Webportal

ରୂପାଦିପ୍ତା ମହାପାତ୍ର; ଅନୁଗୁଳ ବିଧାନସଭା ଆସନରୁ କଂଗ୍ରେସର ସମ୍ଭାବିତ ଯୋଗ୍ୟ ପ୍ରାର୍ଥୀ

ଦୀର୍ଘ ୧୩ ହେଲା କଂଗ୍ରେସ ତଥା ରାଜ୍ୟ ରାଜନୀତିରେ ସକ୍ରିୟ

sanitry
0 679

୨୦୧୧ ମସିହାରୁ ଭାରତୀୟ ଜାତୀୟ କଂଗ୍ରେସ ଦଳର ସକ୍ରିୟ ସଦସ୍ୟା ଥାଇ ରାଜ୍ୟ ରାଜନୀତିରେ ସଦା ସକ୍ରିୟ ରୂପାଦିପ୍ତା ମହାପାତ୍ର ଏଥର ଅନୁଗୁଳ ବିଧାନସଭା ଆସନରୁ ଦଳୀୟ ପ୍ରାର୍ଥୀ ଭାବେ ଟିକଟ ପାଇ ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ଆଶାବାଦୀ ଅଛନ୍ତି। କଂଗ୍ରେସର ଅନଲାଇନ ପ୍ରକ୍ରିୟାରେ ମଧ୍ୟ ରୂପାଦିପ୍ତା ଅନୁଗୁଳ ବିଧାନସଭା ଆସନରୁ ନିର୍ବାଚିତ ଲଢ଼ିବାକୁ ଦଳୀୟ ଟିକେଟ ପାଇଁ ଆଶାୟୀ ପ୍ରାର୍ଥୀ ଭାବେ ଆବେଦନ କରିଛନ୍ତି। ବାଣିଜ୍ୟ ରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ରୂପାଦିପ୍ତା ଜଣେ ସଫଳ ଆଇନ ଛାତ୍ରୀ ଭାବେ ଆଇନ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ବର୍ତ୍ତମାନ ସେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସକ୍ରିୟ ସଦସ୍ୟା ଥିବା ସହ ସାଧାରଣ ସମ୍ପାଦିକା ଦାୟିତ୍ୱରେ ଅଛନ୍ତି। ଅନୁଗୁଳ ଜିଲ୍ଲାରୁ ଏକମାତ୍ର ମହିଳା ସେ ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟା ଅଛନ୍ତି। ରୂପାଦିପ୍ତା ମଧ୍ୟ ଅଲ ଇଣ୍ଡିଆ କଂଗ୍ରେସ କମିଟିର ଟ୍ରେନିଂ କୋଅର୍ଡିନେଟର ଥିବା ସହିତ ପଶ୍ଚିମ ଓଡିଶା ଦାୟିତ୍ୱରେ ଅଛନ୍ତି। ପୂର୍ବରୁ ୨୦୧୮ ରୁ ୨୦୨୩ ପର୍ଯ୍ୟନ୍ତ ସେ ରାଜ୍ୟ ମହିଳା କଂଗ୍ରେସର ଉପ ସଭାନେତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ। ଦୀର୍ଘଦିନର ଦଳୀୟ ରାଜନୈତିକ ଅନୁଭବ ସହିତ କଂଗ୍ରେସର ରାଜ୍ୟ ରାଜନୀତିରେ ୧୩ ବର୍ଷର ସକ୍ରିୟତା କୁ ନେଇ ଆଇନ ଡିଗ୍ରୀ ହାସଲ କରିଥିବା ରୂପାଦିପ୍ତା ମହାପାତ୍ର ବର୍ତ୍ତମାନ ପରିସ୍ଥିତିରେ ଶାସକ ଦଳରୁ ମହିଳା ପ୍ରାର୍ଥୀ ଅନୁଗୁଳ ବିଧାନସଭା ଆସନରୁ ଲଢ଼ିବାକୁ ନେଇ ଚର୍ଚ୍ଚା ଚାଲି ଥିବାରୁ , ଯଦି କଂଗ୍ରେସ ମଧ୍ୟ ମହିଳା ପ୍ରାର୍ଥୀ ଦିଏ ତେବେ ଦଳୀୟ ଟିକେଟ ରେ ନିର୍ବାଚନ ଲଢ଼ିବା ପାଇଁ ନିଶ୍ଚିତ ଅଛନ୍ତି। ଅନ୍ୟଥା ଅନୁଗୁଳ ବିଧାନସଭା ଆସନରୁ ନିର୍ବାଚିନ ଲଢ଼ିବା ପାଇଁ ଦଳକୁ ଆବେଦନ କରିଥିବା ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରୁ ତାଙ୍କୁ ଦଳୀୟ ଟିକେଟ ମିଳିବାକୁ ନେଇ ଶ୍ରୀମତୀ ମହାପାତ୍ର ଆଶାବାଦୀ ଅଛନ୍ତି। ସେ ଯାହାବି ହେଉ ନା କାହିଁକି ମୁଁ ଲୋଭରେ କେବେ ଅନ୍ୟ ଦଳକୁ ଜିବିନାହିଁ ଏବଂ କଂଗ୍ରେସ ଦଳ ଓ ଓଡ଼ିଶା ତଥା ଦେଶର ଉନ୍ନତି ପାଇଁ ମୋର କାର୍ଯ୍ୟ ଜାରି ରହିବ ବୋଲି ରୂପାଦିପ୍ତା ମହାପାତ୍ର ତାଙ୍କ ବିବୃତିରେ କହିଛନ୍ତି।

Square Ad 1
Leave A Reply

Your email address will not be published.