Webportal

ରାଜ୍ୟର ୫ଟି ଜିଲ୍ଲା ଓ ୮ଟି ସହର ସମ୍ପୂର୍ଣ୍ଣ Lock Down ନିର୍ଦ୍ଦେଶ ଜାରି: କରୋନା ମୁକାବିଲା ପାଇଁ ଏହା ଜରୁରୀ

sanitry
0 317

କରୋନା ପ୍ରଭାବର ଆଶଙ୍କାକୁ ପୁରାପୁରି ଶେଷ କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୫ ଟି ଜିଲ୍ଲା ଓ ୮ ଟି ସହରକୁ ୨୨ ତାରିଖ ସକାଳ ୭ଟା ରୁ ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ପ୍ରାୟ ସଂପୂର୍ଣ୍ଣ ଭାବେ ଲକ ଡାଉନ (LOCK DOWN) ଘୋଷଣା କରିଛନ୍ତି।ଏହି ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଏବଂ ଅନୁଗୁଳ। ସହର ଗୁଡିକ ହେଲା ସମ୍ବଲପୁର, ଝାରସୁଗୁଡା, ବାଲେଶ୍ବର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ଼ ଓ ଯାଜପୁର ଟାଉନ।

ଏହି ରୋଗ ପାଇଁ କୌଣସି ଔଷଧ ବାହାରି ନ ଥିବାରୁ ଘରେ ରହି ଏହାର ଭାଇରସ କୁ ମୁକାବିଲା କରିହେବ ଓ ଏହା ହିଁ ବର୍ତ୍ତମାନ ପରିପ୍ରେକ୍ଷୀରେ ଏକ ମାତ୍ର ସଫଳ ଉପାୟ ଯା ଫଳରେ ଚୀନ ଏହି ରୋଗ ଉପରେ ବିଜୟ ହାସଲ କରିପାରିଛି।

ଏହି ସମୟରେ କେବଳ ବସ, ଟ୍ରେନ, ବିମାନ ସେବା, ସଉଦା ଦୋକାନ, ପରିବା ଦୋକାନ, ଆମିଷ ବିକ୍ରି ଦୋକାନ, ପେଟ୍ରୋଲ ପମ୍ପ, ମେଡ଼ିସିନ ଦୋକାନ, ଅତ୍ୟାବଶ୍ୟକ ଦ୍ରବ୍ୟର ହୋଲସେଲ ମାର୍କେଟ, ଡାକ୍ତରଖାନା,ବ୍ୟାଙ୍କ, ଏଟିଏମ, ନଗରନିଗମ ସେବା, ପୋଲିସ, ଅଗ୍ନିଶମ ସେବା, ଓଡ୍ରାଫ, ପାନୀୟ ଜଳ,     ପ୍ରଶାସନିକ କାର୍ଯ୍ୟାଳୟ,  ବିଦ୍ୟୁତ ସେବା ଆଦି ଚାଲୁ ରହିବ।

ଲୋକଙ୍କ ସ୍ୱାର୍ଥ ପାଇଁ ସରକାର କରିଥିବା ଏହି କଟକଣା କୁ ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତିଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସ କୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନିଜ ସନ୍ଦେଶ ରେ କହିଛନ୍ତି ଯେ ଘରେ ରହି ସୁରକ୍ଷିତ ରୁହନ୍ତୁ।କେବଳ ଘରେ ରହିଲେ ହିଁ ଆମେ ଏ ଯୁଦ୍ଧ ଜିତିପାରିବା।

ଉପରୋକ୍ତ ଜିଲ୍ଲା ଓ ସହର ଗୁଡିକରେ ବର୍ତ୍ତମାନ ପାଇଁ ସାମାଜିକ ସୁରକ୍ଷା ପେନସନ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାର ସାମଗ୍ରୀର ବିତରଣ କାର୍ଯ୍ୟ ସ୍ଥଗିତ ରଖାଯାଇଛି।ସ୍ଥାନୀୟ ପରିସ୍ଥିତି କୁ ଆକଳନ କରି ଜିଲ୍ଲାପାଳ ମାନେ ଯେ କୌଣସି ସେବା ଓ କ୍ଷେତ୍ରକୁ ବାଦ ଦେଇପାରିବେ ବା ଯୋଗ କରିପାରିବେ।ଘରୋଇ କମ୍ପାନୀ ମାନଙ୍କୁ ଘରୁ କାର୍ଯ୍ୟ କରିବା ବ୍ୟବସ୍ଥା ତୁରନ୍ତ ଆରମ୍ଭ କରିବା ପାଇଁ କୁହାଯାଇଛି, ଏହା ନ କରି ବର୍ତ୍ତମାନ ବ୍ୟବସ୍ଥା ଚାଲୁ ରଖିବା ପାଇଁ ସମ୍ପୃକ ଜିଲ୍ଲାପାଳଙ୍କ ଠାରୁ ପ୍ରମାଣ ପତ୍ର ଆଣିବାକୁ ହେବ।

Square Ad 1
Leave A Reply

Your email address will not be published.