ଦେଶରେ କରୋନା ର ଭୟଭୟତା ର ମୁକାବିଲା କରିବା ପାଇଁ ବର୍ତ୍ତମାନ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଆସନ୍ତା ମାର୍ଚ୍ଚ ୩୧ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ସମସ୍ତ ପ୍ରକାର ଟ୍ରେନ ଚଳାଚଳ କୁ ବାତିଲ କରାଯାଇଛି।ଆଜି କିଛି ଉପନଗରୀୟ ଓ ମେଟ୍ରୋ ରେଳ ଚାଲୁଥିବା ବେଳେ, ଏହିଗୁଡିକ ମଧ୍ୟ ଆଜି ରାତି ବାରଟାରୁ ବନ୍ଦ ରହିବେ।ପୂର୍ବରୁ ଆଜି ସକାଳୁ ଦେଶରେ ସମସ୍ତ ମେଲ, ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନ ଚଳାଚଳ ଜନତା କର୍ଫ୍ୟୁ ପରିପ୍ରେକ୍ଷୀରେ ଦିନକ ପାଇଁ ବନ୍ଦ କରାଯାଇଥିଲା।ଏହି ସମୟ ମଧ୍ୟରେ କେବଳ ମାଲବାହୀ ଟ୍ରେନ ଚଳାଚଳ କରିବ।
