Webportal

ଲକ ଡାଉନ ସମୟରେ ବୁଲାପଶୁଙ୍କ ଖାଦ୍ୟପାଇଁ ସରକାରଙ୍କ ବ୍ୟବସ୍ଥା

sanitry
0 144

ଆଜି ରାଜ୍ୟ ସରକାରଙ୍କ କମିଶନର ଓ ସଚିବ ଶ୍ରୀ ଆର. ରଘୁ ପ୍ରସାଦ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ବୁଲା କୁକୁର, ଗାଇ ଆଦିଙ୍କ ପାଇଁ ଲକ ଡାଉନ ସମୟରେ ଖାଦ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।କାରଣ ଏମାନେ ହୋଟେଲ ଆଦିର ବଳକା ଖାଦ୍ୟ ଉପରେ ନିର୍ଭର କରିଥାନ୍ତି।ଯାହା ଏବେର ପରିସ୍ଥିତିରେ ସମ୍ଭବ ନୁହେଁ।

ଏଥିପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ପ୍ରାୟ ୫୪ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି ଯାହା ୫ ଟି ମ୍ୟୁନିସିପାଲ କର୍ପୋରେସନ ଓ ୪୮ ଟି ମ୍ୟୁନିସିପାଲିଟି ରେ ଖର୍ଚ୍ଚ ହେବ।ଏହା ସ୍ଥାନୀୟ ନଗର ଉନ୍ନୟନ ଅଧିକାରୀ ମାନେ ତାଙ୍କ କର୍ମଚାରୀ ବା ଏନଜିଓ ଆଦି ସହାୟତାରେ ଖର୍ଚ୍ଚ କରିବେ ଯେଉଁଥିରେ ଏହି ବୁଲା ପଶୁ ମାନଙ୍କୁ ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ଖାଇବାକୁ ଦିଆଯିବ।

ଖାଇବାକୁ ନ ପାଇ ଏମାନେ ହିଂସ୍ର ହେଇ ମନୁଷ୍ୟ କୁ ଆକ୍ରମଣ କରିବାର ଆଶଙ୍କା ରହିଛି।ଏମାନଙ୍କ ମଧ୍ୟରେ ପ୍ରାୟ ୧୨୦୦୦୦ ବୁଲା କୁକୁର ଓ ଅନ୍ୟ ପଶୁ ଅଛନ୍ତି।

ଭୁବନେଶ୍ୱର ମହାନଗର ନିଗମ ପ୍ରତ୍ୟେକ ଦିନ ୨୦୦୦୦ ଟଙ୍କା, ଅନ୍ୟ ଚାରୋଟି ମହାନଗର ନିଗମ ୧୦୦୦୦ ଟଙ୍କା ଏବଂ ୪୮ ଟି ନଗରନିଗମ ପ୍ରତ୍ୟକ ଦିନ ୫୦୦୦ ଟଙ୍କା ଖର୍ଚ୍ଚ କରିପାରିବେ।ଏହା ୧୪ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ।

Square Ad 1
Leave A Reply

Your email address will not be published.