Webportal

ସରିଲା ପ୍ରତୀକ୍ଷା:ଆରମ୍ଭ ହୋଇଛି କୋଭିଡ଼ ଟୀକାକରଣ କାର୍ଯ୍ୟକ୍ରମ

sanitry
0 185

ସମସ୍ତ ଧୈର୍ଯ୍ୟ ଓ ଅପେକ୍ଷା ର ଅବସାନ ଘଟିଛି । ବିଶ୍ୱ କରୋନା ମହାମାରୀ କବଳରୁ ମୁକ୍ତ ହେବାକୁ ଯାଉଛି।ଆଜି ସାରା ଭାରତରେ କରୋନାର ପଥମ ପର୍ଯ୍ୟାୟ ଟୀକା କରଣ କରାଯାଉଛି । ଅନୁଗୁଳ ଜିଲ୍ଲାରେ ମଧ୍ୟ ଆରମ୍ଭ ହୋଇଛି ଟିକାକରଣ କାର୍ଯ୍ୟକ୍ରମ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀ ନାଇଆ ବେହେରା ଫିତା କାଟି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ଚିକିତ୍ସାଳୟର ଶିଶୁ ରୋଗ ବିଶେଷଜ୍ଞ ନନ୍ଦ କିଶୋର ସାହୁ ପ୍ରଥମ ଟୀକା ନେଇଥିଲେ । ଆଜି ଜିଲ୍ଲାର ଜିଲା ମୁଖ୍ୟ ଚିକିତ୍ସାଳୟ ଓ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭଳି ଦୁଇଟି ସ୍ଥାନରେ ଟୀକାକରଣ କାର୍ଯ୍ୟକ୍ରମ କରା ଯାଉଛି । ପ୍ରଥମ ଦିନରେ ଉଭୟ ସ୍ଥାନରେ ୧୦୦ ଲେଖାଏଁ ଟୀକା ଦିଆ ଯିବା ପାଇ ବନ୍ଦୋବସ୍ତ କରା ଯାଇଛି । ଜିଲ୍ଲାର ୭୩୨୬ ଜଣ ଏହି କରୋନା ଟୀକା ନେବା ପାଇଁ ରେଜିଷ୍ଟ୍ରେଶନ କରିଛନ୍ତି । ଏହି ଟୀକାକରଣ କାର୍ଯ୍ୟକ୍ରମରେ ଜଣିଆ ଭେକସିନେଶ ଟିମ ସହ ୨୦୧ ଜଣ ଭେକସିନେଟର ନିୟୋଜିତ ହୋଇଛନ୍ତି ।

Square Ad 1
Leave A Reply

Your email address will not be published.