Webportal

ମଙ୍ଗୁଳି ସମେତ ୬୫ଟି ଟୋଲପ୍ଲାଜରେ FASTag ନିୟମ କୋହଳ

୩୦ ଦିନପାଇଁ ଅସ୍ଥାୟୀ ଭାବେ ଲାଗୁ ହେବ ନିୟମ

sanitry
0 255

ଏନଏଚଏଆଇ ର ଚିନ୍ହିଟ ୬୫ଟି ଟୋଲ ପ୍ଲାଜାରେ ଚଳିତ ମାସ ପନ୍ଦର ତାରିଖରୁ ଆସନ୍ତା ତିରିଶ ଦିନ ପାଇଁ FASTag ନିୟମକୁ କୋହଳ କରିବା ପାଇଁ ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।ଅଧିକ ନଗଦ କାରବାରକୁ ଦୃଷ୍ଟିରେ ରଖି ଏହି ସବୁ ଟୋଲ ପ୍ଲାଜାରେ FASTag ପଇଠ ବ୍ୟବସ୍ଥା କୋହଳ କରାଯାଇଥିବା ନେଇ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।ଏହି ତିରିଶ ଦିନ ସମୟ ମଧ୍ୟରେ ଉପରୋକ୍ତ ୬୫ଟି ଟୋଲ ପ୍ଲାଜାରେ ଥିବା ଟୋଲ ଆଦାୟ ଲେନ ମଧ୍ୟରୁ ୨୫ ପ୍ରତିଶତ ଲେନକୁ ହାଇବ୍ରିଡ଼ ଲେନ ଭାବେ ପରିବର୍ତ୍ତିତ କରିବା ପାଇଁ କୁହାଯାଇଛି।ଯାହାର ଅର୍ଥ ଏହି ସବୁ ଲେନରେ ଉଭୟ ନଗଦ ଓ FASTag ପଦ୍ଧତିରେ ଟୋଲ ଆଦାୟ କରାଯାଇପାରିବ।ଏହା ମଧ୍ୟରେ ଓଡ଼ିଶା ଦେଇ ଯାଉଥିବା ୧୬ନମ୍ବର ଜାତୀୟ ରାଜପଥ ସ୍ଥିତ ମଙ୍ଗୁଳି ଟୋଲ ପ୍ଲାଜା ସାମିଲ ରହିଛି।ଏ ସମ୍ପର୍କରେ ମନ୍ତ୍ରଣାଳୟ ପକ୍ଷରୁ ଏନଏଚଏଆଇ କୁ ଏକ ନିର୍ଦେଶନାମା ଜାରି କରାଯାଇଛି।ଅତିକମରେ ୭୫% ଲେନକୁ ‘FASTag ଲେନ ଫି ପ୍ଲାଜା’ ଭାବେ ଅପରିବର୍ତ୍ତିତ ରଖିବାକୁ ଏହି ନିର୍ଦେଶନାମା ରେ କୁହାଯାଇଛି।ଏହି ସମୟରେ ମଧ୍ୟ ସମ୍ପୂର୍ଣ୍ଣ FASTag ବ୍ୟବସ୍ଥାକୁ ଲାଗୁ କରିବା ଏବଂ ଗାଡିଭିଡ ଦୂର କରିବା ପାଇଁ ଏନଏଚଏଆଇ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ।

Square Ad 1
Leave A Reply

Your email address will not be published.