ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ରେ ଥିବା ସମସ୍ତ ରେଞ୍ଜ ରେ ଅାଜି ପକ୍ଷୀଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ସାତକୋଶିଆ ମହାନଦୀ ର ବିଭିନ୍ନ ସ୍ଥାନରେ ହେବାକୁ ଥିବା ପକ୍ଷୀ ଗଣନାରେ କେଉଁ କେଉଁ ଉପାୟରେ ବିଭିନ୍ନ ପକ୍ଷୀ ଚିହ୍ନଟ କରିହେବ, ବିଶେଷ କରି ପକ୍ଷୀର ରଙ୍ଗ , ଆକାର ଓ ଶବ୍ଦ କୁ ଶୁଣି ପକ୍ଷୀ ଗଣନା ହୋଇପାରିବ ବୋଲି ଅଧିକାରୀ କହିଛନ୍ତି।ଅାଜି ସକାଳ ୬.୩୦ରୁ ମଧ୍ୟାହ୍ନ ୧୨ ଟା ଯାଏଁ ପକ୍ଷୀଗଣନା ହୋଇଥିଲା ।ଅନୁଗୋଳ ବନଖଣ୍ଡ ଅଧିକାରୀ ( ଟେରିଟୋରିଅାଲ) ଭି.କାର୍ତ୍ତକାନଙ୍କ ନେତୃତ୍ଵରେ ୨ଟି ବୋଟ ଓ ଗୋଟିଏ ଡଙ୍ଗାରେ ଏସି.ଏଫ.ଓ ଶୁଭେନ୍ଦୁ ବେହେରା,ବନ୍ୟପ୍ରାଣୀ ବିଶେଷଜ୍ଞ ଆଦି ଉପସ୍ଥିତ ଥିଲେ।

Prev Post