ଅନୁଗୋଳ ଜିଲା ଜରପଡା ଥାନା ସଦାନନ୍ଦପୁର ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ଟ୍ରେନ ଲାଇନରେ ଶୋଇ ଜଣେ ଯୁବକ ଆତ୍ମହତ୍ଯା କରିଥିବା ଜଣାପଡିଛି ।ମୃତ ଯୁବକ ଜଣକ ହେଉଛନ୍ତି ଜରଡା ଗ୍ରାମର ରମାକାନ୍ତ ଦାଶ ବୋଲି ଜଣାପଡିଛି । ରବିବାର ମଧ୍ୟାହ୍ନରେ ଖବର ପାଇ ଜରପଡା ପୋଲିସ ଘଟଣାସ୍ଥଳରେ ପହଁଚି ଶବକୁ ଜବତ କରିବା ସହିତ ବ୍ୟବଛେଦ ନିମନ୍ତେ ଜିଲା ମୁଖ୍ୟଚିକିତ୍ସାଳୟକୁ ପଠାଇଛି ।ଏ ନେଇ ଜରପଡା ପୋଲିସ ଏକ ଅପମୃତ୍ଯୁ ମାମଲା ରୁକରି ଘଟଣାର ତଦନ୍ତ ଜାରୀ ରଖିଛି । ଆତ୍ମହତ୍ଯାର ପକୃତ ଘଟଣା ଜଣାପଡିନଥିବା ପୋଲିସ ପ୍ରକାଶ କରିଛି ।