ଅନୁଗୁଳ ଜିଲ୍ଲାର ତାଳଚେର ଯେଉଁଠି ଶାନ୍ତି ସଦଭାବର ଆଲୋକ ଦେଖାଇଥିବା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ବାର୍ଷିକି ସାରା ପୃଥିବୀ ପାଳନ କରି ମହାତ୍ମାଙ୍କୁ ଶ୍ରଦ୍ଧା ସୁମନ ଜ୍ଞାପନ କରୁଛି ସେଇଠି ବାପୁଙ୍କ ପ୍ରତି ମୂର୍ତ୍ତିକୁ ଦେଖିଲେ ଯେ କେହି ସକାରାତ୍ମକ ଭାବେ ପ୍ରତିକ୍ରିୟାଶୀଳ ହେବା ସ୍ୱାଭାବିକ। କିନ୍ତୁ ମଦ ପିଇ ଦୁର୍ବୁତ୍ତ ମାନେ ଶେଷରେ ବାପୁଙ୍କୁ ବିକୃତ କରିବାକୁ ପଛେଇଲେନି । ଘଟଣାଟି ଏବେ ଅନୁଗୁଳ ଜିଲ୍ଲା ତାଳଚେର ମଣ୍ଡାପାଳ ଅଞ୍ଚଳରେ ନଜରକୁ ଆସିଛି । ମଣ୍ଡାପାଳ ଡାକ୍ତରଖାନା ସମ୍ମୁଖରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିର ମୁହଁ ଓ ଦେହରେ ଲାଲି ରଙ୍ଗ ବୋଳି କେହି ଦୁର୍ବୃତ୍ତ ବିଭତ୍ସ କରିଥିବା ଦେଖିବାକୁ ମିଳିଛି । ଏ ନେଇ କିଛି ଯୁବ ସମାଜ ସେବୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମଣ୍ଡାପାଳ ଡାକ୍ତରଖାନା ସମ୍ମୁଖରେ ଅନେକ ଦିନୁ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରହିଛି । ଗତ ୨ ତାରିଖ ମହାତ୍ମା ଗାନ୍ଧୀଙ୍କ ୧୫୦ ବର୍ଷ ଜନ୍ମ ବାର୍ଷିକ ଅବସରରେ ବହୁ ଲୋକ ଗାନ୍ଧୀଙ୍କ ଏହି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବ ସହ ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ । ହେଲେ ତାର ୪ ଦିନ ଯାଇ ନାହିଁ ଦୁର୍ବୃତ୍ତ ମାନେ ଗାନ୍ଧୀଙ୍କ ଏହି ପ୍ରତିମୂର୍ତ୍ତିକୁ ବିକୃତ କରି ଦେଇଛନ୍ତି । ଯାହାକୁ ନେଇ ଅସନ୍ତୋଷ ଦେଖାଦେବା ସହ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ଓ ଏଥିପାଇଁ ତାଳଚେରର ଯୁବ ସମାଜ ସେବୀ ମାନଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରା ଯାଇଛି । ସେମାନଙ୍କ କହିବା କଥା ସ୍ଥାନଟି ଅନ୍ଧାରୁଆ ରହୁଥିବାରୁ ସନ୍ଧ୍ୟା ପରେ ମଦ୍ୟପ ଓ ଅସାମାଜିକ ଲୋକଙ୍କ ଆଡ୍ଡା ସ୍ଥଳୀ ପାଲଟୁଛି ଯାହା ଘଟଣାର ମୁଖ୍ୟ କାରଣ ହୋଇଥାଇପାରେ।