Webportal

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଭିଯୋଗ; ସରକାରୀ ଛତ୍ରଛାୟାରେ ବ୍ୟାପକ ଜମି ଘୋଟାଲା

ସେନା ଓ ମନ୍ଦିର ଜମି ବି ହଡ଼ପ କରିଛନ୍ତି

sanitry
0 97

ପ୍ରଭାବଶାଳୀ ଖଣି ବ୍ୟବସାୟୀ ପି.ପ୍ରଭାକରନଙ୍କ ପତ୍ନୀ କିରୁଥାକି ପ୍ରଭାକରନ ସେନା ଓ ମନ୍ଦିର ଜମିକୁ ବି ଛାଡ଼ିନାହାନ୍ତି, ଭୁବନେଶ୍ୱରରେ କିଣିଛନ୍ତି ୩୮ଟି ପ୍ଲଟ୍‌।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ନିଜ ଟ୍ୱିଟ୍ ମାଧ୍ୟମରେ ତଥ୍ୟ ଦେବା ସହ ସରକାରୀ ପ୍ରୋତ୍ସାହନରେ ଏସବୁ ଜମି କିଣାଯାଇଥିବା ଅଭିଯୋଗ କରିଛନ୍ତି ।

ଭୁବନେଶ୍ୱରର ବିଭିନ୍ନ ଅଂଚଳରେ ଥିବା ମୋଟ ୧୭.୭୪୬ଏକର ବିଶିଷ୍ଟ ଛୋଟ ଛୋଟ ସାଇଜର ୩୮ଟି ପ୍ଲଟ୍ ଓ ପ୍ରଭାକରନଙ୍କ ନାଁରେ ଗୋଟିଏ ପ୍ଲଟକୁ ମିଶାଇ ମୋଟ ୩୯ଟି ପ୍ଲଟ କିଣାଯାଇଛି।

ତଥ୍ୟ ଅନୁସାରେ ପ୍ରଭାକରନଙ୍କ ନାଁରେ ଘାଟିକିଆରେ ୭୯ଡିସିମିଲ୍ ଜମି ଥିବାବେଳେ ତାଙ୍କ ପତ୍ନୀ କିରୁଥାକିଙ୍କ ନାଁରେ ବାପୁଜୀ ନଗର, ଚନ୍ଦ୍ରଶେଖରପୁର, ସୁନ୍ଦରପୁର, ପଦାସାହି, ଜୁଝାଗଡ଼, ପଥରଗାଡ଼ିଆ, ଦାରୁଠେଙ୍ଗ, ଭାଗବତୀପୁର ଓ ଗିରିଙ୍ଗପୁଟ ମୌଜାରେ ଏହି ସବୁ ଜମି କ୍ରୟ ହୋଇଛି । ଏସବୁ ମଧ୍ୟରେ ଭଗବତୀପୁରଠାରେ ସର୍ବାଧିକ ୬ଟି ସ୍ଥାନରେ ମୋଟ ପ୍ରାୟ ୧୨ ଏକରରୁ ଅଧିକ ଜମି କ୍ରୟ ହୋଇଛି ବୋଲି ଜଣାପଡ଼ିଛି ।

ସୁନାବେଡ଼ାସ୍ଥିତ ହାଲ୍ କର୍ମଚାରୀଙ୍କ ପାଇଁ ହାଲ୍ ହାଉସିଂ କମିଟି ଦ୍ୱାରା କିଣାଯାଇଥିବା ୪୮ଏକର ଜମିରେ ବେଆଇନ ଭାବେ ଚଂଚକତା କରି ପ୍ରଭାକରନଙ୍କ ପତ୍ନୀ ଜମି କିଣିଥିବାର ଅଭିଯୋଗ ଖୋଦ୍ ହାଲ୍ ହାଉସିଂ କମିଟି ଅଧ୍ୟକ୍ଷ କାଲେଶ୍ୱର ପ୍ରସାଦ ହୋତା ଗତବର୍ଷ ଚନ୍ଦକା ଥାନାରେ କରିଥିଲେ ।

ସୂଚନାଯୋଗ୍ୟ, ପ୍ରଭାକରନ ହେଉଛନ୍ତି ଖଣି ବ୍ୟବସାୟୀ ତଥା ତ୍ରିବେଣୀ ଆର୍ଥ ମୁଭର୍ସର ମାଲିକ । ଶ୍ରୀ ପ୍ରଭାକରନଙ୍କର ରାଜ୍ୟ ପ୍ରଶାସନ ଉପରେ ଅଖଣ୍ଡ ପ୍ରଭାବ ରହିଥିବା ତଥା ସେ ତୃତୀୟ ମହଲାର ଖାସ୍ ବୋଲି ଚର୍ଚ୍ଚା ହୁଏ ।

Square Ad 1
Leave A Reply

Your email address will not be published.