୧୪୯ନଂ ଜାତୀୟ ରାଜପଥ ଅନୁଗୁଳ ଜିଲ୍ଲାର ବଅଁରପାଳ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଘଟଣା ସ୍ଥଳରେ ଟ୍ରକ ଚାଳକ ଙ୍କ ପ୍ରାଣବାୟୁ ଉଡିଯାଇଥିବା ସୂଚନା। ରାତି ପ୍ରାୟ ୨ ଘଟିକା ସମୟରେ ଟ୍ରକ (ଓଡ଼ି ୩୫ ଏ ୭୦୧୧) ଟି ରାସ୍ତା କଡରେ ଠିଆ ହୋଇଥିଲା ବେଳେ ଭାରସାମ୍ୟ ହରାଇ ଟ୍ରକ (ଓଡ଼ି ୩୫ ଏ ୮୭୪୬) ଟି ପଛ ପଟୁ ପିଟିଥିଲା। ଯାହା ଫଳରେ ଟ୍ରକ ଚାଳକ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଟ୍ରକ ଚାଳକ ସେମିତି ଚାପି ହୋଇ ରହିଥିବା ସୂଚନା।
ମୃତ ଚାଳକଙ୍କ ନାମ : ଜିତୁ ପ୍ରଧାନ(୨୭), ପିତା :- ଗୋବିନ୍ଦ ପ୍ରଧାନ। ଜିତୁଙ୍କ ଘର ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଗଞ୍ଜଡ଼ା ଗ୍ରାମ ବୋଲି ସୂଚନା ମିଳିଛି। ତାଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ ରହିଛନ୍ତି। ସ୍ତ୍ରୀ : ଭାରତୀ ଖବର ପାଇ ରାତି ୪ ଘଟିକା ସମୟରେ ଘଟଣା ସ୍ଥଳରେ ପହଁଚିଛନ୍ତି।
ଜିତୁଙ୍କ ମୃତ୍ୟୁରେ ପରିବାରବର୍ଗ ଭାଙ୍ଗିପଡିଛନ୍ତି। ଘଟଣା ସ୍ଥଳରେ ବଅଁରପାଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାଟି ବଅଁରପାଳ ଛକ ନିକଟବର୍ତ୍ତୀ ହୋଇଥିବାରୁ ୫୫ନଂ ଜାତୀୟ ରାଜପଥ ଓ ୧୪୯ନଂ ଜାତୀୟ ରାଜପଥରେ ସାଧାରଣ ଜନତା ନାହିଁ ନଥିବାର ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଘଟଣା ସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି।
