ଆଜି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲ ଜରିଆରେ ଏକ ହ୍ଵାଟ୍ସଆପ ନମ୍ବର ଜାରିକରି ଲୋକଙ୍କୁ ସାମାଜିକ ଦୂରତ୍ୱ ଉଲଂଘନ ସମ୍ବନ୍ଧୀୟ ସୂଚନା ଲେଖା, ଫୋଟୋ ଓ ଭିଡିଓ ଜରିଆରେ ଉକ୍ତ ନମ୍ବରରେ ପଠାଇବାକୁ ଆହ୍ୱାନ ଦେଇଛନ୍ତି।ସୂଚନା ମିଳିବା ପରେ ପୋଲିସ ଶୀଘ୍ର ପହଞ୍ଚି ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଜାରି ହୋଇଥିବା ହ୍ଵାଟ୍ସଆପ ନମ୍ବର ହେଲା ୭୪୪୦୦୦୬୭୦୯ .
