ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଅଞ୍ଚଳରେ ବିଷାକ୍ତ ମଦ ପିଇ ଜଣେ ମୃତ ସନ୍ଦେହ. ଘଟଣାରୁ ସ୍ପଷ୍ଟ ଯେ କିଶୋରନଗର ଥାନା ଅନ୍ତର୍ଗତ ଅଗପଡା ପଞ୍ଚୟତ ର ବୁଦୁଲିମୁଣ୍ଡା ବେଆଇନ ମଦ ଭାଟିରୁ ବିଷାକ୍ତ ମଦ ପିଇ ତୁରୁଡ଼ା ଗ୍ରାମର ଗଙ୍ଗାଧର ବେହେରା ମୃତ ସନ୍ଦେହ ଯିଏ ଗତ ଦୁଇ ଦିନ ରୁ ନିଖୋଜ ଥିଲେ ଓ ଆଜି ତାଙ୍କର ମୃତ ଶରିର ବୁଦୁଲିମୁଣ୍ଡା ମଦ ଭାଟି ନିକଟରୁ ମିଳିଛି.ଉକ୍ତ ଅଞ୍ଚଳରେ ବେଆଇନ ଭାବେ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉ ଥିବାର ବାରମ୍ବାର ଅଭିଯୋଗ ଥିଲେ ବି କାର୍ଯ୍ୟାନୁଷ୍ଠାନ ଅଭାବରୁ ଅଞ୍ଚଳରେ ବେଆଇନ ମଦ ବେପାର ବଢୁଥିବା ସହିତ ତାର ଦୁଷ୍ପ୍ରଭାଵ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି।

Prev Post
Next Post