Webportal

ଭୋଟ କେଉଁ ପ୍ରାର୍ଥୀଙ୍କୁ ଦେବା ଉଚିତ

ସମ୍ପାଦକୀୟ

sanitry
0 293

ଚଳିତ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଆସି ତୃତୀୟ ପର୍ଯ୍ୟାୟରେ ପହଂଚିଲାଣି। କିନ୍ତୁ ଏଥର ମତଦାତା ମାନଙ୍କର ସ୍ପଷ୍ଟ ଆଭିମୁଖ୍ୟ ବାରି ହେଇ ନାହିଁ ପ୍ରାର୍ଥୀ ଚୟନ ବିଷୟରେ।କାରଣ ସମସ୍ତ ପ୍ରମୁଖ ରାଜନୈତିକ ଦଳ ଗୁଡିକ ଅନେକ ଲୋଭନୀୟ ଯୋଜନାର ପେଡି ଖୋଲି ବିରାଟ ଆଶା ଦେଇଛନ୍ତି। କିନ୍ତୁ ମତଦାତା ମାନେ ଚିନ୍ତା କରି ଦେଖିବା କଥା ଯେ ଯଦି ଆପାତ କାଳୀନ ପରିସ୍ଥିତି ଛଡା ବର୍ଷ ତମାମ କିଛି ନା କିଛି ମାଗଣା ସୁବିଧା ଲୋକ ମାନଙ୍କୁ ଯୋଗାଇ ଦିଆଯିବ ତାହା ହେଲେ ତାଙ୍କର କାର୍ଯ୍ୟ ଦକ୍ଷତା କମେଇଦେବନି କି।ଯେଉଁ ବି ଦଳ ସରକାର ରେ ରହୁଛନ୍ତି କିମ୍ବା ରହିବେ ସେମାନେ ଜନତା ମାନଙ୍କୁ ଶହେ ପ୍ରତିଶତ କର୍ମ ନିଯୁକ୍ତି ସୁଯୋଗ ଦେବା ପାଇଁ ପ୍ରତିଶ୍ରୁତି ଦେବା ସହ ପାଳନ କରିବା କଥା।କିନ୍ତୁ ଏଠି ଭୋଟ ବ୍ୟାଙ୍କ ତିଆରି କରି କ୍ଷମତା ଉପଭୋଗ ଓ ନିଜ ସମ୍ପତି ଅଧିକ କରିବା ନିଶାରେ ପ୍ରମୁଖ ରାଜନୈତିକ ଦଳ ମାନେ ଏହିଭଳି ପ୍ରତିଶ୍ରୁତି ଦେଉଛନ୍ତି ଯାହା ସାଧାରଣ ଲୋକ ଯେଉଁ ମାନଙ୍କର ଭୋଟ ସରକାର ବାଛିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରେ, ସେମାନଙ୍କୁ ଉତ୍ଥାନ ଆଡକୁ ନ ନେଇ ପତନ ଆଡକୁ ନେବାରେ ସାହାଯ୍ୟ କରିବ।ତେଣୁ ସାଂପ୍ରତିକ ପରିସ୍ଥିତି ରେ ମତଦାତା ମାନଙ୍କୁ ଭୋଟ ଦାନ କରିବା ପାଇଁ ଦଳ ନ ବାଛି ଏଭଳି ପ୍ରାର୍ଥୀ ବା ପ୍ରାର୍ଥୀନୀ ଙ୍କୁ ନିଜ ବିଶ୍ୱାସରେ ବାଛିବା କଥା ଯେ ଯାହା ପାଖରେ ଯେତେବେଳେ ଚାହିଁବେ ନିଜର ସମସ୍ୟା ନେଇ ପହଂଚି ପାରିବେ ଓ ସେ ତାହାର ସମାଧାନ ପାଇଁ ଚେଷ୍ଟା କରିବେ। ଦେଶର ସର୍ବସାଧାରଣ ଉନ୍ନତି କଲେ ଦେଶ ଉନ୍ନତି କରିବ।ତେଣୁ ରାଜନୈତିକ ଦଳ ମାନେ କ୍ଷମତା ଲୋଭ ଛାଡି ଦେଶର ଉନ୍ନତି ପାଇଁ ଚିନ୍ତା କଲେ ଏକ ସମୃଦ୍ଧ ଓ ସଶକ୍ତ ଦେଶ ର ସ୍ୱପ୍ନ ସାକାର ହୋଇପାରିବ।

Square Ad 1
Leave A Reply

Your email address will not be published.