ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ତଳଗଡ଼ ପଂଚାୟତ କନ୍ତମେଘ ଗ୍ରାମରେ ଘରେ ସୋଇଥିବା ସମୟରେ ବାପ ଓ ପୁଅକୁ ସାପ କାମୁଡିଥିବାର ସୂଚନା ମିଳିଛି। ଗତ ରାତି ପ୍ରାୟ ୨ ଘଟିକା ସମୟରେ ବାପା ସୁକାନ୍ତ ଗଡନାୟକ( 45), ପୁଅ ଟୁକୁ ଗଡନାୟକ (12)କୁ ସାପ କାମୁଡି ଦେଇଥିଲା ଓ ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ତୁରନ୍ତ ମେଡିକାଲ ନଆଣି ଝଡଫୁଙ୍କା କରା ଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଉଭୟ ଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା
ଯେଉଁଠି ପୁଅ ଟୁକୁ ର ମୃତ୍ୟୁ ହୋଇଥିବା ବେଳେ ବାପା ସୁକାନ୍ତ କୁ କଟକ ବଡ଼ ମେଡିକାଲ ରେଫର କରାଯାଇଛି।

Prev Post