Webportal

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଶିକ୍ଷକ ଅଭାବରୁ ପାଠପଢା ବାଧାପ୍ରାପ୍ତ

sanitry
0 107

ରାଜ୍ୟର ପୁରାତନ ପ୍ରମୁଖ ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଅନ୍ୟତମ। ୧୯୬୭ ମସିହା ଜାନୁଆରି ୧ ତାରିଖରେ ସ୍ଥାପିତ ଏହି ବିଶ୍ଵବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଦେଶ ଭିତରେ ତଥା ବାହାରେ ଗୁରୁତ୍ବପୂର୍ଣ୍ଣ ପଦରେ ଅବସ୍ଥାପିତ ହୋଇ ସମ୍ବଲପୁର ତଥା ରାଜ୍ୟ ପାଇଁ ସୁନାମ ଆଣିଛନ୍ତି। ଏବେ କିନ୍ତୁ ଏହି ବିଶ୍ଵବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ ସମସ୍ୟା ସହିତ ଜୁଝୁଛି। ବିଶ୍ଵବିଦ୍ୟାଳୟରେ ୧୫୩ଟି ସ୍ବୀକୃତିପ୍ରାପ୍ତ ଶିକ୍ଷକ ପଦ ମଧ୍ୟରୁ ୯୧ ଜଣ କାର୍ଯ୍ୟରତ ରହିଛନ୍ତି। ଅର୍ଥାତ୍ ୬୨ଟି ବିଭିନ୍ନ ବର୍ଗର ଶିକ୍ଷକ ପଦ ଖାଲି ରହିଛି। ବିଶ୍ବବିଦ୍ୟାଳୟ ପରିସରରେ ୨୨ଟି ବିଭିନ୍ନ ବିଭାଗ ସହିତ ୪ଟି ସେଲଫ୍ ଫାଇନାନସିଂ ବିଭାଗ ରହିଛି।

୨୦୨୧-୨୨ ଶିକ୍ଷାବର୍ଷରେ ବିଶ୍ଵବିଦ୍ୟାଳୟର ବିଭିନ୍ନ ବିଭାଗରେ ୧୭୩୩ ଜଣ ସ୍ନାତକୋତ୍ତର, ଏମ୍‌ଫିଲ୍‌ ଆଦି ଛାତ୍ରଛତ୍ରୀ ଶିକ୍ଷାଲାଭ କରୁଛନ୍ତି। ଶିକ୍ଷକ ଅଭାବ ଯୋଗୁଁ ପାଠପଢା ବାଧାପ୍ରାପ୍ତ ହେଉଛି। ବିଶ୍ବବିଦ୍ୟାଳୟର ନୃତତ୍ତ୍ବ ବିଭାଗରେ ଗୋଟିଏ ଆସୋସିଏଟ୍‌ ପ୍ରଫେସର ପଦ ଖାଲି ପଡ଼ିଛି। ଏମ୍‌ବିଏ ବିଭାଗରେ ଜଣେ ଆସିଷ୍ଟାଣ୍ଟ ପ୍ରଫେସର, ରସାୟନ ବିଜ୍ଞାନ ବିଭାଗରେ ଗୋଟିଏ ପ୍ରଫେସର ଓ ୩ଟି ଆସିଷ୍ଟାଣ୍ଟ ପ୍ରଫେସର, କମ୍ପ୍ୟୁଟର ବିଜ୍ଞାନ ବିଭାଗରେ ଗୋଟିଏ ପ୍ରଫେସର ଓ ଗୋଟିଏ ଆସିଷ୍ଟାଣ୍ଟ ପ୍ରଫେସର, ଆର୍ଥ ସାଇନ୍ସ ବିଭାଗରେ ୨ଟି ଆସିଷ୍ଟାଣ୍ଟ ପ୍ରଫେସର, ଅର୍ଥନୀତି ବିଭାଗରେ ୨ଟି ଲେଖାଏଁ ପ୍ରଫେସର ଓ ଆସୋସିଏଟ୍‌ ପ୍ରଫେସର ଏବଂ ଗୋଟିଏ ଆସିଷ୍ଟାଣ୍ଟ ପ୍ରଫେସର ପଦ ରିକ୍ତ ରହିଛି।

ଇଂରାଜୀ ବିଭାଗରେ ଗୋଟିଏ ଲେଖାଏଁ ପ୍ରଫେସର ଓ ଆସୋସିଏଟ୍‌ ପ୍ରଫେସର ଏବଂ ୨ଟି ଆସିଷ୍ଟାଣ୍ଟ ପ୍ରଫେସର ପଦ ଖାଲି ପଡ଼ିଛି। ସେହିପରି ପରିବେଶ ବିଜ୍ଞାନ ବିଭାଗରେ ଗୋଟିଏ ପ୍ରଫେସର, ଇତିହାସ ବିଭାଗରେ ଗୋଟିଏ ପ୍ରଫେସର, ୪ଟି ଆସୋସିଏଟ୍‌ ପ୍ରଫେସର ଓ ୩ଟି ଆସିଷ୍ଟାଣ୍ଟ ପ୍ରଫେସର, ଗୃହ ବିଜ୍ଞାନ ବିଭାଗରେ ଗୋଟିଏ ପ୍ରଫେସର, ଆଇନ ବିଭାଗରେ ‌ଗୋଟିଏ ଲେଖାଏଁ ପ୍ରଫେସର ଓ

ଆସୋସିଏଟ ପ୍ରଫେସର, ଲାଇବ୍ରେରି ସାଇନ୍ସ ବିଭାଗରେ ଗୋଟିଏ ଆସୋସିଏଟ୍‌ ପ୍ରଫେସର, ବାୟୋଟେକ୍ନୋଲଜି ବିଭାଗରେ ଗୋଟିଏ ଆସୋସିଏଟ୍‌ ପ୍ରଫେସର, ଜୀବ ବିଜ୍ଞାନ ବିଭାଗରେ ୨ଟି ପ୍ରଫେସର, ଗଣିତ ବିଭାଗରେ ଗୋଟିଏ ଆସୋସିଏଟ୍‌ ପ୍ରଫେସର ଏବଂ ୩ଟି ଆସିଷ୍ଟାଣ୍ଟ ପ୍ରଫେସର, ଓଡ଼ିଆ ବିଭାଗରେ ଗୋଟିଏ ଲେଖାଏଁ ପ୍ରଫେସର ଓ ଆସୋସିଏଟ୍‌ ପ୍ରଫେସର ଓ ୨ଟି ଆସିଷ୍ଟାଣ୍ଟ ପ୍ରଫେସର ପଦ ଖାଲି ପଡ଼ିଛି। ସେହିପରି ପଦାର୍ଥ ବିଜ୍ଞାନରେ ଗୋଟିଏ ଲେଖାଏଁ ପ୍ରଫେସର ଓ ଆସୋସିଏଟ୍‌ ପ୍ରଫେସର ଏବଂ ୩ ଜଣ ଆସିଷ୍ଟାଣ୍ଟ ପ୍ରଫେସର, ରାଜନୀତି ବିଜ୍ଞାନରେ ଗୋଟିଏ ଲେଖାଏଁ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର, ସମାଜ ବିଜ୍ଞାନ ବିଭାଗରେ ଗୋଟିଏ ଆସୋସିଏଟ୍‌ ପ୍ରଫେସର, ଷ୍ଟାଟିଷ୍ଟିକସ୍‌ ବିଭାଗରେ ୨ଟି ଆସୋସିଏଟ୍‌ ପ୍ରଫେସର ଏବଂ ବିଶ୍ବବିଦ୍ୟାଳୟ ଅଧୀନସ୍ଥ ଏଲ୍ ଆର୍‌ ଆଇନ ମହାବିଦ୍ୟାଳୟରେ ଜଣେ ଆସୋସିଏଟ୍‌ ପ୍ରଫେସର ଏବଂ ୨ଟି ଆସିଷ୍ଟାଣ୍ଟ ପ୍ରଫେସର ପଦ ଖାଲି ରହିଥିବା ଜଣାପଡ଼ିଛି। ଏଭଳି ବିଶ୍ଵବିଦ୍ୟାଳୟରେ ସ୍ବୀକୃତିପ୍ରାପ୍ତ ୨୬ଟି ପ୍ରଫେସର ପଦ ସ୍ଥାନରେ ୧୧ ଜଣ ପ୍ରଫେସର, ୪୬ଟି ଆସୋସିଏଟ୍‌ ପ୍ରଫେସର ସ୍ଥାନରେ ୨୪ ଜଣ ଆସୋସିଏଟ୍ ପ୍ରଫେସର ଏବଂ ୮୧ଟି  ଆସିଷ୍ଟାଣ୍ଟ ପ୍ରଫେସର ସ୍ଥାନରେ ୫୬ ଜଣ ଆସିଷ୍ଟାଣ୍ଟ ପ୍ରଫେସର କାର୍ଯ୍ୟରତ ଥିବା ଜଣାପଡ଼ିଛି।

Square Ad 1
Leave A Reply

Your email address will not be published.