Webportal
Adarasha College

ଶୀତ କମିଲେ ତୈଳ ଦର ହ୍ରାସ ପାଇବ: ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ

sanitry
0 164

ଦେଶରେ ତୈଳ ଦାମ ବୃଦ୍ଧିକୁ ନେଇ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଚକ ବୟାନ । ଶୀତ ପାଇଁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବା କହିଲେ ମନ୍ତ୍ରୀ । ଯେମିତି ଯେମିତି ଶୀତ କମିବ ସେମିତି ଦରରେ ହ୍ରାସ ପାଇବ ବୋଲି ବାରଣାସୀ ଗସ୍ତରେ ଥିବା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।ତେବେ କେନ୍ଦ୍ରମନ୍ତ୍ରୀଙ୍କ ଏପରି ବୟାନରେ ସମସ୍ତେ ତାଜୁବ ହୋଇଯାଇଛନ୍ତି । ସେପଟେ ଏଲପିଜି ଗ୍ୟାସ ବଢିବାକୁ ନେଇ ଅନ୍ତରାଷ୍ଟ୍ରୀୟ କମ୍ପାନୀକୁ ଦାୟୀ କରିଛନ୍ତି ମନ୍ତ୍ରୀ । ସେହିପରି ଶୀତ ପାଇଁ ଗ୍ୟାସ ଦର ମଧ୍ୟ ବୃଦ୍ଧି ପାଉଥିବା ସେ କହିଛନ୍ତି । ଯେମିତି ପାଗରେ ପରିବର୍ତ୍ତନ ଆସିବ ଦର କମିବ ବୋଲି ସେ ଉଲ୍ଲେଖ କରିଛନ୍ତି । ଶୀତ କମିଲେ ପେଟ୍ରୋଲିମୟ ପଦାର୍ଥର ଦାମ ମଧ୍ୟ କମିବ ବୋଲି ସେ କହିଛନ୍ତି ।
ସୂଚନାଥାଉକି, ଆଜିଠୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦିନିଆ ବାରଣାସୀ ଗସ୍ତରେ ଆସିଛନ୍ତି । ଏହି ଗସ୍ତ ସମୟରେ ସେ ବାରଣାସୀରେ ଚାଲିଥିବା ଅନେକ କାର୍ଯ୍ୟର ସମୀକ୍ଷା କରିବେ ।

Onida Ad
Square Ad 1
Leave A Reply

Your email address will not be published.