Webportal

ସତ କହି ଫସିଗଲେ କି ଅପରାଜିତା; ପରାଜୟ ପାଇଁ ଦୁର୍ବଳ ନେତୃତ୍ୱକୁ ଦେଲେ ଦୋଷ

sanitry
0 257

ରାଜ୍ୟରେ ଅନୁଷ୍ଠିତ ପୌରନିର୍ବାଚନ ଫଳାଫଳ ବିଜେପିକୁ ନିରାଶ କରିଛି।ପୃଥିବୀର ସର୍ବବୃହତ ଓ ଧନୀ ଦଳ ଦେଶର ଅଧିକାଂଶ ରାଜ୍ୟରେ ବହୁତ ଭଲ ପ୍ରଦର୍ଶନ କରୁଥିବା ବେଳେ ଓଡ଼ିଶାରେ ମଧ୍ୟ ଅନୁଷ୍ଠିତ ପୌରନିର୍ବାଚନ ରେ ଅନୁରୂପ ପ୍ରଦର୍ଶନ ପାଇଁ ଆଶାବାଦୀ ଥିଲା।

କିନ୍ତୁ ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟ ନେତୃବୃନ୍ଦଙ୍କ ଅନୁପସ୍ଥିତି, ଭୁବନେଶ୍ୱର ସାଂସଦ ଅପରାଜିତା ହଠାତ ଅନ୍ତର୍ଦ୍ଧାନ ହୋଇଯିବା, ସାମାଜିକ ଗଣମାଧ୍ୟମରେ ବିଜେପି କର୍ମୀଙ୍କ ଦଳ ପକ୍ଷରୁ ପ୍ରାର୍ଥୀଙ୍କୁ ଅସହଯୋଗ ହେଉଥିବା ଆରୋପ ଆଦି କୁ ନେଇ ରାଜନୈତିକ ସମୀକ୍ଷକ ମାନେ ବିଜେପିର ସଫଳତା କୁ ନେଇ ଆଶଙ୍କା ପ୍ରକାଶ କରିଥିଲେ,ଯାହା ସତ ପ୍ରମାଣିତ ହୋଇଛି।

ପୌରନିର୍ବାଚନ ରେ ଦଳର ଖରାପ ପ୍ରଦର୍ଶନ କୁ ନେଇ ଭୁବନେଶ୍ୱର ଫେରିବା ପରେ ସ୍ଥାନୀୟ ସାଂସଦ ଅପରାଜିତା ଷଡ଼ଙ୍ଗୀ ଗଣମାଧ୍ୟମରେ ସମ୍ମୁଖରେ ନିଜ ପ୍ରତିକ୍ରିୟା ରେ ପରାଜୟ ପାଇଁ ସିଧାସଳଖ ରାଜ୍ୟର ଦୁର୍ବଳ ନେତୃତ୍ୱକୁ ଦାୟୀ କରିଛନ୍ତି।ସେ କହିଛନ୍ତି ଯେ ବିଜେପି ନିକଟରେ ବିଜୟ ଲାଭ କରିବାର ସମସ୍ତ ଯୋଗ୍ୟତା ଥିବା ସତ୍ୱେ ଓଡ଼ିଶାରେ ଦଳ ହାରୁଛି, କାରଣ ରାଜ୍ୟରେ ଦଳ ପାଖରେ ସୁଦୃଢ ନେତୃତ୍ବର ଅଭାବ ରହିଛି।

ଏହା କହି ଅପରାଜିତା ସିଧାସଳଖ ରାଜ୍ୟରେ ବିଜେପିର ନେତୃତ୍ୱ କ୍ଷମତାଶୁନ୍ୟ ବା ଡମି ଅଥବା ନକଲି ନେତାଙ୍କ ହାତରେ ଥିବା କଥା ସୁଚାଇଛନ୍ତି।କେନ୍ଦ୍ରୀୟ ନେତୃତ୍ୱକୁ ଏହା ସୁହାଇବ ତ? ସେମାନେ ଅପରାଜିତାଙ୍କ କଥା ମାନି ରାଜ୍ୟ ବିଜେପିକୁ ଏକ ସୁଦୃଢ ନେତୃତ୍ୱ ପ୍ରଦାନ କରିବାକୁ ଚେଷ୍ଟା କରିବେ ନା ଦଳ ପଛେ ଦୁର୍ବଳ ହେଉ କିନ୍ତୁ କେହି ପ୍ରଶ୍ନ ନ ଉଠାନ୍ତୁ ନୀତିରେ ଅପରାଜିତାଙ୍କ ପକ୍ଷଛେଦନ କରିବେ ଏହା ସମୟ ହି କହିବ।

Square Ad 1
Leave A Reply

Your email address will not be published.