Webportal

ରାଜଧାନୀ ରେ ଜବରଦଖଲ ଉଚ୍ଛେଦ ଜାରୀ; ପୁଣି ଉଚ୍ଛେଦ ହେଲା ୧୫୦ରୁ ଉର୍ଦ୍ଧ୍ୱ ବେଆଇନ ନିର୍ମାଣ

sanitry
0 95

ରାଜଧାନୀକୁ ଜବରଦଖଲ ମୁକ୍ତ କରିବା ପାଇଁ ଆକ୍ସନ ମୋଡରେ ଏନ୍ଫୋର୍ସମେଣ୍ଟ ଟିମ୍ । ଫୁଟପାଥ୍, ଡ୍ରେନ୍, ରାସ୍ତା ପାର୍ଶ୍ୱ ଓ ଗଳିକନ୍ଦି ବି ଛାଡୁନି ଏହି ସ୍କ୍ବାଡ୍ । ଗୋଟିଏ ଲକ୍ଷ୍ୟ ସହରକୁ ସୁନ୍ଦରଭାବେ ଗଢିତୋଳିବା । ତେଣୁ କାହାରିକୁ ମାଫ୍ କରାଯାଉନି । ଛୋଟ କିମ୍ବା ବଡବଡ ଦୋକାନଗୁଡିକୁ ମାଟିରେ ମିଶାଇ ଦେଇଛି ଏନଫୋର୍ସମେଣ୍ଟ ସ୍କ୍ବାଡ୍ । ଆଜି (ମଙ୍ଗଳବାର) ପୁଣି ବିଭିନ୍ନ ସ୍ଥାନରୁ ୧୫୦ରୁ ଉର୍ଦ୍ଧ୍ୱ ଦୋକାନକୁ ହଟାଇଛି ସ୍କ୍ବାଡ୍ ।

ସ୍କ୍ବାଡ୍ ନଂ ୫, ୬, ୭ ଓ ୮ ପଟିଆ ଛକରୁ କିଟ୍ ରୋଡ ପର୍ଯ୍ଯନ୍ତ ଉଚ୍ଛେଦ କରିଛି । ଏଥିରେ ମୋଟ ୭୫ଟି ଦୋକାନ ଭଙ୍ଗାଯାଇଛି ଯେଉଁଥିରେ ୧୯ଟି ଆଜବେଷ୍ଟସ୍ ଦୋକାନ, ୭ଟି ଟିଣ ନିର୍ମିତ ଦୋକାନ, ୬ ଟି କ୍ଯାବିନ୍, ୩ଟି ବାଉଁଶ ପଲିଥିନି ନିର୍ମିତ ଦୋକାନ, ୧୬ ଟି ବିଜ୍ଞାପନ ହୋର୍ଡିଂ, ୨୦ଟି ଦୋକାନର ସମ୍ପ୍ରସାରଣ ଅଂଶ ଏବଂ ୨୦୦ ଫୁଟ ଲମ୍ବର ଏକ ପାଚେରୀକୁ ଭଙ୍ଗାଯାଇଛି ।

ସେହିପରି ସ୍କ୍ବାଡ୍ ନଂ ୧, ୨, ୩ ଏବଂ ୪ ପକ୍ଷରୁ ଏକ ୨୦୦ ଫୁଟ ଲମ୍ବର ପାଚେରୀ ଭଙ୍ଗାଯାଇଛି । ସ୍କ୍ବାଡ୍ ନଂ ୧୩, ୧୪, ୧୫ ଓ ୧୬ ତରଫରୁ ଫାୟାର ଷ୍ଟେସନ୍ ଛକରୁ ପଟାସ ଛକ ପର୍ଯ୍ଯନ୍ତ ଉଚ୍ଛେଦ ହୋଇଥିଲା । ଏଥିରେ ୭ଟି ବିରିୟାନି ଦୋକାନ, ୩ଟି ହୋଟେଲ, ୬ଟି ଫଳ ଦୋକାନ, ୫ଟି ମାଂସ ଦୋକାନ ଏବଂ ୧୦ଟି କ୍ଯାବିନ ମାଟିରେ ମିଶିଛି ।
ସେହିଭଳି ନିକୋ ପାର୍କ ଛକରୁ ବାୟା ବାବା ମଠ ପର୍ଯ୍ଯନ୍ତ ସ୍କ୍ବାଡ୍ ୯, ୧୦ , ୧୧ ଏବଂ ୧୨ ଉଚ୍ଛେଦ କରିଥିଲା ଯେଉଁଥିରେ ୧୦ଟି କ୍ଯାବିନ୍ ଏବଂ ୧୬ଟି ବାଉଁଶ ନିର୍ମିତ ଦୋକାନ ଭଙ୍ଗାଯାଇଛି ।

ଶେଷରେ ସ୍କ୍ବାଡ୍ ୧୭ ବାଣୀବିହାର ଛକରୁ ଶିଶୁ ଭବନ ଛକ ପର୍ଯ୍ଯନ୍ତ ହୋଇଥିବା ଉଚ୍ଛେଦରେ ୩ଟି ଫଳ ଟ୍ରଲି, ୨ଟି ଆଇସ୍କ୍ରିମ୍ ଟ୍ରଲି, ଗୋଟିଏ ଦହିବରା ଟ୍ରଲି, ୨ଟି ଗୁପ୍ଚୁପ୍ ଟ୍ରଲି ଏବଂ ୨ଟି ପଇଡ ଦୋକାନ ହଟାଯାଇଛି ।

Square Ad 1
Leave A Reply

Your email address will not be published.