ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତ ର ପନ୍ଦର ଭରଣିଆ ଗ୍ରାମ ର ଜଣେ ଯୁବକ ମଦ୍ୟପାନ କରି ଗ୍ରାମର ମହିଳାଙ୍କୁ ଅଶ୍ଳୀଳ ଭାଷା ବ୍ୟବହାର କରିବା ନେଇ ଥାନା ଦ୍ୱାରସ୍ଥ ହୋଇଛନ୍ତି ମହିଳା ଓ ପୁରୁଷ। ଗ୍ରାମବାସୀ ଙ୍କ ସୂଚନା ଅନୁଯାୟୀ ଗ୍ରାମରେ ଗ୍ରାମରେ ନିଷେଧ ନିଶା ଦ୍ରବ୍ୟ ବିକ୍ରି, ମଦ୍ୟପାନ କରିବା କିମ୍ବା ମଦ୍ୟପାନ କରି କୌଣସି ବ୍ୟକ୍ତିଙ୍କୁ ଗାଳିଗୁଲଜ କରିବା ବନ୍ଦ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଓ ଗ୍ରାମରେ ସମସ୍ତେ ଏକ ମତ ପ୍ରକାଶ କରିଥିଲେ। କିନ୍ତୁ କିଛିଦିନ ପରେ ଗ୍ରାମରେ ଯୁବକ ମାନେ ମଦ୍ୟପାନ କରିବା ଜାଣି ପାରିବା ପରେ ୪ ଜଣଙ୍କୁ ଜୋରିମାନା କରାଯାଇଥିଲା ଏବଂ ସେମାନେ ଜୋରିମାନା ଦେଇ ଥିଲେ। କିଛିଦିନ ପରେ ଏକ ଦୋକାନୀ ନିଶାଦ୍ରବ୍ୟ ଖାଇ ଅଶ୍ଳୀଳ ଭାଷା ବ୍ୟବହାର କରି ଗ୍ରାମର ମହିଳାମାନଙ୍କୁ ବିଭିନ୍ନ ଧମକ ଦେଇଥିଲେ। ଏହା ବିରୋଧରେ ଗ୍ରାମର ମହିଳା ସଂଘ ମାନେ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଜି ପର୍ଯ୍ୟନ୍ତ ଥାନା ପକ୍ଷରୁ ଅଭିଯୁକ୍ତ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବାରୁ ମହିଳା ସଂଘ, ଗ୍ରାମ ସଭାପତି ଓ ଗ୍ରାମବାସୀ ମାନେ ଏକତ୍ରିତ ହୋଇ ଦ୍ବିତୀୟ ଥର ପାଇଁ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି।