Webportal

ରାସନ ଦୋକାନରେ ଭିଡ଼:ଗ୍ରାହକଙ୍କ ପାଇଁ ଲାଗିଲା କଟକଣା

sanitry
0 364

ଗତରାତିରେ ପ୍ରଧାନମନ୍ତ୍ରୀଙ୍କ ସନ୍ଦେଶ ପରେ ଅନୁଗୁଳ ଜିଲ୍ଲାର ରାସନ ଓ ପରିବା ଦୋକାନ ଗୁଡ଼ିକରେ ଭିଡ଼ ପରିଲକ୍ଷିତ ହୋଇଥିଲା।ଏହା ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ଶ୍ରୀ ନରସିଂହ ଭୋଳଙ୍କ ନଜରରେ ଆସିବା ପରେ ସେ ଏହାକୁ ବାରଣ କରିଥିଲେ।ଏହିପାଇଁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜଗମୋହନ ମିନା ଏହି ଭିଡ଼ କୁ କମାଇବା ପାଇଁ ମାଇକ ଦ୍ୱାରା ପ୍ରଚାର କରାଇବା ସହ ଏହି ଦୋକାନ ଗୁଡିକ ସମ୍ମୁଖରେ ୧ ରୁ ୨ ମିଟର ଦୂରତା ମଧ୍ୟରେ ଧଳା ଗୋଳେଇ ଚିହ୍ନ ଲଗାଇ ଏହି ଚିହ୍ନ ମଧ୍ୟରେ ଧାଡିରେ ଠିଆ ହୋଇ ପରିବା ଓ ରାସନ ସାମଗ୍ରୀ କିଣିବାକୁ ପରାମର୍ଶ ଦେଇଛନ୍ତି।ଏହି ଚିହ୍ନ ଉଭୟ ଗ୍ରାହକ ଓ ସମ୍ପୃକ୍ତ ବିକ୍ରେତାଙ୍କ ପାଇଁ ଲକ୍ଷ୍ମଣ ରେଖା ସଦୃଶ।ଚିହ୍ନ ବାହାରେ ଜମା ହୋଇଥିବା ଗ୍ରାହକମାନଙ୍କୁ ଏହି ସାମଗ୍ରୀ ଦିଆ ନ ଯାଇ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ମାଲ ପରିବହନ ଉପରେ ପୋଲିସର କୌଣସି କଟକଣା ନ ଥିବାରୁ ନିୟମିତ ଭାବେ ଅନୁଗୁଳ ଜିଲ୍ଲାକୁ ଆବଶ୍ୟକ ରାସନ ସାମଗ୍ରୀ ଓ ପନିପରିବା ଆସୁଅଛି।

Square Ad 1
Leave A Reply

Your email address will not be published.