Webportal

ସମାଜକୁ ବୁଝାଇ ବିଧବାଙ୍କୁ ବିବାହ କରି ଉଦାହରଣ ସୃଷ୍ଟି କଲେ ଯୁବକ

sanitry
0 250

ଅନୁଗୋଳ ଜିଲ୍ଲା କିଶୋରନଗର ଗମ୍ଭାରିମଳିହା ଗାଁର ଜଣେ ବିଧବାଙ୍କୁ ରାଇବାହାଲ ଗାଁର ଜଣେ ବ୍ୟକ୍ତି ବିବାହ ହୋଇ ଉଦାହରଣ ସୃଷ୍ଟି କରିଛନ୍ତି । ଗମ୍ଭାରିମଳିହା ଗାଁର ରବୀନ୍ଦ୍ର ନାୟକଙ୍କ ଝିଅ ରଶ୍ମିତା ବାହାଘର ହେବାର କିଛିଦିନ ପରେ ସ୍ଵାମୀ ମୃତ୍ୟୁ ମୁଖରେ ପଡିଥିଲେ । ଦୁଇ ବର୍ଷ ତଳେ ସ୍ୱାମୀଙ୍କ ମୃତ୍ୟୁ ପରେ ରଶ୍ମିତା ବିଧବା ହୋଇ ବାପା ଘରେ ରହୁଥିଲେ । ସେପଟେ ଗମ୍ଭାରିମଳିହା ଗାଁର ସୁରେଶ ଚନ୍ଦ୍ର ନାୟକଙ୍କ ସ୍ତ୍ରୀ ମଧ୍ୟ ପରକୀୟା ପ୍ରୀତି କରି ଅନ୍ୟତ୍ର ପଳାଇବା ପରେ ଏକ ରହୁଥିଲେ ସୁରେଶ । ଏପରି ସ୍ଥିତିରେ ସେ, ରଶ୍ମିତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ ।ତେବେ ଜଣେ ବିଧବା ମହିଳାଙ୍କ ପୁଣି ଥରେ ବିବାହ କରିବାକୁ ଗ୍ରହଣ କରି ନଥିଲା ସମାଜ । ତେବେ ଏତିକିରେ ହାରି ଯାଇ ନଥିଲେ ସୁରେଶ । ବହୁ ବୁଝାସୁଝା କରି ରଶ୍ମିତାଙ୍କ ପରିବାର ଓ ସମାଜକୁ ରାଜି କରାଇ ପାରିଥିଲେ । ଆଉ ଗୁରୁବାର ନିଜ ଆଦିବାସୀ ପରମ୍ପରା ଏବଂ କୋରୋନା କଟକଣାକୁ ମାନି ସାମାଜିକ ଦୂରତ୍ଵ ରଖି ରଶ୍ମିତାଙ୍କୁ ବିବାହ କରିଥିଲେ । ସୁରେଶଙ୍କ ଏହି କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ପାତ୍ର ପାଲଟିଛନ୍ତି ।

Square Ad 1
Leave A Reply

Your email address will not be published.