Webportal

ମୁଁ କିଛି କହିପାରିବିନି; ସତ୍ୟେନ୍ଦ୍ର ଜୈନଙ୍କ ରକ୍ତ ଜୁଡ଼ୁବୁଡ଼ୁ ଫୋଟ ଭାଇରାଲ ହେବା ପରେ ଏପରି କହିଲେ କେଜ୍ରିୱାଲ

sanitry
0 93

ଆପ ଦଳର ବରିଷ୍ଠ ନେତା ତଥା ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ବର୍ତ୍ତମାନ ଇଡି ଅଧୀନରେ ଅଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ତାଙ୍କ ମୁହଁରେ ରକ୍ତ ଲାଗିଥିବାର ଦେଖିବାକୁ ମିଳିଛି । ଏହି ଫଟୋକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି, ଯଦିଓ ଦଳର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଜୈନଙ୍କ ସହ ତାଙ୍କର ସିଧାସଳଖ ସମ୍ପର୍କ ନ ଥିବାରୁ ସେ ଏହା ଉପରେ ଅଧିକ କିଛି କହିପାରିବେ ନାହିଁ ବୋଲି କହିଛନ୍ତି । ତେବେ ଭାଇରାଲ ଫଟୋରେ ସତ୍ୟେନ୍ଦ୍ର ଜୈନ ଏକ କାର ସହ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଛି । ଯେଉଁଠି ତାଙ୍କ ଓଠରେ ରକ୍ତ ଲାଗିଥିବାର ଦେଖିବାକୁ ମିଳିଛି। ଚେହେରା ମଧ୍ୟ ଅସୁସ୍ଥ ଦେଖାଯାଉଛି । ସେପଟେ ତାଙ୍କ ମୁହଁରେ ଆଘାତ ଲାଗିଛି ବୋଲି କଳ୍ପନାଜଳ୍ପନା ଜୋର ଧରିଛି ।

ବର୍ତ୍ତମାନ ଏହା କିପରି ଘଟିଲା ସେ ସମ୍ପର୍କରେ କୌଣସି ସୂଚନା ପ୍ରକାଶ ପାଇନାହିଁ। ଅନ୍ୟପଟେ ଯେତେବେଳେ ଏହି ଫଟୋ ବିଷୟରେ ଦିଲ୍ଲୀର ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଗଲା, ସେ କହିଥିଲେ- ତାଙ୍କ ସହ କୌଣସି ସିଧାସଳଖ ସମ୍ପର୍କ ନ ଥିବାରୁ ମୁଁ ଅଧିକ କିଛି କହି ପାରିବି ନାହିଁ। ମୁଁ ଏହା ଉପରେ ମନ୍ତବ୍ୟ ଦେବାର ସ୍ଥିତିରେ ନାହିଁ। ଗତକାଲି ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହସ୍ପିଟାଲରେ ଯାହା ଘଟିଲା, ଯେତେବେଳେ ସେ ଟିକିଏ ଭଲ ହୋଇଗଲେ, ତାଙ୍କୁ ଫେରାଇ ନିଆଯାଇଥିଲା ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Square Ad 1
Leave A Reply

Your email address will not be published.