Webportal

ମହିଳାଙ୍କୁ ନିର୍ବାଚନ ଲଢ଼ାଇ ସମ୍ପର୍କୀୟଙ୍କ ରାଜୁତି: ଗଣତନ୍ତ୍ରର ଘୋର ଅପମାନ

sanitry
0 92

ସଂପ୍ରତି ସବୁଆଡେ ଏକ ପ୍ରକାର ଅବାସ୍ତବ୍ ରାଜନୀତି ଚାଲିଛି। ଦେଖାଯାଉଛି ଯେ ମହିଳା ଭୋଟର ମାନଙ୍କୁ ଖୁସି କରିବାକୁ ହେଉ କିମ୍ୱା ଅନ୍ୟ କୌଣସି କାରଣରୁ ବିଭିନ ୱାର୍ଡ ମେମ୍ବର ଠାରୁ ସାଂସଦ ନିର୍ବାଚନ ରେ ମହିଳାଙ୍କ ପାଇଁ ନିର୍ଦ୍ଦିଷ୍ଟ ସଂଖ୍ୟକ ସିଟ ସଂରକ୍ଷିତ କରାଯାଉଛି।

ସେପଟେ ସମସ୍ତ ସଂରକ୍ଷିତ ଆସନ ପାଇଁ ଯୋଗ୍ୟ ମହିଳା ପ୍ରାର୍ଥୀ ମିଳୁ ନ ଥିବାରୁ ସମସ୍ତ ରାଜନୈତିକ ଦଳ ଡମି ବା ନାମକୁ ମାତ୍ର ମହିଳା ପ୍ରାର୍ଥୀ କୁ ନିର୍ବାଚନ ମଇଦାନରେ ଓହ୍ଲାଉଛନ୍ତି। କିନ୍ତୁ ନିର୍ବାଚନ ଲଢ଼ିବା ଠାରୁ ନେଇ ଜିତିବା ପରେ ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟ ସମ୍ଭାଳିବା ଦାୟିତ୍ ସେମାନଙ୍କ ସ୍ୱାମୀ, ଭାଇ, ପୁଅ ଆଦି ତୁଲାଉଛନ୍ତି, ଯାହାକି ଗଣତନ୍ତ୍ରରେ ଆଦୌ ଗ୍ରହଣୀୟ ନୁହେଁ। ଏହା ଫଳରେ ସାଧାରଣ ଲୋକଙ୍କ ନିର୍ବାଚିତ ପ୍ରତିନିଧିଙ୍କୁ ନିଜ ଅସୁବିଧା ବିଷୟରେ ଜଣାଇବାର ଆଶା ସ୍ବପ୍ନ ହୋଇ ରହିଯାଉଛି। ଏହି ମହିଳା ଲୋକ ପ୍ରତିନିଧି ମାନଙ୍କ କାର୍ଯ୍ୟ ସମ୍ଭାଲୁଥିବା ତାଙ୍କର ସମ୍ପର୍କୀୟ ମାନେ ମଧ୍ୟ ସରକାରୀ କାର୍ଯ୍ୟରେ ଅଯଥା ହସ୍ତକ୍ଷେପ କରିବା ସହ ଅଧିକାରୀ ମାନଙ୍କୁ ଦୁର୍ବ୍ୟହାରର କରୁଥିବାର ଅଭିଯୋଗ ଅନେକ ସମୟରେ ଆସୁଅଛି।

ଏହି ପ୍ରଥା ଗଣତନ୍ତ୍ର ପ୍ରତି ଘୋର ଅପମାନ। ଯଦି କୌଣସି ଆସନ ପାଇଁ ଯୋଗ୍ୟ ମହିଳା ପ୍ରାର୍ଥୀ ମିଳୁ ନାହାନ୍ତି ତେବେ ସେହି ଆସନ ପାଇଁ ରାଜନୈତିକ ଦଳ ମାନଙ୍କ ଦ୍ଵାରା ନିର୍ବାଚନ କମିଶନ ର ଅନୁମତି ନେଇ ପୁରୁଷ ପ୍ରାର୍ଥୀ ଙ୍କୁ ନିର୍ବାଚନ ଲଢ଼ାଇବା ର ପ୍ରାବଧାନ ନିୟମରେ କରିବାର ଆବଶ୍ୟକତା ରହିଛି।

Square Ad 1
Leave A Reply

Your email address will not be published.