Webportal

ଲକ୍ଷ୍ମଣ ରେଖା ଡେଉଁଥିବାରୁ ସୋସିଆଲ ମିଡିଆ ଉପରେ ଅଙ୍କୁଶ ଲାଗିବା ଦରକାର:ସୁପ୍ରିମକୋର୍ଟ ଜଷ୍ଟିସ

sanitry
0 83

ସମ୍ପ୍ରତ୍ତି ସୋସିଆଲ ମିଡିଆର ବହୁଳ ବ୍ୟବହାର ହେଉଛି । ଏହାସହିତ ଏହାର ଅପବ୍ୟବହାର ମଧ୍ୟ ବଢିଚାଲିଛି । ନିଲମ୍ବିତ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ଫ୍ରଫେଟ ଟିପ୍ପଣୀକୁ କଡା ଭତ୍ସନା କରିଥିବା ସୁପ୍ରିମକୋର୍ଟର ବିଚାରପତି ଜେବି ପର୍ଦ୍ଦିୱାଲା(Justice JB Pardiwala) ସୋସିଆଲ ମିଡିଆ ଅପବ୍ୟବାହର ଉପରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ଏବଂ ଏହାକୁ ରୋକିବା ପାଇଁ ଲକ୍ଷ୍ମଣ ରେଖା ଟାଣିବାକୁ କହିଛନ୍ତି । ବିଚାରପତି କହିଛନ୍ତି, ”ମିଡିଆ ଟ୍ରାଏଲ ଆଇନ ଶାସନ (rule of law) ପାଇଁ ସ୍ବାସ୍ଥ୍ୟକର ନୁହେଁ । ତେଣୁ ସୋସିଆଲ ମିଡିଆ ଉପରେ କଡା ଅଙ୍କୁଶ ଲାଗିବା ଦରକାର ।”

ବିଚାରପତି ଜେବି ପର୍ଦ୍ଦିୱାଲା ଆଜି(ରବିବାର) ଏକ କାର୍ଯ୍ୟକ୍ରମକୁ ଭର୍ଚୁଆଲରେ ସମ୍ବୋଧିତ କରିବା ଅବସରରେ ଏପରି ମତ ରଖିଛନ୍ତି । ଆଜିକାଲି ଲୋକେ ସୋସିଆଲ ମିଡିଆର ବହୁଳ ବ୍ୟବହାର କରୁଥିବା ବେଳେ ଏଥିରେ ଅର୍ଦ୍ଧ ସତ୍ୟ ଓ ଅର୍ଦ୍ଧ ସୂଚନା ପ୍ରସାରିତ ହେଉଛି । ବିଭ୍ରାନ୍ତିକର ସୂଚନା ପ୍ରସାରଣ କରାଯାଉଛି । ସାଧାରଣତଃ ଏହି ଲୋକମାନେ ଆଇନର ଶାସନ, ସାକ୍ଷ୍ୟ ପ୍ରମାଣ ଓ ବିଚାର ପ୍ରକ୍ରିୟା ଓ ସୀମା ସମ୍ପର୍କରେ ଜାଣନ୍ତି ନାହିଁ । ଏଣୁ ଏପରି କୌଣସି ଟ୍ରାଏଲ ନ୍ୟାୟାଳୟ ପାଇଁ ବିଚାର ପ୍ରକ୍ରିୟାରେ ଅଯଥା ହସ୍ତକ୍ଷେପ ସଦୃଶ ବୋଲି ସୁପ୍ରିମକୋର୍ଟ ବିଚାରପତି କହିଛନ୍ତି ।

”ଡିଜିଟାଲ ମିଡିଆ ଟ୍ରାଏଲ ଲକ୍ଷ୍ମଣରେଖା ପାର୍ କରୁଛି । ଏହା ଅର୍ଦ୍ଧ ସତ୍ୟ ଅନୁସରଣ କରୁଥିବାରୁ ଅଧିକ ସମସ୍ୟା ସୃଷ୍ଟି ହେଉଛି । ସମ୍ବିଧାନ ସ୍ବୀକୃତ କୋର୍ଟ ସର୍ବଦା ଗଠନମୂଳକ ସମାଲୋଚନା ଗ୍ରହଣ କରିଥାଏ” ବୋଲି ପର୍ଦ୍ଦିୱାଲା କହିବା ସହ ବିଚାରପତିଙ୍କ ଉପରେ ବ୍ୟକ୍ତିଗତ ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ ବୋଲି ସତର୍କ କରିଛନ୍ତି । ବିଚାରପତିମାନଙ୍କୁ କୌଣସି ବିଚାରକୁ ଠିକ୍ ଭାବେ ତଜର୍ମା ନ କରାଯାଇ ଶସ୍ତା ଭାବେ ସମାଲୋଚନା କରାଯାଉଛି । ଏହାଦ୍ବାରା ବିଚାରବିଭାଗୀୟ ଅନୁଷ୍ଠାନଗୁଡିକ ଗୁରୁତର ପ୍ରଭାବିତ ହେବା ସହ ଏହାର ଗାରିମା କମୁଛି । ତେଣୁ ସୋସିଆଲ ମିଡିଆ ଉପରେ ନିୟନ୍ତ୍ରଣ ପାଇଁ କଡା ନିୟମ ହେବା ଆବଶ୍ୟକ ବୋଲି ବିଚାରପତି କହିଛନ୍ତି ।

Square Ad 1
Leave A Reply

Your email address will not be published.