Webportal

ଭାରତ ସିରିଜ ନମ୍ବର ଲାଗୁ କରିବାରେ ଦେଶରେ ଓଡ଼ିଶା ପ୍ରଥମ; ୱାନ ନେଶନ ୱାନ ରେଜିଷ୍ଟ୍ରେସନ ପାଇଁ ଉଠୁଛି ଦାବି

sanitry
0 131

ଚାକିରୀ କାରଣରୁ ଦେଶର ବିଭିନ୍ନ ରାଜ୍ୟକୁ ବଦଳି ହେଉଥିବା ସରକାରୀ ଓ ପ୍ରତିରକ୍ଷା ବିଭାଗ କର୍ମଚାରୀଙ୍କୁ ବାରମ୍ବାର ନମ୍ବର ବଦଳାଇବା ଝିନ୍‌ଝଟରୁ ମୁକ୍ତି ଦେବା ପାଇଁ କେନ୍ଦ୍ର ପରିବହନ ବିଭାଗ ମନ୍ତ୍ରଣାଳୟ ବା ନର୍ଥ ପକ୍ଷରୁ ଭାରତ ସିରିଜ୍ ନମ୍ବରର ପ୍ରଚଳନ ଆରମ୍ଭ ହୋଇଥିଲା । କେନ୍ଦ୍ରର ଏହି ସଂକ୍ରାନ୍ତୀୟ ବିଜ୍ଞପ୍ତି ପରେ ସାରା ଦେଶରେ ପ୍ରଥମ ରାଜ୍ୟ ଭାବେ ଏହାକୁ ଲାଗୁ କରିଥିଲା ଓଡ଼ିଶା। ଏ ପର୍ଯ୍ୟନ୍ତ ରାଜ୍ୟରେ ଏହି ସିରିଜ ପାଇଁ ମୋଟ ୧୬୭୪ ଟି ନମ୍ବର ରେଜିଷ୍ଟ୍ରିଭୁକ୍ତ ହୋଇଥିବା ବେଳେ ଏହାର ଗ୍ରହଣୀୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏକ୍ସପର୍ଟ ।

ଗୋଟିଏ ଥର ପାଇଁ  ଗାଡ଼ି ପଞ୍ଜୀକରଣ କଲେ ଏହା ଯେଭଳି ସାରା ଦେଶରେ ଗ୍ରହଣୀୟ ହେବ ସେନେଇ କେନ୍ଦ୍ର ସରକାର ୨୦୨୧ ମସିହାରେ ଉଦ୍ୟମ ଆରମ୍ଭ କରିଥିଲେ । ମୂଳ ଉଦ୍ଦେଶ୍ୟ ଥିଲା ଥରେ ଗାଡ଼ି କିଣିବା ସମୟରେ ଯେ କୌଣସି ରାଜ୍ୟରେ ଏହାର ପଞ୍ଜୀକରଣ କରାଯାଇ ପାରିବ ଓ ଏହା ସାରା ଦେଶରେ ଗ୍ରହଣୀୟ ହେବ । ୨୦୨୧ ମସିହା ଅଗଷ୍ଟ ମାସରେ କେନ୍ଦ୍ର ପରିବହନ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିଲା ଏହି ଉଦ୍ୟମ । ଦେଶରେ ପ୍ରଥମ ରାଜ୍ୟ ଭାବେ ଏହାକୁ ଲାଗୁ କରିଥିଲା ଓଡ଼ିଶା । ଚଳିତ ମାସ ୭ ତାରିଖ ସୁ୍‌ଦ୍ଧା ଏ ପର୍ଯ୍ୟନ୍ତ ଓଡ଼ିଶାରେ ମୋଟ ୧୬୭୪ଟି ଭାରତ ସିରିଜ୍‌ର ନମ୍ବର ପଞ୍ଜୀକୃତ ହୋଇଛି ।

ରାଜ୍ୟ ପରିବହନ ବିଭାଗର ଯୁଗ୍ମ କମିଶନର ସଞ୍ଜୟ ବିଶ୍ୱାଳଙ୍କ ସୂଚନା ଅନୁସାରେ, ବିଭିନ୍ନ ସରକାରୀ କର୍ମଚାରୀ ଓ ପ୍ରତିରକ୍ଷା କ୍ଷେତ୍ରରେ କାମ କରୁଥିବା ଚାକିରିଆ ତଥା ବେସରକାରୀ କର୍ମଚାରୀଙ୍କ ଆବଶ୍ୟକତାକୁ ଆଖିରେ ରଖି ଏଭଳି ନୀତି ପ୍ରଣୟନ ହୋଇଛି । ଏହି କର୍ମଚାରୀମାନେ ବାରମ୍ବାର ବିଭିନ୍ନ ସ୍ଥାନକୁ ବଦଳି କାରଣରୁ ଗାଡ଼ି ପଞ୍ଜୀକରଣ ସମସ୍ୟର ସମ୍ମୁଖୀନ ହୋଇଥାନ୍ତି । ତେଣୁ ସେମାନେ ଗାଡ଼ି କିଣିବା ସମୟରେ ଭାରତ ସିରିଜ୍ ନମ୍ବର ନେଇପାରିବେ । ଏଥିପାଇଁ ସେମାନଙ୍କୁ କେବଳ ଚାକିରୀର ଆଇଡ଼ି ଦେବାକୁ ପଡ଼ିବ।

ଯୁଗ୍ମ କମିଶନରଙ୍କ ସୂଚନା ଅନୁସାରେ, ଭାରତ ସିରିଜ ନମ୍ବର ପଞ୍ଜୀକରଣ ପାଇଁ ଗାଡ଼ି କିଣିବା ସମୟରେ ୨ ବର୍ଷର ଟ୍ୟାକ୍ସ ଦେବାକୁ ହେବ । ଏହା ପରେ ଯେ କୌଣସି ରାଜ୍ୟକୁ ଗଲେ ଆଉ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ । ବାରମ୍ବାର ବଦଳିର ସମ୍ମୁଖୀନ ହେଉଥିବା ସରକାରୀ ଓ ପ୍ରତିରକ୍ଷା କର୍ମଚାରୀଙ୍କ ସୁବିଧା ପାଇଁ ଏହା ଉଦ୍ଦିଷ୍ଟ। ବେସରକାରୀ କର୍ମଚାରୀମାନେ ମଧ୍ୟ ଏହି ସୁବିଧା ପାଇପାରିବେ । ତେବେ ସେମାନଙ୍କୁ ଅଫିସର ଅନୁମତି ପତ୍ର ଦାଖଲ କରିବାକୁ ହେବ । ଏହାପରେ ବାହାନ ୱେବସାଇଟ୍‌କୁ ଯାଇ ପଞ୍ଜୀକୃତ କରିବାକୁ ପଡ଼ିବ । ଏହି ସିରିଜର ପ୍ରଥମରେ ରହିବ କିଣାଯାଇଥିବା ବର୍ଷ । ପରେ ବିଏଚ ବା ଭାରତ ଏବଂ ଶେଷରେ ଗାଡ଼ିର ନମ୍ବର ଲେଖିବାକୁ ହେବ । ଏହା ଆପେ ଆପେ ବାହାନ ବିଭାଗର ୱେବସାଇଟ୍‌ରେ ଉପଲବ୍ଧ ହେବ । ଅର୍ଥାତ୍ ଯଦି କୌଣସି ଗାଡ଼ି ୨୦୨୨ରେ କିଣାଯାଇଛି ଭାରତ ସିରିଜରେ ଏହାର ପ୍ରଥମ ନମ୍ବର ୨୨ ରହିବା ପରେ ବିଏଚ ଓ ପରେ କ୍ରମିକ ନମ୍ବର ରହିବ ।

ରୋଡ଼ ସେଫଟି ସୋସାଇଟ୍‌ର ସଦସ୍ୟଙ୍କ କହିବା ହେଲା ଏହା କେନ୍ଦ୍ର ସରକାରଙ୍କ ଗ୍ରହଣୀୟ ଉଦ୍ୟମ । କିନ୍ତୁ ୱାନ ନେସନ ୱାନ ଟ୍ୟାକ୍ସ ଭଳି ଏହାକୁ ୱାନ ନେସନ ୱାନ ରେଜିଷ୍ଟ୍ରେସନ କରାଯିବା ଦରକାର । ଏହାଦ୍ୱାରା ସବୁ ବର୍ଗର ଲୋକ ଉପକୃତ ହୋଇପାରିବେ ।

Square Ad 1
Leave A Reply

Your email address will not be published.