Webportal

ମଦ ବିରୁଦ୍ଧରେ ଗଣଧାରଣା ଓ ପ୍ରତୀକ ଅନଶନ

sanitry
0 150

ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ପରିସରରେ ଗାନ୍ଧିଜୀ ଓ ଶାସ୍ତ୍ରିଜୀଙ୍କର ଜୟନ୍ତୀ ଅବସରରେ ଅନୁଗୋଳ ଜିଲ୍ଲା ମହିଳା ମଞ୍ଚ ତରଫରୁ ଓଡିଶା ସରକାରଙ୍କ ମଦ ପ୍ରସାରଣ ନୀତି ବିରୋଧରେ ଗଣଧାରଣା ଓ ପ୍ରତୀକ ଅନଶନ ଅନୁଷ୍ଠିତ ହୋଇଅଛି। ଏହି କାର୍ଯ୍ୟକ୍ରମରେ ବିହାରୀ ପୁର, ସ୍କଟଲାଣ୍ଡ ପୁର, କଙ୍କିଳି, ଅନାଦି ପୁର, ବାଲୁଙ୍ଗା, ତାଳବେଡା ଗ୍ରାମର ମହିଳା ମାନେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଯେଉଁମାନେ ଚୋରା ଦେଶୀ ମଦ ବିକୁଥିଲେ ଓ ଆଉ ବିକୁନାହାନ୍ତି ଏବଂ ମୁଖ୍ୟ ଶ୍ରୋତ ରେ ସାମିଲ ହୋଇଛନ୍ତି ତାଙ୍କୁ ପୁରସ୍କୃତ କରାଯାଇଛି । ଏଥିରେ ପ୍ରାୟ ୧୨୦୦ ମହିଳା ଉପସ୍ଥିତ ହେବା ସହ ଚିନ୍ମୟୀ ଦାସ, ରୂପାଦିପ୍ତା ମହାପାତ୍ର, ପୁଷ୍ପଲତା ପ୍ରଧାନ, ଅବନ୍ତୀ ନାୟକ, ବାପି ଦାସ, ପଦ୍ମା ମହାକୁଡ଼ ଓବହୁତ ସମାଜସେବୀ ଉପସ୍ଥିତ ରହିଥିଲେ।

Square Ad 1
Leave A Reply

Your email address will not be published.