ନୀରିହ ଯୁବକଙ୍କୁ ନିଜ ସ୍ବାର୍ଥ ପାଇଁ ଅନ୍ୟ କେହି ବ୍ୟବାହର କରୁଛି ଓ ଏମାନେ ବୁଝି ପାରୁ ନାହାଁନ୍ତି। ସେହି ବ୍ୟବାହର କରୁଥିବା ଲୋକେ ଯେ ଏହି ଯୁବକ ମାନଙ୍କୁ ଟଙ୍କା ଦେଇ ଗୁଣ୍ଡା ଭାବେ ସଜାଇ ଭବିଷ୍ୟତରେ ନିଜର ସ୍ବାର୍ଥ ହାସଲ ପାଇଁ ଉଦ୍ୟମ କରିବେ ଏଥିରେ ବିଲକୁଲ ସନ୍ଦେହ ନାହିଁ। କିନ୍ତୁ ଏଠି ବିଲକୁଲ ବଡ ପ୍ରଶ୍ନ ହେଲା ଅନୁଗୁଳ ଜିଲ୍ଲା ପ୍ରଶାସନ ଆଖିରେ ଅନ୍ଧ ପୁଟୁଳି କାହିଁକି ବାନ୍ଧି ଦେଇଥିଲା ଓ ମିଛ ରେ ସାଧାରଣ ଲୋକଙ୍କୁ ଭୂଆଁ ବୁଲାଉ ଥିବା ଅନୁଗୁଳ ଟାଉନ ପୋଲିସ ଅନୁଗୁଳ ସହରରେ ଏପରି ଆତଙ୍କରାଜ ଚାଲିଥିବା ବେଳେ କଣ ନିଜର ଉପୁରି ଆଦାୟ ଯୋଜନା କରୁଥିଲା। ଯଦି ସାଧାରଣ ଲୋକଙ୍କୁ ପୋଲିସ ସୁରକ୍ଷା ଦେବାକୁ ଚେଷ୍ଟା ମଧ୍ୟ କରୁନି ଯାହାକି ବନ୍ଦ ପାଳନ ହେଲେ ନିଶ୍ଚିତ ଭାବରେ ଆବଶ୍ୟକ, ତାହା ହେଲେ କେଉଁଥି ପାଇଁ ଲୋକେ ପୋଲିସ ର ତଥାକଥିତ ଦାଦାଗିରି କୁ ସହିବେ ଆଉ କେଉଁ ଅଧିକାରରେ ଅନୁଗୁଳ ଟାଉନ ପୋଲିସ ସାଧାରଣ ଲୋକଙ୍କୁ ଛୋଟ ଛୋଟ କଥା ଯେମିତି ରାସ୍ତା ସାଇଡ ରେ ଗାଡି ଥିଲେ ମଧ୍ୟ ଫାଇନ ଦେବା ପାଇଁ କହିବ। କିଛି ନିର୍ଦ୍ଦିଷ୍ଟ ଅଞ୍ଚଳ ରେ ଯେତେବେଳେ ଇଛା ଅନୁଗୁଳ ଟାଉନ ଥାନା ପୋଲିସ ବେଆଇନ ପାର୍କିଂ ବାହାନାରେ ଜୋରିମାନା ଆଦାୟ କରୁଥିବା ବେଳେ ଅନୁଗୁଳ ର ଅନେକ ଜାଗାରେ ରାସ୍ତା ଅବରୋଧ କରି ଚବିଶ ଘଣ୍ଟା ଗାଡି ମୋଟର ବିନା କାରଣରେ ପାର୍କିଂ ହୋଇ ରହୁଛି।ସେଥି ଆବଶ୍ୟକ ଥିବାବେଳେ ଅନୁଗୁଳ ଟାଉନ ଥାନା ପୋଲିସ କାହିଁକି ଜୋରିମାନା ଆଦାୟ କରୁନାହିଁ ତାହାତ ସଂପୃକ୍ତ ଅଧିକାରୀ ମାନେ କହି ପାରିବେ। ତା ବିଷୟରେ ଆମ ନିକଟର କିଛି ନିର୍ଦ୍ଦିଷ୍ଟ ସୁଚନା ନାହିଁ।ରାସ୍ତା ଉପରେ ବିନା ପାର୍କିଂ ବ୍ୟବସ୍ଥାରେ ସରକାରି ଓ ବେସରକାରୀ ଉଭୟଙ୍କ ଦୋକାନ ଗୃହ ଭଡ଼ାରେ ଲାଗିଛି। ତା ପାଇଁ ଅନୁଗୁଳ ପୋଲିସ ର କୌଣସି କ୍ଷମତା ନ ଥିବା ପରି ଜଣାପଡେ। କିନ୍ତୁ ଜଣେ ସାଧାରଣ ବ୍ୟକ୍ତି ଯଦି କିଣାକିଣି ପାଇଁ ସେହି ବେଆଇନ ଭାବେ ନିର୍ମିତ ଦୋକାନକୁ ଯାଇଛି ତେବେ ସେ ପୋଲିସର ଗାଳି ଶୁଣିବା ସହ ଜୋରିମାନା ମଧ୍ୟ ଦେବ। ଆଉ ପୋଲିସ ଡରରେ ଗଣମାଧ୍ୟମ ଆଗରେ କିଛି କହିବ ମଧ୍ୟ ନାହିଁ। ବା ରେ ଅନୁଗୁଳ ପୋଲିସ। ଆପଣଙ୍କର ସମ୍ମାନ ହେବା ନିହାତି ଉଚିତ। କାରଣ ଆପଣ ଦରକାର ବେଳେ ବନ୍ଦ କରାଉଥିବା ବ୍ୟକ୍ତିଙ୍କ ଠାରୁ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା କୁ ଚେଷ୍ଟା ମଧ୍ୟ କରୁଥିବା ର ଆମେ ଆଜିର ବନ୍ଦ ସମୟରେ ଦେଖୀ ପାରିଲୁ ନାହିଁ। ପୋଲିସ କଣ କେବଳ ଛୋଟ ଛୋଟ କଥାରେ ଯେପରି ପାର୍କିଂ ହେଲମେଟ ସମ୍ବନ୍ଧୀୟ ମାମଲାରେ ଟିକିଏ ବି ଅନୁକମ୍ପା ନ ଦେଖାଇବାକୁ ରହିଛି ଆଉ ମୌକା ମିଳିଲେ ନୀରିହ ଲୋକଙ୍କୁ ବଟି ଆକାରରେ ଟଙ୍କା ଦେବାକୁ ରହିଛି। ଏହା ଆମେ ଆମ ମନରୁ କହୁନାନୁଁ। ସାଧାରଣ ଲୋକ ଯିଏ ନିଦିଦିନ ପୋଲିସ ଭୟରେ ଚଳୁଛି ସିଏ କହୁଛି। ଆଜି ଆତଙ୍କ ସୃଷ୍ଟି କରିଥିବା ବ୍ୟକ୍ତି ମାନେ କାହାକୁ ସେହି ସମୟର ଚିତ୍ର ଉତ୍ତୋଳନ କରିବା ପାଇଁ ଦେଇ ନ ଥିଲେ। ଆମ ପ୍ରତିନିଧି ଆତଙ୍କ ସମ୍ପକିତ ଅଭିଯୋଗ ପାଇଲେ କିନ୍ତୁ ଭୟରେ କେହି ସର୍ବସାଧାରଣରେ ମୁହଁ ଖୋଲିବା ପାଇଁ ରାଜି ନାହାଁନ୍ତି। ଆମ ପ୍ରତିନିଧି ତ ନିଜ ପରିଚୟ ଗୋପନ ରଖି ଥିବାରୁ ଏ ସୂଚନା ପାଇଥିଲେ। ତାହାହେଲେ ସାଧାରଣ ଲୋକଙ୍କ ପାଇଁ ଗଣତନ୍ତ୍ର ଓ ପୋଲିସ ର ମାନେ କଣ ଏଇଆ ଯେ ଆତଙ୍କ ସହିବ ଆଉ ଛୋଟ ଛୋଟ କଥାରେ ପୋଲିସ ତାକୁ ହଇରାଣ କରିବ। ସେପଟେ ବଡ ବଡ ଅପରାଧୀ ମାନଙ୍କ ପାଇଁ ଗଣତନ୍ତ୍ର ଯେମିତି କେବଳ ମିଛ ସାହାଯ୍ୟ କରିବାକୁ ରହିଛି। ସେମାନେ ଅପରାଧିକ ମାମଲା ରହି ମଧ୍ୟ ପୋଲିସ ସହିତ ଜିଲ୍ଲାର ବଡ ବଡ ଅଧିକାରୀଙ୍କ ସହ ମିଶୁଛନ୍ତି। କିନ୍ତୁ ନୀରିହ ଲୋକଟିଏ ସାମାନ୍ୟ ତାର ମୌଳିକ ଅଧିକାର ଥିବା ସୁରକ୍ଷା ମଧ୍ଯ ପାଇପାରୁ ନାହିଁ। ଯଦି ପୋଲିସ ନିଜ କର୍ତ୍ତବ୍ୟ ଆଜି କରିଥାନ୍ତା ସେହି ଆତଙ୍କ ସୃଷ୍ଟି କରିଥିବା ବ୍ୟକ୍ତି ମାନେ ନିଶ୍ଚୟ ପୋଲିସ ହାତରେ ଥାନ୍ତେ। କିନ୍ତୁ ପୋଲିସ ର ବି କିଛି ରାଜନୀତିକ ବାଧ୍ୟବାଧ୍ୟକତା ବା ଆଉ କିଛି ଚାକିରି ସୁରକ୍ଷିତ ରଖିବା ପାଇଁ ମଜବୁରି ରହି ଥାଇପାରେ। ଆମେ ସେ ବିଷୟରେ ନିଶ୍ଚିତ ନୁହେଁ। ଆଜିର ଘଟଣା ପରେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ କି ଗଣତନ୍ତ୍ର କି ଆଇନଶୃଙ୍ଖଳା।

Onida Ad
Square Ad 1
Leave A Reply

Your email address will not be published.