Webportal

ମର୍ମନ୍ତୁଦ ଦୁର୍ଘଟଣା

sanitry
0 287

ଅନୁଗୋଳ ଜିଲ୍ଲା ଜାତୀୟ ରାଜପଥ ୫୫ ର କତଡା ନିକଟରେ ଏକ ସଡକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଭୁବନେଶ୍ୱରରୁ ସୋନପୁର ଯାଉଥିବା ଏକ କାରକୁ ଏକ ମିକ୍ସଚର ମେସିନ ବୋଝେଇ ଗାଡି ଧକ୍କା ଦେଇଛି । ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱରରୁ ୩ ଜଣ OD3 E 0033 ନମ୍ବର ବିଶିଷ୍ଟ କାରରେ ସୋନପୁର ଆଡକୁ ଯାଉଥିଲେ । ତେବେ କତଡା ନିକଟରେ ସେମାନଙ୍କୁ ଏକ ମିକ୍ସଚର ମେସିନ ବୋଝେଇ ଗାଡି ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଦୁର୍ଘଟଣା ସ୍ଥଳରେ ହିଁ କାରର ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଏବଂ ଟ୍ରକର ଡ୍ରାଇଭର ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଅ ଯାଇଛି ,ଯେଉଁଠାରୁ ଜଣଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିବା ଖବର ମିଳିଛି।

Square Ad 1
Leave A Reply

Your email address will not be published.