Webportal

ଭିଭୋ’ ପରେ ଏବେ ‘ଓପୋ’ : ଧରାପଡ଼ିଲା ୪୩୮୯ କୋଟିର ଟିକସ ଠକେଇ

sanitry
0 69

ଭାରତରେ କାରବାର କରୁଥିବା ଚୀନ ମୋବାଇଲ କମ୍ପାନିମାନଙ୍କ ସଂଦିଗ୍ଧ ନେଣଦେଣ ଓ ଟିକସ ଠକେଇ ଉପରେ ତୀକ୍ଷଣ ନଜର ରଖିଛନ୍ତି ଭାରତ ସରକାର । ଗତ ସପ୍ତାହରେ ଭିଭୋ ଉପରେ ଇଡି ଚଢଉ ଏବେ ଓପୋର ପାଳି ପଡ଼ିଛି । ବୁଧବାରଦିନ ଅର୍ଥମନ୍ତ୍ରାଳୟ ଅଧିନସ୍ଥ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ  ପକ୍ଷରୁ ଓପୋ କାର୍ଯ୍ୟାଳୟ ଉପରେ ଚଢଉ କରାଯାଇଛି । ଚଢଉ ବେଳେ ଜଣାପଡ଼ିଥିଲା ଯେ ଓପୋ ପକ୍ଷରୁ ୪୩୮୯ କୋଟି ଟଙ୍କାର ଉତ୍ପାଦ ଶୁଳକ ଠକେଇ କରାଯାଇଛି ।

ଅନ୍ୟପକ୍ଷରେ ଦିଲ୍ଲୀ ହାଇକୋର୍ଟ ଆଜି  ଭିଭୋର ବ୍ୟାଙ୍କ ଖାତା ଉପରେ ଇଡି ପକ୍ଷରୁ ଲାଗୁ କଟକଣାକୁ ଉଠାଇଦେଇଛନ୍ତି । ତେବେ ଭିଭୋକୁ ୯୫୦ କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ସପ୍ତାହରେ ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ ବା ଇଡି ପକ୍ଷରୁ ଭିଭୋର ଦେଶବ୍ୟାପୀ ଥିବା ଅଫିସ ଉପରେ ଚଢଉ କରାଯାଇ ୧୧୭ଟି ବ୍ୟାଙ୍କ ଖାତାକୁ ଅଚଳ କରାଯାଇଥିଲା । ଏହା ବିରୋଧରେ ଭିଭୋ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ।

ଭିଭୋ ପକ୍ଷରୁ କୋର୍ଟଙ୍କୁ କୁହାଯାଇଥିଲା ଯେ ଭାରତରେ ସେମାନଙ୍କର ୯୦୦୦ କର୍ମଚାରୀ ଅଛନ୍ତି । କମ୍ପାନିର  ବିଭିନ୍ନ ସରକାରୀ ବକେୟା ଦେୟ ମଧ୍ୟ ରହିଛି । ବ୍ୟାଙ୍କ ଖାତା ଅଚଳ ହୋଇଥିବାରୁ କମ୍ପାନି ନିଜ କର୍ମଚାରୀଙ୍କ ଦରମା ଦେଇପାରିବ ନାହିଁ, ଏହା ସହିତ ନିଜର ଅନ୍ୟାନ୍ୟ ସରକାରୀ ଓ ବୈଧାନିକ ଦେୟ ମଧ୍ୟ ଦାଖଲ କରିପାରିବ ନାହିଁ ।

Square Ad 1
Leave A Reply

Your email address will not be published.