ସାତକୋଶିଆ କୁ ପୁନଶ୍ଚ ଆସିବେ ମହାବଳ ବାଘ
ବାଘଙ୍କ ଭବିଷ୍ୟତ ବିଷୟରେ ଆକଳନ କରିବା ମୁସ୍କିଲ ବନବିଭାଗ ଅଧିକାରି ମାଲାମାଲ ହେବା ନିଶ୍ଚିତ

ସାତକୋଶିଆ କୁ ପୁନଶ୍ଚ ଆସିବେ ମହାବଳ ବାଘ।ବାଘଙ୍କ ଭବିଷ୍ୟତ ବିଷୟରେ ଆକଳନ କରିବା ମୁସ୍କିଲ।ବନବିଭାଗ ଅଧିକାରି ମାଲାମାଲ ହେବା ନିଶ୍ଚିତ।ସାତକୋଶିଆ ରେ ଏକ ବଡ଼ ସ୍ବପ୍ନ ଓ ପ୍ରତିଶ୍ରୁତି ସହ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ କରାଯାଇଥିଲା। କିନ୍ତୁ ସବୁ ଫସର ଫାଟିଗଲା। ବ୍ୟାଘ୍ର ପ୍ରକଳ୍ପ କରାଗଲେ ପରିବେଶ, ମନୁଷ୍ୟ ଓ ଜୀବଜନ୍ତୁଙ୍କ ମଧ୍ୟରେ ଉଚିତ ସନ୍ତୁଳନ ରକ୍ଷା କରାଯାଇପାରିବ ବୋଲି କୁହାଯାଇଥିଲା। ଯାହା ଏକଦମ ଠିକ ମଧ୍ୟ ଥିଲା। ବ୍ୟାଘ୍ର ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରି ବାଘ ମାନଙ୍କୁ ସାତକୋଶିଆ ଅଭୟାରଣ୍ୟ କୁ ଅଣା ଯାଇଥିଲା। କିନ୍ତୁ ବିଭାଗୀୟ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ମାନଙ୍କ ଅର୍ଥ ଲୋଭ ଯୋଗୁଁ ପ୍ରକଳ୍ପ ଆରମ୍ଭ ହେବା ସହିତ ଧୂଳିସାତ ହୋଇ ମାଟିରେ ମିଶିଗଲା। ଗୋଟେ ପରେ ଗୋଟେ ବାଘ ମରି ଚାଲିଲେ। ପରିଶେଷରେ ସାତକୋଶିଆ ବାଘ ଶୂନ୍ୟ ହୋଇଗଲା ଓ ବ୍ୟାଘ୍ର ପ୍ରକଳ୍ପ କଥା ସ୍ବପ୍ନ ପରି ଲାଗିଲା। ବ୍ୟାଘ୍ର ପ୍ରକଳ୍ପ ବିଫଳ ହେବା ଓ ସାତକୋଶିଆ ବାଘ ଶୂନ୍ୟ ହେବାର ମୂଖ୍ୟ କାରଣ ଅଟେ ଟଙ୍କା ଖାଇବାରେ ଅଭ୍ୟସ୍ତ ମନ୍ତ୍ରୀ ଓ ଅଧିକାରି ମାନେ ବ୍ୟାଘ୍ର ପ୍ରକଳ୍ପ ପାଇଁ ଆସୁଥିବା ଅଜସ୍ର ଟଙ୍କାର ଅଧିକାଂଶ ଭାଗ ବାଘ ମାନଙ୍କୁ ସୁରକ୍ଷା ଦେବା ପାଇଁ ଖର୍ଚ୍ଚ ନ କରି ନିଜେ ଖାଇଯିବା ଚର୍ଚ୍ଚା ବୁଦ୍ଧିଜୀବୀ ମହଲରେ ହେଉଛି। ତା ବାଦ ଟଙ୍କା ନେଇ ଶିକାରୀ ମାନଙ୍କୁ ଜଙ୍ଗଲରେ ଖୋଲା ଛାଡ଼ିଦେବା ମଧ୍ୟ ଆଉ ଏକ ପ୍ରମୁଖ କାରଣ ବ୍ୟାଘ୍ର ପ୍ରକଳ୍ପ ର ବିଫଳ ହେବା ପାଈଁ। ଏହା ଏକ ସତ୍ୟ ରେ ଭରପୁର କାରଣ ଯାହା ପାଈଁ କୌଣସି ପ୍ରକାରର ଆବଶ୍ୟକତା ନାହିଁ। ବ୍ୟାଘ୍ର ପ୍ରକଳ୍ପ ବାହାନାରେ ବନବିଭାଗ ଦଲାଲ ମାନଙ୍କୁ ପୋଷିବା ଓ ପ୍ରଭାବିତ ଜନତାଙ୍କ ଉପରେ ଅତ୍ୟାଚାର କରିବା ସର୍ବବିଦିତ। ଆମେ ଆଶା କରିଥିଲୁ ଯେ ବ୍ୟାଘ୍ର ପ୍ରକଳ୍ପ ବାହାନାରେ ଶହ ଶହ କୋଟି ଟଙ୍କା ଅପଵ୍ୟୟ ହେବାପରେ ସରକାର ଆଉ ସାତକୋଶିଆ ରେ ପୁନର୍ବାର ଏହି ଯୋଜନା କରିବା ପାଇଁ ଚିନ୍ତା ମଧ୍ୟ କରିବେ ନାହିଁ। ଏପରି କିଛି ସୁଚନା ମଧ୍ୟ ବିଗତ ଦିନରେ କିଛି ବନବିଭାଗ ର ଉଚ୍ଚ ପଦସ୍ତ ଅଧିକାରି ଦେଇଥିଲେ। କିନ୍ତୁ ପୋଲା ଟଙ୍କା ଖାଇବାର ଅଭ୍ୟସ୍ତ ଅଧିକାରି ଓ ନେତା ମନ୍ତ୍ରୀ ପୁନର୍ବାର ସାତକୋଶିଆ ରେ ବ୍ୟାଘ୍ର ପ୍ରକଳ୍ପ ବାହାନାରେ ମହାବଳ ବାଘ ଆଣି ଅଜସ୍ର ଟଙ୍କା ଆଣିବା ଓ ଚଳୁ କରିବା ପାଇଁ ଚେଷ୍ଟା କରି ସଫଳ ହୋଇଛନ୍ତି। ଲୋକଙ୍କ ସହଯୋଗ କଥା କହୁଥିବା ବନବିଭାଗ ଅଧିକାରି ହିଁ ଲୋକଙ୍କୁ ନାନା ପ୍ରକାର ଅତ୍ୟାଚାର କରିବା କଥା ଅନେକ ସମୟରେ ଅଭିଯୋଗ ହୁଏ। ଲୋକେ ନିଜେ ନିଜେ ନିଜ ଜାଗା ଛାଡିଲେ ବ୍ୟାଘ୍ର ପ୍ରକଳ୍ପ ହେବା କଥା କହୁଥିବା ବନବିଭାଗ ନିଜେ ହିଁ ଦଲାଲ ଓ ବଳପୂର୍ବକ ସେମାନଙ୍କୁ ଭିଟାମାଟି ଛାଡ଼ିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ମଧ୍ୟ ବାରମ୍ୱାର ହୋଇଆସୁଛି।ଏବେ ଆସନ୍ତୁ ଜାଣିବା ପୁରା ଖବର।ଖୁବ୍ ଶୀଘ୍ର ବାଘଶୂନ୍ୟ ହୋଇପଡ଼ିଥିବା ସାତକୋଶିଆ ଅଭୟାରଣ୍ୟରେ ବିଚରଣ କରିବେ ମହାବଳ ବାଘ । ସାତକୋଶିଆକୁ ଆସିବେ ୧୨ରୁ ୧୪ ମହାବଳ ବାଘ । ଏହା ପୂର୍ବରୁ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଛି ୧୨ଟି ଅତ୍ୟାଧୁନିକ ପାଟ୍ରୋଲିଂ ଭ୍ୟାନ । ଏନ ଟି ସି ଏ ର ଟାଇଗର ରିକଭରି ପ୍ଲାନ ଅନୁୟାୟୀ ଏହାକୁ ୫ ବର୍ଷ ଭିତରେ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ।୨୦୦୭ ମସିହାରେ ସାତକୋଶିଆରେ ୧୩ରୁ ୧୫ ବାଘ ଥିବା ବେଳେ ଏବେ ଏହା ବାଘ ଶୂନ୍ୟ ହୋଇଯାଇଛି । ତେଣୁ ଟାଇଗର ରିକଭରି ପ୍ଲାନ ଅନୁଯାୟୀ ବାଘ ଆଣିବାକୁ ଯୋଜନା ଅଛି ବୋଲି କହିଛନ୍ତି ପିସିସିଏଫ ।ଏହି ଯୋଜନା କେବଳ ସ୍ଥାନୀୟ ଲୋକଙ୍କ ସହାୟତାରେ ହିଁ ସଫଳ ହୋଇପାରିବ ବୋଲି ସେ କହିଛନ୍ତି । ତେବେ ସାତକୋଶିଆର କୋର ଏରିଆ ଏବେ ଖାଲି ହୋଇଗଲାଣି । ଅଭୟାରଣ୍ୟର ଅନ୍ୟ ଅଞ୍ଚଳରୁ ଲୋକ ସ୍ୱଇଚ୍ଛାରେ ସ୍ଥାନାନ୍ତର ହେଲେ ଯାଇ ପ୍ରକଳ୍ପ ଆରମ୍ଭ ହୋଇପାରିବ । ଏଥିପାଇଁ ସ୍ଥାନୀୟ ଲୋକ ଓ ଲୋକପ୍ରତିନିଧିଙ୍କ ସହାୟତା ଆବଶ୍ୟକ ବୋଲି କହିଛନ୍ତି ପିସିସିଏଫ ।ହେଲେ ଏହା ପୂର୍ବରୁ ଅନୁଗୁଳ ଜିଲ୍ଲା ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଛି ୧୨ଟି ଅତ୍ୟାଧୁନିକ ପାଟ୍ରୋଲିଂ ଭ୍ୟାନ । ଏହାସହ ବାଲୁଖଣ୍ଡ ଅଭୟାରଣ୍ୟ ଓ କପିଳାସ ଅଭୟାରଣ୍ୟକୁ ମଧ୍ୟ କେତେକ ପାଟ୍ରୋଲିଂ ଗାଡ଼ି ପ୍ରଦାନ କରାଯାଇଛି ।ଅଭୟାରଣ୍ୟର ରେଞ୍ଜ ଅଫିସ ଦକ୍ଷତା ବଢ଼ାଇବା ପାଇଁ ଦିଆଯାଇଛି ଏସବୁ ଅତ୍ୟାଧୁନିକ ପାଟ୍ରୋଲିଂ ଗାଡ଼ି । ଜୀବଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବ ଏହି ପାଟ୍ରୋଲିଂ ଭ୍ୟାନ । ଭ୍ୟାନରେ ଜି ପି ଏସ ନେଭିଗେସନ ସହ ବନ୍ୟପ୍ରାଣୀଙ୍କ ଉଦ୍ଧାର ପାଇଁ ମଧ୍ୟ ବ୍ୟବସ୍ଥା ରହିଛି।ଭୁବନେଶ୍ୱରସ୍ଥିତ ଭରତପୁର ଅଭୟାରଣ୍ୟ ନିକଟରେ ଏହି ପାଟ୍ରୋଲିଂ ଗାଡ଼ିର ଶୁଭାରମ୍ଭ କରିଛନ୍ତି ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସମେତ ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ।