Webportal

ଯାଦୁ ଦେଖାଇଲା ଅନୁଗୁଳ ପୋଲିସ,୪୮ ଘଣ୍ଟା ମଧ୍ୟରେ ଧରିଲା ନାବାଳିକା ଧର୍ଷଣକାରୀକୁ

ଅନୁଗୁଳ ପୋଲିସ ପ୍ରତ୍ୟେକ କ୍ଷେତ୍ରରେ ଭରସାଯୋଗ୍ୟ

sanitry
0 815

ସାଧାରଣ ମଣିଷ ହାତରେ କୁହୁକ ନ ଥାଏ।ପୋଲିସ ମଧ୍ୟ ସାଧାରଣ ମନୁଷ୍ୟ, ତେଣୁ ସେମାନଙ୍କ ହାତରେ ମଧ୍ୟ କୁହୁକ ଥିବାର ଆଶା କରା ଯାଇ ନ ପାରେ।କିନ୍ତୁ ଅନୁଗୁଳ ଜିଲ୍ଲା ଓ ସହର ପୋଲିସ ଅଡ଼ଚାଳିଶ ଘଣ୍ଟା ମଧ୍ୟରେ ଗତ କୋଡିଏ ତାରିଖ ରାତିରେ ଜଣେ ଆଠ ବର୍ଷୀୟ ନାବାଳିକା କୁ ରାତିରେ ଟେକିନେଇ ଧମକାଇ ଧର୍ଷଣ କରି ଆଳିଆ ଗଦାରେ ଫିଙ୍ଗି ଦେଇଥିବା ପିଶାଚ କୁ ଧରିବାରେ ସକ୍ଷମ ହୋଇଛନ୍ତି ଯାହା କଥା କଥାରେ ଏହି ପୋଲିସ କୁ ସମାଲୋଚନା କରୁଥିବା ବ୍ୟକ୍ତି ମାନଙ୍କୁ କୁହୁକ ଭଳି ଲାଗୁଥିବ।ଗତ ଏକୋଇଶ ତାରିଖ ସକାଳେ ଅନୁଗୁଳ ଥାନା ଆଇ ଆଇ ସି ସହର ର ବସଷ୍ଟାଣ୍ଡ ସ୍ଥିତ ଆହାର କେନ୍ଦ୍ର ପଛପଟେ ରକ୍ତାକ୍ତ ଅବସ୍ଥାରେ ଉକ୍ତ ନାବାଳିକା ପଡିଥିବାର ଖବର ପାଇ ପ୍ରାରମ୍ଭିକ ଅନୁସନ୍ଧାନ ରୁ ତାକୁ ମାଡ଼ ଓ ବଳାତ୍କାର କରାଯାଇଥିବା ର ଜାଣିବାକୁ ପାଇଥିଲେ।ତା ପରେ ତା ପରିବାର ଲୋକଙ୍କ ଏତଲା ଭିତିରେ ଆଇ ପି ସି ଏବଂ ପୋସ୍କୋ ଆକ୍ଟ ର ବିଭିନ୍ନ ଧାରାରେ କେଶ ନମ୍ବର ୫୫୨/୨୧.୭.୧୯ ରେଜିଷ୍ଟେର କଲେ।ଏହା ପରେ ଅଭିଯୁକ୍ତକୁ ଚିହ୍ନଟ ଓ ଗିରଫ କରିବା ପାଇଁ ଚାରୋଟି ଦଳ ଗଠନ କରାଗଲା।ବିଭିନ୍ନ ତଥ୍ୟ ଓ ପ୍ରମାଣ ଆଧାରରେ ପୋଲିସ ଅଭିଯୁକ୍ତ ଅମଲାପଡା ନିବାସୀ ଶିବୁ ପଟ୍ଟନାୟକ କୁ ଧରିବାରେ ସକ୍ଷମ ହେଲେ।ଅଭିଯୁକ୍ତ ଘଟଣା ଦିନ ରାତି ୨ଟାରୁ ଚାରିଟା ମଧ୍ୟରେ ଆସି ନାବାଳିକା କୁ ଟେକିନେଇ, ଧମକାଇ ଓ ମାଡ଼ ମାରି ଧର୍ଷଣ କରି ଅଳିଆ ଗଦାରେ ଫୋପାଡ଼ି ଦେଇଥିଲା।ପିଡିତା ନାବାଳିକା ଏବେ କଟକ ଏସ ସି ବି ମେଡିକାଲ ରେ ଚିକିତ୍ସା ଧୀନ ଅଛି ଯେଉଁଠି ତାର ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ହେଉଛି।ଆସନ୍ତା ୧୫ ଦିନ ମଧ୍ୟରେ ଅଭିଯୁକ୍ତ ବିରୁଦ୍ଧରେ ପୋଲିସ ଆବଶ୍ୟକ ଚାର୍ଜସିଟ ଦାଖଲ କରିଦେବେ ଓ କେଶ ର ଟ୍ରାଏଲ ଶୀଘ୍ର କରିବା ପାଇଁ କୋର୍ଟରେ ଆବେଦନ କରିବେ। ପିଡ଼ିତାର ପରିବାର ବୁଲି ବୁଲି ଜୀବିକା ନିର୍ବାହ କରୁଥିବାରୁ ଅନ୍ୟ କୁଆଡେ ଚାଲିଗଲେ ପିଡ଼ିତା କୁ ନ୍ୟାୟ ପାଇବା ରେ ବିଳମ୍ବ ହେବା କୁ ନ ଦେବା ପାଇଁ ତାର ପରିବାର ଲୋକ ମାନଙ୍କ ଖାଇବା ପିଇବା ଜିମା ଏବେ ଅନୁଗୁଳ ପୋଲିସ ନେଇଛନ୍ତି।ଆଜି ଏକ ସମ୍ବାଦଦାତା ସମ୍ମିଳନୀରେ ଅନୁଗୁଳ ଆରକ୍ଷୀ ଅଧିକ୍ଷକ ଏ ସମସ୍ତ ସୂଚନା ଦେବା ସମୟରେ ଏଭଳି ଅପରାଧ ତାଙ୍କୁ ଗଭୀର ଆଘାତ ଦେଇଛି ବୋଲି କହିଛନ୍ତି ଓ ସହରରେ ଅପରାଧ ଘଟାଉଥିବା ଆସାମୀ ମାନଙ୍କୁ ଯଥାଶୀଘ୍ର ଧରିବା ପାଇଁ ତାଙ୍କର ଓ ତାଙ୍କ ଦଳର ସର୍ବଦା ଚେଷ୍ଟା ରହିଥିବା କଥା କହିଥିଲେ।

Square Ad 1
Leave A Reply

Your email address will not be published.