କାଲି ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ଏମ ସି ଏଲ ର ଭରତପୁର କୋଇଲା ଖଣି ରେ ବ୍ଲାଷ୍ଟ କରିବା ସମୟରେ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ମାଟି ଅତଡା ଖସି ପଡିବାରୁ ଅଘଟଣ ଘଟି ପାଞ୍ଚ ଜଣ ମୃତ୍ୟୁ ଓ ଦଶ ଜଣ ମାଟି ତଳେ ଦବି ରହି ଥିବାର ଆଶଙ୍କା କରାଯାଉଛି।ଏ ପର୍ଯ୍ୟନ୍ତ ନଅ ଜଣଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ସେଣ୍ଟ୍ରାଲ ହସ୍ପିଟାଲ କୁ ଚିକିତ୍ସା ପାଇଁ ପଠା ଯାଇଛି।ସ୍ଥାନୀୟ ପୋଲିସ ଓ ଖଣି କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ତଦାରଖ କରୁଛନ୍ତି।କୁହାଯାଇଛି ବ୍ଲାଷ୍ଟ ଭି ଆକାରରେ କରିବାର ନିୟମ ଅଛି କିନ୍ତୁ ତାହା ନ କରି ନବେ ଡିଗ୍ରୀ ରେ କରାଯାଇଛି ଯେଉଁଥି ପାଇଁ ଉକ୍ତ ଦୁର୍ଘଟଣା ଘଟିଥିବା କଥା କୁହାଯାଇଛି।