Webportal

ଯୁବ ବୈଜ୍ଞାନିକଙ୍କ ସହିତ ଉପହାସ କମ କରିପାରିନି ମନୋବଳ, ସାଇବର ଅପରାଧୀ ଶିଘ୍ର ପୋଲିସ କବଜାକୁ ଆସିବାର ଆଶା

sanitry
0 433

ଠକାମୀର ଶିକାର ହେଲେ। ସାଇବର କ୍ରାଇମ କରି କେହି ମିଥ୍ୟା ଇ ମେଲ ପଠେଇଲା।ଚାରିଆଡୁ ଶୁଭେଚ୍ଛା ଓ ସହାୟତା ରାଶି ମିଳିବାକୁ ଲାଗିଲା।ବିଶ୍ବର ସର୍ବବୃହତ୍‌ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ନାସା ଦ୍ଵାରା ଚୟନ ହୋଇଛନ୍ତି ବୋଲି ଚିଠି ଆସିଥିଲା । ଚିଠି ପାଇବା ପରେ ପରିବାର , ସାଙ୍ଗ ସାଥୀ ଓ ସ୍କୁଲ ଆଦିରେ ଖୁସି ଖେଳି ଯାଇଥିଲା । ଗଣମାଧ୍ୟମର ଶିରୋନାମା ପାଲଟିଥିଲେ ଅନୁଗୋଳ ହୁଲୁରିସିଂହାର ଯୁବ ବୈଜ୍ଞାନିକ ଶୁଭ୍ରାଂଶୁ ଆଉ ତାଙ୍କ ରୋବୋଟିକ୍‌ ଡ୍ରୋନ୍‌ ‘ମାଭିକ୍‌ । ଆମେରିକା ଯିବା ପାଇଁ ପ୍ରସୂତି ଆରମ୍ଭ ହୋଇଥିଲା । କିନ୍ତୁ, ବିଦେଶ ଗସ୍ତ ପୂର୍ବରୁ ବୈଦେଶିକ ମନ୍ତ୍ରାଳୟରୁ ମିଳିଲା ନହିଁ ଅନୁମୋଦନ । କାରଣ ଚିଠି ନାସାରୁ ଆସିଛି କି ନାହିଁ ବୋଲି ତାହା ବୈଦେଶିକ ମନ୍ତ୍ରାଳୟ ସ୍ପ‌ଷ୍ଟ କରିପାରୁ ନାହିଁ । ଫଳରେ ଶୁଭ୍ରାଂଶୁ ବର୍ତ୍ତମାନା ପାଇଁ ନାସା ଯିବା କାର୍ଯ୍ୟକ୍ରମ ଅଟକି ଯାଇଛି । ମିଳିଥିବା ସୂଚନା ଅନୁସାରେ ଶୁଭ୍ରାଂଶୁଙ୍କ ପ୍ରକଳ୍ପ ନାସାକୁ ଯାଇଛି । କିନ୍ତୁ ତାହାର ଫଳାଫଳ ନାସା ପକ୍ଷରୁ ଘୋଷଣା କରା ଯାଇ ନାହିଁ । ତେବେ ଏତିକିରେ ଭାଙ୍ଗି ମଧ୍ୟ ଯାଇ ନାହାନ୍ତି ଶୁଭ୍ରାଂଶୁ । ତାଙ୍କ ପ୍ରକଳ୍ପ ଜନହିତକର କାମରେ ଲାଗିବ । ନାସାରୁ ଚୟନ ନହଲେ ମଧ୍ୟ ଭାରତ ସରକାରଙ୍କ ଅନୁମୋଦନ ପାଇଁ ସେ ଚେଷ୍ଟା କରିବେ ବୋଲି ଜଣା ପଡିଛି । ମାଭିକ୍‌ , ଏହା ଏମିତି ଏକ ଯନ୍ତ୍ରାଂଶ ଯାହା ଅପହଞ୍ଚ ଇଲାକାକୁ ଯାଇ ଲୋକଙ୍କୁ ଚିକିତ୍ସାଠାରୁ ଆରମ୍ଭ କରି ବିଭିନ୍ନ ସେବା ଯୋଗାଇ ଦେଇପାରିବ ବୋଲି ଶୁଭ୍ରାଂଶୁ ଦାବି କରିଛନ୍ତି । ଆଶା କରାଯାଉଛି ସାଇବର କ୍ରାଇମ କରି ଜଣେ ଉଦିୟମାନ ଯୁବ ବୈଜ୍ଞାନିକଙ୍କ ସହିତ ଉପହାସ କରିଥିବା ଅପରାଧୀ ପୋଲିସ ହାତରେ ଶିଘ୍ର ଧରାପଡିବ।

Square Ad 1
Leave A Reply

Your email address will not be published.