Webportal

ରାଜପଥ ମରାମତି ଏକ ବାହାନା;ଉଦେଶ୍ୟ ହେଲା ବିନା ନକରାତ୍ମକ ଆଲୋଚନାରେ ମନୋରଞ୍ଜନ

sanitry
0 261

ପୁରା ଖବର କୁ ପଢନ୍ତୁ, ତାହାହେଲେ ଆପଣ ମାନେ ଜାଣିପାରିବେ କିଭଳି ମନୋରଞ୍ଜନ ରେ ବାଧା ସୃଷ୍ଟି ନ ହେବା ପାଇଁ ଜାତୀୟ ରାଜପଥ କୁ ଢାଲ କରାଯାଉଛି।

ଅନୁଗୁଳରୁ ଏକ ଆଶ୍ଚର୍ଯ୍ୟ କଲାଭଳି ଖବର ଆସୁଛି।ଜିଲ୍ଲା ପ୍ରଶାସନ ପକ୍ଷରୁ ତରବରିଆ ଭାବେ ଚଳିତ ମାସ ଆଠ ତାରିଖରୁ ତିନିଦିନିଆ ଜିଲ୍ଲା ମହୋତ୍ସବ ର ଆୟୋଜନ କରାଯାଉଛି,ଯାହାକୁ ନେଇ ଏଯାଏଁ କୌଣସି ଔପଚାରିକ ସମ୍ବାଦଦାତା ସମ୍ମିଳନୀ ହୋଇନାହିଁ ଯାହାକି ପ୍ରତ୍ୟକଥର ହୋଇଥାଏ।କାରଣ ସମ୍ବାଦଦାତା ମାନେ ଜିଲ୍ଲା ମହୋତ୍ସବ ର ଆୟୋଜନ କୁ ନେଇ ଟିକିନିଖି ସୂଚନା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇ ଥାଆନ୍ତି।ସୂଚନା ଅନୁଯାୟୀ ମହୋତ୍ସବ ରେ ଦୁଇଦିନ ରାଜ୍ୟ ବାହାରର କଳାକାରଙ୍କ ସମ୍ପୂର୍ଣ୍ଣ ରାଜ୍ ରହିବ।ଗୋଟିଏ ଦିନ କେବଳ ଜିଲ୍ଲାର କିଛି ସୀମିତ କଳାକାରଙ୍କୁ କଳା ପ୍ରଦର୍ଶନ କରିବାର ସୁଯୋଗ ଦିଆଯିବ।କିନ୍ତୁ ହେବାକଥା ଏହାର ବିଲକୁଲ ଓଲଟା।ଜିଲ୍ଲା ଭିତରର କଳାକାରଙ୍କୁ ଅଧିକ ସୁଯୋଗ ମିଳିଲେ ସାଧାରଣ ଜନତା ଜିଲ୍ଲା ମହୋତ୍ସବ ରେ ନିଜ ଜିଲ୍ଲାରେ ଥିବା ପ୍ରତିଭା ବିଷୟରେ ଅଧିକ ଜାଣିବାକୁ ପାଇବେ।

କିନ୍ତୁ ଅସଲ କଥାଟି ହେଲା ଅନୁଷ୍ଠିତ ହେବାକୁ ଯାଉଥିବା ଅନୁଗୁଳ ଜିଲ୍ଲା ମହୋତ୍ସବ ପାଇଁ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ ହେଉଥିବା ଜଣାଯାଏ।ଏପଟେ ସେହି ଅନୁଗୁଳ ଜିଲ୍ଲା ମଧ୍ୟ ଦେଇ ଯାଉଥିବା ଜାତୀୟ ରାଜପଥ ନମ୍ବର ୫୫ ର ଅବସ୍ଥା ଅନେକ ଦିନ ଧରି ଶୋଚନୀୟ ହୋଇ ରହିଛି, ଯାହା ଫଳରେ ପ୍ରାୟତଃ ସେହି ରାଜପଥରେ ଦୁର୍ଘଟଣା ଘଟି ବହୁ ମୂଲ୍ୟବାନ ଜୀବନ ଶେଷ ହୋଇଯାଉଛି।ପ୍ରତିକାର ସ୍ୱରୂପ ଏହି ରାଜପଥର ମରାମତି କରି ମୂଲ୍ୟବାନ ଜୀବନ ଗୁଡିକୁ ବଞ୍ଚାଇବାକୁ ବିଭିନ୍ନ ଆଗଧାଡ଼ିର ରାଜନେତା, ସଂଗଠନ, ଖବର ପରିବେଷଣ ସଂସ୍ଥା ଆଦି ପକ୍ଷରୁ ଅନେକ ବାର ଅନୁରୋଧ ଓ ଧାରଣା ପ୍ରଦର୍ଶନ କରାଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଏବଂ ଭାରତ ସରକାରଙ୍କ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ପକ୍ଷରୁ ନାନା ବାହାନା ଓ ଖାଲି ମିଛ ଧାର୍ଯ୍ୟ ସମୟସୀମା ମିଳିଆସୁଛି।

ଯଦି ସମ୍ପୃକ୍ତ ବିଭାଗରେ କିଛି ଅସୁବିଧା ଥାଏ ତେବେ ଆମେ ଏଠାରେ କହିରଖୁଛୁ ଯେ ଅନୁଗୁଳ ଭଳି ଖଣିଜ ସମ୍ପନ ଜିଲ୍ଲାରେ ଅର୍ଥ ବିଲକୁଲ ସମସ୍ୟା ନୁହେଁ, କାରଣ ଜିଲ୍ଲାର ଖଣିଜ ପାଣ୍ଠିରେ ସମୁଦ୍ରରେ ପାଣି ଭଳି ପ୍ରଚୁର ଟଙ୍କା ରହିଛି।ସମସ୍ୟା ହେଉଛି ପ୍ରକୃତ ମନୋଭାବ।

ଏବେ ଅସଲ କଥା ହେଲା ମନୁଷ୍ୟ ଜୀବନ ବଞ୍ଚାଇବା ପାଇଁ ରାଜରାସ୍ତା ମରାମତିରେ ଅଳ୍ପମାତ୍ରାରେ ଖର୍ଚ୍ଚ ହେବାକୁ ଥିବା ଅର୍ଥ ବ୍ୟବସ୍ଥା ନ କରି ଅନୁଗୁଳ ଜିଲ୍ଲା ପ୍ରଶାସନର ବ୍ୟୟବହୁଳ ଜିଲ୍ଲା ମହୋତ୍ସବ ଆୟୋଜନ ଅନେକ ସମାଲୋଚନା ର ସମ୍ମୁଖୀନ କରୁଛି।ସାମାଜିକ ଗଣମାଧ୍ୟମରେ ମଧ୍ୟ କଡା ସମାଲୋଚନା କରାଯାଉଛି।

ମଞ୍ଜ କଥା ହେଲା ଆଲୋଚନା ର ମାତ୍ରା ଦେଖି ତରବରିଆ ଭାବେ ଚାରି ତାରିଖରେ ଜିଲ୍ଲା ପ୍ରଶାସନ ଏକ ଖବରଦାତା ସମ୍ମିଳନୀ କରି ଆସନ୍ତା ଛଅ ମାସ ମଧ୍ୟରେ ରାଜପଥ ମରାମତି କାର୍ଯ୍ୟ ଶେଷ ହେବା କଥା କହିଛନ୍ତି।ଏହି ସମ୍ମିଳନୀରେ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ର ପ୍ରତିନିଧି ଥିଲେ ମଧ୍ୟ ସେ ଗଣମାଧ୍ୟମର ପ୍ରଶ୍ନକୁ ଏଡ଼ାଇ ତରବରିଆ ଭାବେ ପଳାଇ ଯାଇଥିଲେ, ଯାହାକି ପୂର୍ବଥର ଭଳି ଏହି ଛଅମାସିଆ ଘୋଷଣା ଉପରେ ମଧ୍ୟ ଏଥର ବି ପ୍ରଶ୍ନବାଚି ସୃଷ୍ଟି କରିଛି।

ଏଠି ପ୍ରଶ୍ନ ଉଠେ ଯେ ରାଜପଥ ପ୍ରସଙ୍ଗକୁ ପୂର୍ବରୁ ଗୁରୁତ୍ୱ ଦେଉ ନ ଥିବା ଜିଲ୍ଲା ପ୍ରଶାସନ କଣ ମହୋତ୍ସବ ରେ ହେବାକୁ ଥିବା ମନୋରଞ୍ଜନ ର ମଜା ଖରାପ ହେବା ଭୟରେ ତରବରିଆ ଭାବେ ସାମ୍ବାଦିକ ସମ୍ମିଳନୀ କରି ରାଜପଥ ମରାମତି କାର୍ଯ୍ୟ ସମ୍ପାଦନ କରିବା ଘୋଷଣା କରିଦେଲେ? ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ, ତାହାହେଲେ ଛଅ ମାସ ସମୟ କାହିଁକି ଦରକାର?

ପ୍ରଶାସନକୁ ସର୍ବଦା ଦେଖିବାର ଆବଶ୍ୟକତା ରହିଛି କି କିପରି ଏହାର ଜିଲ୍ଲାର ସର୍ବସାଧାରଣ ସୁରକ୍ଷିତ ରହିବେ।

Square Ad 1
Leave A Reply

Your email address will not be published.