Webportal

ଲକ୍ଷ୍ମୀପ୍ରିୟାପୁର ଡକାୟତି ମାମଲାରେ ଅନୁଗୁଳ ଜିଲ୍ଲା ପୋଲିସ କୁ ମିଳିଲା ବଡ ସଫଲତା

୯ ଗିରଫ ସହିତ ପିସ୍ତଲ,ମୋବାଇଲ, ଟଙ୍କା,ବାଇକ, କାର, ସୁନା ଓ ରୁପା ଆଦି ଜବତ

sanitry
0 80

ଲକ୍ଷ୍ମୀପ୍ରିୟାପୁର ଡକାୟତି ମାମଲାରେ ଅନୁଗୁଳ ଜିଲ୍ଲା ପୋଲିସ କୁ ମିଳିଲା ବଡ ସଫଲତା।୯ ଗିରଫ ସହିତ ପିସ୍ତଲ,ମୋବାଇଲ, ଟଙ୍କା,ବାଇକ, କାର, ସୁନା ଓ ରୁପା ଆଦି ଜବତ।ନଭେମ୍ବର ୨୫ତାରିଖ ସୋମବାର ରାତି ୮ଟା ସମୟରେ ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ଲକ୍ଷ୍ମୀପ୍ରିୟାପୁର ଗାଁ ର ବିଜୟ ସାହୁ ଙ୍କ ର ଏକ ଦୁର୍ଘଟଣା ରେ ମୃତୁ ହୋଇଥିଲା l ମୃତକଙ୍କ ପରିବାର ଲୋକେ ଘରେ ଦୁଃଖ ରେ କନ୍ଦାକଟା କରୁଥିବା ବେଳେ କିଛି ଦୁର୍ବୁତ୍ତ ମାରଣାସ୍ତ୍ର ଧରି ତାଙ୍କ ଘର ଭିତରେ ଆତଙ୍କ ଖେଳାଇ ଦେଇଥିଲେ । ଘରେ ଉପସ୍ଥିତ ଲୋକଙ୍କୁ ଭୟ ଭିତ କରି ଟଙ୍କା ସୁନା ମୋବାଇଲ ଫୋନ ଆଦି ଲୁଟି ପଳାଇ ଯାଇଥିଲେ l ହୋଣ୍ଡୋପା ଥାନା ଠାରୁ ୧୫ କିଲୋମିଟର ଦୂରରେ ଘଟିଥିବା ଏହି ଭୟାନକ ଘଟଣାର ସୂଚନା ଏତଲା ଜରିଆରେ ପୋଲିସ କୁ ଅଜୟ କୁମାର ସାହୁଙ୍କ ଦ୍ୱାରା ତା ପରଦିନ ୨୬ ତାରିଖ ଦ୍ବିପହର ରେ ଦିଆଯାଇଥିଲା । ବାସ ଏହା ପରେ ଯୁବା ଏସପି ରାହୁଲ ଜୈନ ଙ୍କ ପରାମର୍ଶରେ ଅନୁଗୁଳ ଜିଲ୍ଲା ପୋଲିସ ଦିନ ରାତି ଏକ କରି ଦେଇଥିଲା lପୋଲିସ ସତନ୍ତ୍ର ଟିମ ଗଠନ କରି ଜୋରଦାର ରେଡ ବା ଧରପଗଡ଼ ଆରମ୍ଭ କରିଥିଲା l ଅନଗୁଳ ଜିଲ୍ଲା ପୋଲିସ ନିଜର କଠୋର ଚେଷ୍ଟା ବଳରେ ୯ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ଡକାୟତି ପାଇଁ ବ୍ୟବହୃତ ଗାଡି ଗୁଡ଼ିକ ଓ ହତୀୟାର ଆଦି ଜବତ କରିବାରେ ସଫଲ ହୋଇଛି l ଏହା ସହିତ ଲୁଟା ଯାଇଥିବା ମୋବାଇଲ ଫୋନ, ସୁନା ଅଳଙ୍କାର, ଟଙ୍କା ଆଦି ମଧ୍ୟ ପୋଲିସ ଜବତ କରିଛି।ଅପରାଧୀ ମାନଙ୍କୁ ତୁରନ୍ତ ଧରିବା ପାଇଁ ଏସପି ଉପଖଣ୍ଡ ପୋଲିସ ଅଧିକାରୀ ଓ ଆଇଆଇସି ଙ୍କୁ ଉପଦେଶ ଦେଇଥିଲେ l ଡକାୟତି ଆରୋପ ରେ ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ମିଥୁନ ବେହେରା, ମାନସ ସାହୁ, ସୁଶୀଲ ନାଏକ, ସୁନୀଲ ବାରିକ, ବିକାଶ ସେଠି, ଲିପୁ ବେହେରା, ବିଜୟ ପରିଡା, ଅଲେଖ ଭୂତିଆ ଓ ପପୁ ବେହେରା। ସମସ୍ତ ଅଭିଯୁକ୍ତ ମାନଙ୍କୁ ଘର ଅନୁଗୋଳ ଜିଲ୍ଲା ରେ । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ମାନଙ୍କୁ ନ୍ୟାୟିକ ହିପାଜତ କୁ ପଠାଯିବ। ଏ ସମସ୍ତ ସୂଚନା ସୋମବାର ସନ୍ଧ୍ୟା ରେ ଅନଗୁଳ ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦାନ କରିଛନ୍ତି।

Square Ad 1
Leave A Reply

Your email address will not be published.