Webportal

ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀଙ୍କର ଅନୁଗୁଳ ଗସ୍ତ

sanitry
0 404

ରାଜ୍ୟ ସରକାରଙ୍କ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଆଜି ଅନୁଗୁଳ ଗସ୍ତରେ ଆସି ସର୍କିଟ ହାଉସ ରେ ଜିଲ୍ଲା ଅବକାରୀ ବିଭାଗର ରାଜସ୍ୱ ସଂଗ୍ରହ ଓ ବହୁମୁଖୀ ଶୃଙ୍ଖଳା ସ୍କ୍ୱାର୍ଡ ର ନିୟମିତ ଚଢ଼ାଉ ଉପରେ ସମୀକ୍ଷା କରିଛନ୍ତି।କିଛି ବ୍ୟକ୍ତି ମଦ୍ୟପାନ କୁ ଅଭ୍ୟାସଗତ ଭାବେ କରୁଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ କୁ ଦୃଷ୍ଟିରେ ରଖି ଅବକାରୀ ସାଙ୍କେତିକ ଚିନ୍ହ ଥିବା ମଦ ବୋତଲକୁ ବିକ୍ରି କରା ଯାଉଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ।ଏହି ଚିହ୍ନ କୁ ଜାଲିଆତି କରି ଯେଉଁମାନେ ମଦ ବିକ୍ରି କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।ଏଥିପାଇଁ ପୋଲିସ, ଅବକାରୀ, ଡ୍ରଗ୍ସ ଓ ବନବିଭାଗ କୁ ନେଇ ଗଠିତ ହୋଇଥିବା ସ୍କ୍ୱାର୍ଡ ନିୟମିତ ଚଢ଼ାଉ ଜାରି ରଖିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଯୁବବର୍ଗ ଦ୍ୱାରା ବହୁଳ ଭାବରେ କଫ ସିରପ ଓ ଡ୍ରଗ୍ସ ବ୍ୟବହାରକୁ ନେଇ ସେ ଉଦବେଗ ପ୍ରକାଶ କରିଥିଲେ।ଯେଉଁମାନେ ଚଢ଼ାଉ କାର୍ଯ୍ୟ ରେ ଉଲେଖନୀୟ ସଫଳତା ହାସଲ କରିବେ ସେମାନଙ୍କୁ ପୁରସ୍କୃତ କରାଯିବ।ଜିଲ୍ଲାରେ ଅବାଧ ମଦ କାରବାର ଓ ଡ୍ରଗ୍ସ କାରବାର ତଥା ଗଞ୍ଜେଇ ଉଚ୍ଛେଦ ନିମନ୍ତେ ଗଠିତ ସ୍କ୍ୱାର୍ଡର ସଫଳତାରେ ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ।ମହୁଲ ଫୁଲକୁ ମାଦକ ଦ୍ରବ୍ୟ ପ୍ରସ୍ତୁତିରେ ବ୍ୟବହାର କରୁଥିବା ଲୋକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ କହିଛନ୍ତି।ବେଆଇନ ଗଞ୍ଜେଇ ଚାଷ କୁ ଦ୍ରୋନ କ୍ୟାମେରା ଦ୍ୱାରା ନଷ୍ଟ କରାଯିବ ଓ ଏଥିପାଇଁ ଟାସ୍କ ଫୋର୍ସ ଗଠନ କରାଯାଇ ନିୟମିତ ଅନୁଧ୍ୟାନ କରାଯିବ।ବିଭିନ୍ନ ଦୋକାନରେ ଉପଲବ୍ଧ କଫ ସିରପ ଉପରେ ସତର୍କ ଦୃଷ୍ଟି ରଖିବା ସହ ବିକ୍ରେତାଙ୍କୁ ନିୟମିତ ଷ୍ଟକ ସମ୍ବନ୍ଧରେ ତଥ୍ୟ ମାଗିବାକୁ ସେ କହିଛନ୍ତି।

Square Ad 1
Leave A Reply

Your email address will not be published.