Webportal

ରାଜ୍ୟରେ ଅସହ୍ୟ ତାତି

sanitry
0 263

ତାତିରୁ ନାହିଁ ନିସ୍ତାର।ଅସମ୍ଭାଳ ଗରମରେ ଜନଜୀବନ ଅସ୍ତବ୍ୟସ୍ତ।ଅନୁଗୁଳ ଜିଲ୍ଲାର ତାଳଚେରରେ ପାରଦ ୪୬ ଡିଗ୍ରୀ ଛୁଇଁଲା ।ଖରାରେ ମୁଣ୍ଡ ଝାଇଁ ମାରି ଯାଉଛି, ରୌଦ୍ର ପ୍ରକୋପ ବଢ଼ି ବଢ଼ି ଚାଲିଛି,ଏବେଠୁଁ ସ୍ଥିତି ଅସମ୍ଭାଳ ହେଲାଣି। ତାଳଚେର ଆଜି ରାଜ୍ୟର ସବୁଠାରୁ ଉତପ୍ତ ସହର ଭାବେ ୪୬ ଡିଗ୍ରୀରେ ପହଞ୍ଚିଛି । ସେହିପରି ଅନୁଗୋଳରେ ପାରଦ ୪୩ ଡିଗ୍ରୀ ସେଲସିୟସ ଛୁଇଁଥିବାବେଳେ ତା’ ତଳକୁ ଟିଟିଲାଗଡ଼ରେ ତାତି ୪୫ ଡିଗ୍ରୀ ଥିଲା। ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡିଛି। କିଛିଦିନ ହେବ କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଇ ଚାଲିଥିବାବେଳେ ଅାଜି ମଧ୍ୟ ତାପମାତ୍ରା ବଢିଛି ଯାହା ଅସହ୍ୟ ହେଉଛି।ଆଗାମୀ ଦିନ ମାନଙ୍କରେ ତାପମାତ୍ରା ଆହୁରି ବୃଦ୍ଧି ପାଇବା ସମ୍ଭାବନା ଥିବା ସୂଚନା ମିଳିଛି। ତାପମାତ୍ରା ବୃଦ୍ଧି ଯୋଗୁଁ ଜଳସ୍ତର ନିମ୍ନମାଗୀ ହେଉଥିବା କାରଣରୁ ଲୋକଙ୍କ ପାନୀୟ ଜଳ ସମସ୍ୟା ସୃଷ୍ଟି ହୋଇଛି। ତାପମାତ୍ରା ବୃଦ୍ଧି ପାଇଥିବା ଯୋଗୁଁ ସକାଳ ୧୦ଟା ପରଠାରୁ ଲୋକମାନେ ପଦାକୁ ବାହାରିବା କଷ୍ଟକର ହୋଇପଡୁଛି। ସକାଳୁ ଅଗ୍ନିବର୍ଷା ଆରମ୍ଭ ହେଉଥିବାବେଳେ ଏହା ଯୋଗୁଁ ଅପରାହ ରେ୍ ଅସହ୍ୟ ତାତି ଓ ଗୁଳୁଗୁଳି ଯୋଗୁଁ ଲୋକେ ଘରୁ ବାହାରି ପାରୁନାହାଁନ୍ତି। ଫଳରେ କାମଧନ୍ଦାରେ ଯାଉଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖରାବେଳେ ରାସ୍ତାଘାଟ ଶୂନଶାନ୍‍ ହୋଇ ଗମନାଗମନରେ ବାଧା ସୃଷ୍ଟି ହୋଇଛି। ବସ୍‍ ଏବଂ ଅନ୍ୟାନ୍ୟ ଛୋଟ ଗାଡିରେ ଯାତ୍ରୀ ଯିବାକୁ ନିରାପଦ ମଣୁନାହାଁନ୍ତି, ଯାହାଦ୍ୱାରା ବସ୍‍ ଏବଂ ଅନ୍ୟାନ୍ୟ ଯାତ୍ରୀବାହୀ ଗାଡିରେ ଖୁବ୍‍ କମ୍‍ ଲୋକ ଯାତାୟତ କରୁଛନ୍ତି। ଲୋକମାନେ ଛତା,କଳା ଚଷମା,ମୁଣ୍ଡରେ କପଡା ଗୋଡାଇ ନିଜ ନିଜର କାର୍ଯ୍ୟ ନିମନ୍ତେ ଘରୁ ବାହାରୁଥିବା ଲକ୍ଷ୍ୟ କରାଯାଉଛି

Square Ad 1
Leave A Reply

Your email address will not be published.