Webportal

ଲକ୍ଷ୍ମୀ ପୂଜାପାଈଁ ଅନୁଗୁଳ ପୋଲିସ ର ବ୍ୟାପକ ପ୍ରସ୍ତୁତି

ପ୍ରଥମ ଥର ପାଇଁ ବାଇକ ପେଟ୍ରୋଲି ବ୍ୟବସ୍ଥା ଓ ବୁଲିବେ ପୁଲିସର ଶକ୍ତି ବାହିନୀ

sanitry
0 84

ଲକ୍ଷ୍ମୀ ପୂଜାପାଈଁ ଅନୁଗୁଳ ପୋଲିସ ର ବ୍ୟାପକ ପ୍ରସ୍ତୁତି।ପ୍ରଥମ ଥର ପାଇଁ ବାଇକ ପେଟ୍ରୋଲି ବ୍ୟବସ୍ଥା ଓ ବୁଲିବେ ପୁଲିସର ଶକ୍ତି ବାହିନୀ।ଯୁବା ଏସପି ରାହୁଲ ଜେନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଗୁଳ ଜିଲ୍ଲା ପୋଲିସ ଚକିତ ବର୍ଷ ଲକ୍ଷ୍ମୀପୂଜା ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ କରାଇବା ପାଇଁ ବ୍ୟାପକ ପ୍ରସ୍ତୁତି କରିଥିବା ସୁଚନା ମିଳିଛି। ସମ୍ଭବତଃ ପ୍ରଥମ ଥର ପାଇଁ ଅନୁଗୁଳ ଜିଲ୍ଲାର ଜଣେ ଏସପି ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଦୂରତ୍ବ ରଖିଥିବା ଅନୁଭବ ହେଉନାହିଁ। ଯାହାକି ଅନୁଗୁଳ ଜିଲ୍ଲା ପୋଲିସ ର ପୂଜା କୁ ନେଇ ସ୍ୱଚ୍ଛ ଆଭିମୂଖ୍ୟକୁ ଦର୍ଶାଉଛି।ଅନୁଗୁଳରେ ବୁଧବାର ଠାରୁ ଆରମ୍ଭ ହୋଇ ଯାଇଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ପୂଜା ପାଇଁ ଅନୁଗୁଳ ସହର ବେଶ ଚଳଚଞ୍ଚଳ ରହିବ । ଏହି ସମୟରେ କିଛି ଅସମାଜିକଙ୍କ ଦୌରାତ୍ମ ମଧ୍ୟ ବଢିବାର ଆଶଙ୍କା ରହିଛି । ଏହାକୁ ଆଖି ଆଗରେ ରଖୀ ଅନୁଗୁଳ ପୁଲିସ ଆରମ୍ଭ କରିଛି ମୋଟରସାଇକେଲ ପେଟ୍ରୋଲିଂ ବ୍ୟବସ୍ଥା । ଚାରୋଟି ମୋଟରସାଇକେଲରେ କନେଷ୍ଟବଳ ଓ ଚାରୋଟି ସ୍କୁଟିରେ ମହିଳା କନେଷ୍ଟବଳ ଏଥିପାଇଁ ସଜାଗ ରହିବେ । ସେମାନେ ଏଥିପାଇଁ ସ୍ଵତନ୍ତ୍ର ତାଲିମ ନେଇଥିବା ବେଳେ ସହରର ଗଳିକନ୍ଦି ବୁଲି ଅସମାଜିକ କାର୍ଯ୍ୟ ଉପରେ ନଜର ରଖିବେ । ଏହି ସମୟରେ ସେମାନଙ୍କ ହାତରେ ସ୍ଵତନ୍ତ୍ର ଝିଲମିଲ ଆଲୁଅ ସାଙ୍ଗକୁ ୱାକିଟକି ରହିଥିବ । ସ୍କୁଟିରେ ଥିବା ମହିଳା କନେଷ୍ଟବଳ ତଥା ଶକ୍ତି ବାହିନୀ ମାନେ ମୁଖ୍ଯତଃ ମହିଳା ମାନଙ୍କ ଉପରେ ହେଉଥିବା ଅପରାଧ ଉପରେ ନଜର ରଖିବେ । ସେମାନେ ମଧ୍ୟ ଏହି ସ୍ଵତନ୍ତ୍ର ଯନ୍ତ୍ରାଂଶ ସାଙ୍ଗକୁ ହତିଆର ବ୍ୟବହାର କରିବେ । ବୁଧବାର ଏହହଳି କାର୍ଯ୍ୟକ୍ରମକୁ ଉତ୍ତର କେନ୍ଦ୍ରାଞ୍ଚଳ ଆଇ.ଜି. ସତ୍ୟବ୍ରତ ଭୋଇ ଉଦଘାଟନ କରିଥିଲେ । ଏହି ସମୟରେ ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଆଜିର ଏହି କାର୍ଯ୍ୟକ୍ରମ ବେଳେ ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କ ପକ୍ଷରୁ ମୋବାଇଲ ହଜିଲେ କିମ୍ବା ଚୋରୀ ହୋଇଗଲେ ସିଧାସଳଖ ଅଭିଯୋଗ କରିବା ପାଇଁ ହେଲ୍ପ ଲାଇନ ନମ୍ବର ( +୯୧-୯୯୩୭୫୦୪୮୮୮91) ଜାରି କରା ଯାଇଛି । ପ୍ରତ୍ଯକ୍ଷ ଭାବେ ଥାନାକୁ ନଯାଇ ତୁରନ୍ତ ଏହି ନମ୍ବର କିମ୍ବା ସାମାଜିକ ଗଣମାଧ୍ୟମରେ ଯୋଗାଯୋଗ କରିବାକୁ ଲୋକ ମାନଙ୍କୁ ପୁଲିସ ପକ୍ଷରୁ କୁହା ଯାଇଛି ।

Square Ad 1
Leave A Reply

Your email address will not be published.